-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
08-Dec-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ବୀରମହାରାଜପୁର ଉପଖଣ୍ଡର କଲାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ୟକ୍ରମ 'ନୂଆ-ଓ' ର ସାହିତ୍ୟିକ ଓ ସାଂସ୍କୃତିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସର ରେ କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ସଭାପତିତ୍ୱ କରି ନୂଆ-ଓ ର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ। ସ୍ଥାନିୟ ସରପଞ୍ଚ ସୂର୍ଯ୍ୟକାନ୍ତି ମେହେର,ସମିତିସଭ୍ୟ ରବିଚନ୍ଦ୍ର ମହାକୁର , ଜିଲ୍ଲା ପରିଷଦ ଉପ ସଭାପତି ଝସକେତନ ବଘାର ଓ ଅନୁଷ୍ଠାନ ର ପୁର୍ବତନ ସାଧାରଣ ସଂପାଦକ ଦାସରଥୀ ପ୍ରଧାନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଖୁସି ବ୍ୟକ୍ତ କରିଥିବାବେଳେ ଅନୁଷ୍ଠାନର ପ୍ରଚେଷ୍ଟା ଓ ପ୍ରତ୍ୟେକ କ୍ଷେତ୍ର ରେ ସଫଳତା ପାଇଁ ପ୍ରସଂଶା ଶୁଭେଛା ଜଣାଇ ଥିଲେ । ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବକ୍ତୃତା,ସଂଗୀତ,କୈାତୁକ ପୋଷାକ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଶେଷରେ ଖାଦ୍ୟମେଳାର ଉଦଘାଟନ କରାଯାଇଥିଲା। ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରକାର ପରମ୍ପରାଗତ ସ୍ୱାଦିଷ୍ଟ ଓ ମନଲୋଭା ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କ ମନ କିଣି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟପିକା ଦେବଯାନୀ ମେଶୁଆ ପରିଚାଳନା କରିଥିବା ବେଳେ ନୋଡାଲ୍ ଅଫିସର ପ୍ରତିମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ଭାବେ ଛାତ୍ରୀ ପ୍ରଜ୍ଞା ପରମିତା ପାଣିଗ୍ରାହି, ବୃଷଭ ପୁଟେଲ ଓ ଧ୍ରୁତିତପା ବେହେରା କାର୍ଯ୍ୟ ସଂପାଦନ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରି ସହଯୋଗ କରିଥିଲେ।