-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ   (23-Jan-2025)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ତୈଳିକ ବୈଶ୍ୟ ସମାଜ ସାଧାରଣ ବୈଠକ ଅନୁଷ୍ଠିତ   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   (23-Jan-2025)       ||      ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (23-Jan-2025)       ||      ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   (23-Jan-2025)       ||      *ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   (23-Jan-2025)       ||      *ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   (23-Jan-2025)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (23-Jan-2025)       ||      ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    (23-Jan-2025)       ||      *ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   (23-Jan-2025)       ||      *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   (23-Jan-2025)       ||      ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   (23-Jan-2025)       ||      ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   (23-Jan-2025)       ||      ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   (23-Jan-2025)       ||      *ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||      ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   (23-Jan-2025)       ||     

HOME   ରାଜ୍ୟ

 ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ

08-Dec-2023



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବୈଦୁପାଲି ପଞ୍ଚାୟତ ଅନ୍ତର୍ଗତ ଲରିଆବାହାଲ ଗ୍ରାମରେ ଥିବା ସେମେଲ ବନ୍ଧର ମାଟିକାମରେ ମହାଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।  ଉକ୍ତ ଗ୍ରାମରେ ଥିବା ଏକମାତ୍ର ପୋଖରୀ ଥିବା ସେମେଲ ବନ୍ଧ ଉପରେ ୪ୱାର୍ଡ ବିଶିଷ୍ଟ ଗ୍ରାମବାସୀ ନିର୍ଭର କରିଆସୁଥିଲେ । ବିଗତ କିଛି ବର୍ଷ ହେବ ଉକ୍ତ ପୋଖରୀରେ ବିଭିନ୍ନ ପ୍ରକାର ଦଳ ଏବଂ ମାଟି ଭର୍ତ୍ତି ହୋଇଥିଲା । ଫଳରେ ଲୋକେ ନିତ୍ୟ ବ୍ୟବହାର, ତଥା ଗୋରୁଗାଈଙ୍କ ପାଇଁ ପାଣିର ନାହିଁ ନଥିବା ଅସୁବିଧା ଦେଖାଦେଇଥିଲେ । ଏମିତି ଏକ ସମୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୁଜାରୀ ଉକ୍ତ ଗ୍ରାମ ପରିଦର୍ଶନରେ ଯାଇଥିଲେ। ଗ୍ରାମବାସୀ ପୋଖରୀର ଅବସ୍ଥା ଏବଂ ପାଣି ପାଇଁ ଗ୍ରାମବାସୀ ହେଉଥିବା ଅସୁବିଧା ଉପରେ ଅଭିଯୋଗ କରିଥିଲେ ।

ସେଠାରୁ ମନ୍ତ୍ରୀ ଉକ୍ତ ପୋଖରୀ ପରିଦର୍ଶନ କରି ମାଟି କାମ କରାଯିବାର ନିର୍ଭର ପ୍ରତିଶୃତି ଗ୍ରାମବାସୀଙ୍କୁ ଦେଇଥିଲେ ।  ପ୍ରତିଶୃତି ଅନୁସାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଏବଂ ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କା ଲେଖାଏ ୨୦ଲକ୍ଷ ଏବଂ ପଞ୍ଚାୟତ ପାଣ୍ଠିରୁ ୩ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଉକ୍ତ ପୋଖରୀ ଉନ୍ନୟନ କାମ ସଠିକ ଭାବରେ କରାଯିବା ଉପରେ ମନ୍ତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଇ ଗ୍ରାମବାସୀ ଏକ ୨୦ ଜଣିଆ ତଦାରଖ କମିଟୀ କରିଥିଲେ । ଉକ୍ତ କମିଟୀ ପ୍ରତ୍ୟେହ ପୋଖରୀରେ ରହି କାମ ତଦାରଖ କରିଥିଲେ । କାମଟି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ହୋଇଥିଲେ ମଧ୍ୟ ପ୍ରକୃତରେ ମନ୍ତ୍ରୀଙ୍କ ଦୁଇଜଣ ପାଖ ଲୋକ ଏହାକୁ କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରାୟ ୧୫ରୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ  ତିନୋଟି କିସ୍ତିରେ ୨୩ଲକ୍ଷ ଟଙ୍କା ଉଠା ଯାଇଛି । ଯେତେବେଳେ ଉକ୍ତ ଘଟଣା ଜାଣିବାକୁ ପାଇଲେ ସେତେବେଳକୁ ପୋଖରୀରେ ପାଣି ଭର୍ତ୍ତି କରି ସମସ୍ତ ପ୍ରମାଣ ନଷ୍ଟ କରି ଦେଇଛନ୍ତି। ବର୍ତ୍ତମାନ କେତେ କାମ ହୋଇଛି ତାହା ଜଣାପଡୁ ନାହିଁ । ଉକ୍ତ କାମକୁ ବିଭାଗୀୟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ତତ୍କାଳୀନ ବିଡିଓ ତ୍ରୀପୁର ମହାନନ୍ଦଙ୍କ ସମୟରେ ହୋଇଅଛି ।

କମ କାମ କରି ଅଧିକ ବିଲ କରିବାରେ ମନ୍ତ୍ରୀଙ୍କ ସମ୍ପର୍କୀୟ ମାନେ ବିଭାଗୀୟ ଅଧିକାରୀମାନଙ୍କ ଉପରେ ଚାପ ସୃଷ୍ଟି କରି ବିଲ୍ ହାତେଇଥିବା ଜଣାଯାଏ ।  ଏ ସଂପର୍କରେ ସହକାରୀ ଯନ୍ତ୍ରୀ ଶୁବନାଦ ମାଝିଙ୍କୁ ପଚାରିବାରୁ ସେ କୌଣିସ ପ୍ରତିକ୍ରିୟା ଦେବାକୁ ମନା କରିବା ସହ ଯନ୍ତ୍ରୀ ଦେଇ ପାରିବେ ବୋଲି କହିଥିଲେ । ସେହିପରି ବିଭାଗୀୟ ଯନ୍ତ୍ରୀ ମହାପାତ୍ର ବାବୁ ଛୁଟିରେ ରହିଥିବାରୁ ତାଙ୍କର ପ୍ରତିକ୍ରିୟ ଜଣାପଡି ନଥିବା । ବର୍ତ୍ତମାନ ବିଡିଓ ଥିବା ରୋହିତ ଭୋଇ ସେ ନୁଆ ହୋଇ ଆସିଛନ୍ତି। ଉକ୍ତ କାମ ପୁର୍ବତନ ବିଡିଓ ତ୍ରୀପୁର ମହାନନ୍ଦଙ୍କ ସମୟର ଅଟେ। ଏଣୁ ତଦନ୍ତ ପରେ କଣ ହୋଇଛି କହିପାରିବି ବୋଲି ସେ ପ୍ରକାଶ କରିଥିଲେ । ଗ୍ରାମର ୱାର୍ଡ ମେମ୍ବର ନିଳମଣି ସାହୁ ପ୍ରକାଶ କରିଛନ୍ତି ଯେ, କାମରେ ଦୁର୍ନୀତି ହୋଇଛି । କାମ କମ ହୋଇଛି l ବିଲ୍ ପୁରା ଉଠାଇ ପାଣି ଭର୍ତ୍ତି କରି ଦେଇଛନ୍ତି । ମନ୍ତ୍ରୀ ମହୋଦୟ ଗ୍ରାମବାସୀଙ୍କ କଥା ଏବଂ ଦୁଃଖ ବୁଝି ଦେଇଥିବା ଅନୁଦାନକୁ ଯନ୍ତ୍ରୀ, ବିଡିଓ, ସହାକାରୀ ଯନ୍ତ୍ରୀ ଏବଂ କାମ ତଦାରଖ କରୁଥିବା ମନ୍ତ୍ରୀଙ୍କ ସଂପର୍କୀୟ ମାନେ ଖାଇ ଯାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଏଭଳି ପ୍ରତିକ୍ରିୟା ଗ୍ରାମର ଯୁବ ସଚେତନ ବ୍ୟକ୍ତି ବିକାଶ ହାତୀ ମଧ୍ୟ କ୍ଷୋଭର ସହ କହିଛନ୍ତି ଯେ ଏହି ମହା ଦୁର୍ନୀତିର ତଦନ୍ତ କରାଗଲେ ବିଭାଗୀୟ ଅଧିକାରୀମାନଙ୍କ ଦୁର୍ନୀତିର ପର୍ଦ୍ଦାଫାସ ହୁଅନ୍ତା ବୋଲି କହିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ   23-Jan-2025
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ତୈଳିକ ବୈଶ୍ୟ ସମାଜ ସାଧାରଣ ବୈଠକ ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   23-Jan-2025
  ଜିଲ୍ଲା  
ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   23-Jan-2025
  ଜିଲ୍ଲା  
*ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   23-Jan-2025
  ଜିଲ୍ଲା  
*ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   23-Jan-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   23-Jan-2025
ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    23-Jan-2025
  ଜିଲ୍ଲା  
*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   23-Jan-2025
  ଜିଲ୍ଲା  
*ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   23-Jan-2025

You Might Also Like