-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2024
ବେଲପଡ଼ା (ପୂର୍ଣ୍ଣ ଶଶୀ ଶେଖର ରାଓ ): ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ମଣ୍ଡଳ ଗାଁ ରେ ୧୪ ତମ ଜଗନ୍ନାଥ ଦେବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ଙ୍କ ପ୍ରତିନିଧି କୁମୁଦ ମହାଖୁଡ (ବାପି) ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଜୟ ଧରୁଆ, ତେନ୍ତୁଳିମୁଣ୍ଡା ସରପଞ୍ଚ ପୁଷ୍ପଲତା ନାଏକ, ମଣ୍ଡଳ ସରପଞ୍ଚ ସରୋଜ କୁମାର ସେଠ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ୧୬ ଗୋଟି ଦଳ
ଅଂଶଗ୍ରହଣ କରିଥିବା ବେଳେ ତେନ୍ତୁଳିମୁଣ୍ଡା ଓ ସୁଲେକେଲା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଲଢ଼େଇ ହୋଇଥିବା ବେଳେ ପ୍ଳାନଟିକ ରେ ସୁଲେକେଲା ଦଳ ବିଜୟ ଲାଭ କରିଛନ୍ତି।ଉକ୍ତ ପ୍ରତିଯୋଗିତାରେ ରେଫରି ହିସାବରେ ଆଶିର୍ବାଦ ସା, ଅଶ୍ବିନୀ ଭୁକ୍ତା, ପ୍ରତାପ ଭୁକ୍ତା ଦାୟିତ୍ବ ତୁଲାଉଥିଲେ। ଉକ୍ତ ପ୍ରତିଯୋଗିତାଟି ଜଗନ୍ନାଥ ଦେବ କ୍ଳବ୍ ସଭାପତି ସୌଦାଗର ସେଠ, ସମ୍ପାଦକ ଲିପୁନ ପାଣିଗ୍ରାହୀ, କୋଷାଧ୍ୟକ୍ଷ ମିଳନ ଚାନ୍ଦଙ୍କ ସହ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ। ଶେଷରେ ବିଜେତା ଦଳ ଓ ଉପ ବିଜେତା ଦଳ କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଛି। ତମ ଶ୍ରୀ ଜଗନ୍ନାଥ ଦେବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ