-+91-9937148622 |
prerana_bgr@rediffmail.com |
Monday 12th May 2025 |
R.N.I. Regd No. ODIODI/2010/46693
Breaking News
09-Dec-2023
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଭାନପୁର ଠାରେଏଚ୍ ଡି ଏଫ୍ ସି ବ୍ୟାଙ୍କ୍ ପକ୍ଷରୁ ଋଣ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ୟାଙ୍କ୍ ମ୍ୟାନେଜର ମୃତ୍ୟୁଞ୍ଜୟ ମହାନ୍ତିଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆର୍, ଏମ୍ ବିଶ୍ବଜିତ ବାରିକ,ସି, ଏମ୍ ପବିତ୍ର ମହାପାତ୍ର, ମହେଶ ଦୀପ,ମୁନେଶ କନ୍ଦେଇ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ଡିଲେଶ୍ବର ଜାଲ ସଭାପତିତ୍ବ କରିଥିଲାବେଳେ ଅନନ୍ତ ପୁଟେଲ ସହଯୋଗ କରିଥିଲେ। ସେଥିରେ ଅଞ୍ଚଳର ମହରାପଦର, ନାନ୍ଦୁପଲା, ମଟିଆଭଟା, ଧଣ୍ଡାମୁଣ୍ଡା ପଞ୍ଚାୟତ ରୁ ୯୬ ଜଣ ଗାଈ ଚାଷୀ ଯୋଗଦାନ କରିଥିଲେ। ଗ୍ରାମାଞ୍ଚଳରେ ଲୋକେ ଗାଈ ଚାଷ କରି କିପରି ଭାବେ ଉତ୍ତୀର୍ଣ୍ଣ ହୋଇପାରିବେ ଏବଂ ଅର୍ଥନୈତିକ ସହଯୋଗ ପାଇପାରିବେ ସେହି ବିଷୟରେ ଚାଷୀମାନଙ୍କୁ ଜଣାଯାଇଛି। ଦୁଗ୍ଧ ଉତ୍ପାଦନ ପାଇଁ ଭାନପୁର ଠାରେ ଏକ ଶୀତଳ ଭଣ୍ଡାର ର ସୁବ୍ୟବସ୍ଥା କରାଯିବ ବୋଲି ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ଦିନରେ ଅନ୍ୟାନ୍ୟ ପଞ୍ଚାୟତ ମାନଙ୍କୁ ଋଣ ମେଳା କରିବା ପାଇଁ ସମାଜସେବୀ ଡିଲେଶ୍ବର ଜାଲ ପ୍ରସ୍ତାବ ଦେଇଛନ୍ତି।