-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
24-Jan-2024
ଭୁବନେଶ୍ୱର/ରଣପୁର(ପ୍ରେରଣା ଖବର ): ଗତ ୨୪ ତାରିଖରେ ସ୍ବର୍ଗତଃ କୁମୁଦିନୀ ଦାଶ ଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ଜଣାଯାଇଛି। ଶ୍ରୀମତୀ ଦାଶଙ୍କ ବିୟୋଗର ଦ୍ୱାଦଶ ତିଥି ଅବସରରେ ତାଙ୍କର ଗାଁ ରଣପୁରର କଙ୍କିଆ ସ୍ଥିତ ବାସଭବନଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁ ପରିଜନ, ପରିବାର ବର୍ଗ ଏବଂ ଶୁଭେଚ୍ଛୁ ସମ୍ମିଳିତ ହୋଇ ତାଙ୍କର ଆଦର୍ଶ ଜୀବନକୁ ସ୍ମରଣ କରିବା ସାଙ୍ଗକୁ ଦିବଙ୍ଗତ ଆତ୍ମାର ସଦଗତି ଓ ଚୀର ଶାନ୍ତି କାମନା କରିଥିଲେ।ଶ୍ରୀମତୀ ଦାଶ ଙ୍କର ଗତ ଜାନୁଆରୀ ୧୨ ତାରିଖରେ ଦିଲ୍ଲୀଠାରେ ୭୨ବର୍ଷ ବୟସରେରେ ନିଧନ ଘଟିଥିଲା।ଜାନୁଆରୀ ୧୩ତାରିଖ ଦିନ ଦିଲ୍ଲୀର ଲୋଧି ରୋଡ଼ ସ୍ଥିତ ଶବଦାହ ସ୍ଥଳରେ ପରିବାର ତରଫରୁ ତାଙ୍କ ଶେଷକୃତ୍ୟ
ସମ୍ପନ୍ନ କରାଯାଇଥିଲା। ଶ୍ରୀମତୀ ଦାଶ ତାଙ୍କର ପାଞ୍ଚ ପୁଅ ପ୍ରସିଦ୍ଧ ଜ୍ୟୋତିଷ ଶ୍ରୀଧର ଦାଶ, ପ୍ରତିଷ୍ଠିତ ଆଇନଜୀବୀ ଶିଶିର ଦାଶ,ସୁନାମଧନ୍ୟ ଚାଟାର୍ଡ ଏକାଉଣ୍ଟାଟ ସୁଧୀର ଦାଶ,ବିଶିଷ୍ଟ ବିଜ୍ଞାନବିତ ପ୍ରବୀର ଦାଶ ଏବଂ ବରିଷ୍ଠ ବ୍ୟାଙ୍କ ଅଧିକାରୀ ପ୍ରକାଶ ଦାଶ ତଥା ବୋହୁ ଅନୁପମା, ସଂଗୀତା, ସଂଘମିତ୍ରା,ସୀମା ଓ ନାତି ନାତୁଣୀ ମିକୁନ,ମାମାଲି, ଗୁଡ଼ିଆ,ବାବୁ, ରିଜୁ ଓ ବେବି ପ୍ରମୁଖଙ୍କୁ ଛାଡି ଯାଇଛନ୍ତି । ସ୍ବର୍ଗତଃ କୁମୁଦିନୀ ଦାଶ ଏକାଧାରରେ ଜଣେ ସୃଜନଶୀଳ କବୟତ୍ରୀ, ଆଧ୍ୟାତ୍ମିକ ଉପାସକ, ଧର୍ମପରାୟଣ, ସରଳ,ସ୍ନେହୀ,ମିଷ୍ଟଭାଷୀ, ଦରଦୀ,ମେଳାପୀ ଓ ପରୋପକାରୀ ମହିଳା ଥିଲେ। ସେ ୧୯୫୨ମସିହା ଜୁନ ୧୫ ତାରିଖରେ ଓଡ଼ଗାଁ ବ୍ଲକ ର ସାନଗୋରୋଡ଼ା ଗ୍ରାମରେ ମାତା ଜେମା ଦେବୀ ଓ ପିତା ବୈଦ୍ୟନାଥ କରଙ୍କର ଔରସରୁ ଜନ୍ମଗ୍ରହଣ କରିଥିଲେ। ଶ୍ରୀମତୀ ଦାଶ ରଣପୁର ର କଙ୍କିଆ ଗ୍ରାମ ନିବାସୀ ସ୍ବର୍ଗତଃ ପାଲୁଣୀ ଦେବୀ ଓ ସ୍ବର୍ଗତଃ ଲିଙ୍ଗରାଜ ଦାଶ ଙ୍କର କନିଷ୍ଠ ପୁତ୍ର ପ୍ରଖ୍ୟାତ ପୁରୋହିତ ଗୋବିନ୍ଦ ଚନ୍ଦ୍ର ଦାଶ ଙ୍କୁ ଵିଵାହ କରିଥିଲେ।ପ୍ରଖର ଈଶ୍ୱର ବିଶ୍ୱାସୀ ସ୍ବର୍ଗତଃ କୁମୁଦିନୀ ଦାଶ କୌଣସି ଆନୁଷ୍ଠାନିକ ଶିକ୍ଷା ପ୍ରାପ୍ତ କରି ନ ଥିଲେ ମଧ୍ୟ ଶ୍ରୀ ଜଗନ୍ନାଥ, ରାଧାକୃଷ୍ଣ, ଶିବଶମ୍ଭୁ ଓ ନୀଳମଧବଙ୍କୁ ପ୍ରାର୍ଥନା କରି ବହୁ ଭକ୍ତି କବିତା ରଚନା କରିଯାଇଛନ୍ତି। ଏପରି କି ଏହି ମହିୟସୀ ମହିଳା ମୃତ୍ୟୁ ର କିଛି କ୍ଷଣ ପୂର୍ବରୁ ଠାକୁରଙ୍କ ଉଦ୍ଦେଶ୍ୟରେ ଗାୟନ କରିଥିବା କେତେକ ଭଜନ ଓ ଶୋଳ୍କ ତାଙ୍କୁ ଚୀରସ୍ମରଣୀୟ କରି ରଖିବ।
ଶ୍ରୀମତୀ ଦାଶ ଙ୍କର ବିୟୋଗରେ ୱାଲର୍ଡ ଓଡ଼ିଶା ସୋସାଇଟି ର ପ୍ରତିଷ୍ଠାତ୍ରୀ ଡ଼ଃ ଅରୁନ୍ଧତୀ ଦେବୀ, ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଉପାଧ୍ୟକ୍ଷ ଡ଼ଃ ନଳିନୀ ପତି, ମହାସଚିବ ଶିବ ରଞ୍ଜନ ବିଶ୍ଵାଳ,
ମହିଳା ଶାଖା ଉପସଭାପତି ରୀତା ପାତ୍ର, ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ଓଡ଼ିଶା ପଜିଟିଭିର ପ୍ରତିଷ୍ଠାତା ଆଇନଜୀବୀ ସଂଜୀଵ ମହାନ୍ତି, ସମାଜସେବୀ ବଦ୍ରୀ ମିଶ୍ର ଓ ବାଳକୃଷ୍ଣ ଷଡ଼ଙ୍ଗୀ,ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର, ରଣପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଗୋପୀନାଥ ଇନ୍ଦ୍ରଜୀତ, ପିଂପଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗଣେଶ୍ୱର ନାୟକ, ଗୌରାଙ୍ଗପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରଭାତ ପ୍ରଧାନ, ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ପ୍ରଧାନ ଶିକ୍ଷକ ସନ୍ତୋଷ ମିଶ୍ର,ଶିକ୍ଷକ ସତ୍ୟ ନାରାୟଣ କର, ଶିକ୍ଷୟିତ୍ରୀ ନିରୂପମା କର, ଆଇନଜୀବୀ ସୁକାନ୍ତ ପଟ୍ଟନାୟକ ଓ ବ୍ୟାଙ୍କ ମ୍ୟାନେଜର ଅଶୋକ ଉର୍ବାନ ସିଂହ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।