-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
06-Jan-2024
ବଲାଙ୍ଗିର(ପ୍ରେରଣା ଖବର ): ଜେଏସ୍ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଆର ଏନ୍ ସିଂ ଦେଓ ସ୍ପୋଟସ୍ କମ୍ପଲେକ୍ସ ଠାରେ ବାର୍ଷିକ ବ୍ୟାଡମିଟନ ପ୍ରତିଯୋଗିତା ଆୟୋଜିତ ହୋଇଅଛି। ମହାବିଦ୍ୟାଳୟର ଚେୟାରମେନ ସିଏ ଶ୍ରୀକାନ୍ତ ଶର୍ମା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ l କଲେଜର ନିର୍ଦ୍ଦେଶିକା ଶ୍ରୀମତୀ ସୁମନ ଶର୍ମା କାର୍ଯ୍ୟକ୍ରମରେ ଯୋଗ କରି ଉତ୍ସାହିତ କରିଥିଲେ । ଚେୟାରମେନ ସିଏ ଶ୍ରୀକାନ୍ତ ଶର୍ମା ଏହି ଉତ୍ସବକୁ ଅନୁଗ୍ରହ କରି ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଓ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାର ନିୟମ ମାନିବା ସହିତ ଖେଳିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ପରେ ଉକ୍ତ ପ୍ରତିଯୋଗିତାର ମୁଖ୍ୟ ଅତିଥି ଭାବରେ ଅରକେଶ ନାରାୟଣ ସିଂଦେଓ ଯୋଗଦାନ କରିଥିଲେ । ପିଲାମାନଙ୍କୁ ପରାମର୍ଶ କରିବା ସହିତ ବିଜେତାମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । ଆଜିର ବାଳିକା ଏକକ ବ୍ୟାଡମିଟନ
ପ୍ରତିଯୋଗିତାରେ ମଧ୍ୟରେ କୁମାରୀ ଭୁମି ପଟେଲେ(+୨ ବାଣିଜ୍ୟ), ପୁଣି ବାଳକ ଏକକ ମଧ୍ୟରେ ଶ୍ରୀ ଦିନେସ୍ କୁମାର ସହୁ (+୩ ଅନ୍ତିମ ବର୍ଷ ) ଓ ଦୁଇଜଣ ବାଳକ ମାନଙ୍କ ମଧ୍ୟରେ ଶ୍ରୀ ଭୈଭବ ବେହେରା (+୩ ଅନ୍ତିମ ବର୍ଷ ) ଓ ଶ୍ରୀ ଧୁର୍ବ ଅଗ୍ରଓ୍ୱାଲ (+୩ ଦ୍ୱିତୀୟ ବର୍ଷ ) ବିଜେତା ଭାବରେ ସ୍ଥାନ ଗ୍ରଜଣ କରିଥିଲେ |
ସମସ୍ତ ଶିକ୍ଷ୍ୟକ ଓ ଶିକ୍ଷୟତ୍ରୀ ପୁଣି ଛାତ୍ରଛାତ୍ରୀ ମାନଙ୍କର ସାହାଯ୍ୟ ଓ ସହଯୋଗ ନିମନ୍ତେ ଆଜିର ଏହି ବ୍ୟାଡମିଟନ ପ୍ରତିଯୋଗିତା ସଫଲ କରିଥିବାରୁ ଚେୟାରମେନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ |