-+91-9937148622 |

prerana_bgr@rediffmail.com |

  Tuesday 18th March 2025 |

| | | |

R.N.I. Regd No. ODIODI/2010/46693

Breaking News

ବାରପାହାଡ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର    (17-Mar-2025)       ||      ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ   (17-Mar-2025)       ||      କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   (17-Mar-2025)       ||      କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   (17-Mar-2025)       ||      ବେଆଇନ ଗୃହ ନିର୍ମାଣ କରି ରାସ୍ତା ଅବରୋଧ ପ୍ରତିବାଦରେ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   (17-Mar-2025)       ||      ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ   (17-Mar-2025)       ||      ବକଟି ରେ ଧନୁଯାତ୍ରା ମହୋତ୍ସବ    (17-Mar-2025)       ||      ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ   (17-Mar-2025)       ||      କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ   (17-Mar-2025)       ||      ଜୁନିଅର୍ ରେଡକ୍ରସ କାଉନସିଲର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ   (17-Mar-2025)       ||      *କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ*   (17-Mar-2025)       ||      ୮ ଦିନ ହେଲା ଛୁଟିରେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ *ଜିଲ୍ଲାରେ ସ୍ୱାସ୍ଥ୍ୟସେବପ୍ରଭାବିତ*   (17-Mar-2025)       ||      ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଉମେଶ ଜେନାଙ୍କ ଶୋକ   (17-Mar-2025)       ||      ୪୨ ମୌଜl ଶାନ୍ତି କମିଟିର କାର୍ଯ୍ୟକାରୀ କମିଟି ବୈଠକ   (17-Mar-2025)       ||      ଜନ ଆରୋଗ୍ୟ ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ   (17-Mar-2025)       ||      ପ୍ରେରଣାର ସ୍ଵନକ୍ଷତ୍ର ଦିବସ ପାଳନ ପୂର୍ବରୁ ଆରମ୍ଭ ହେଲା ବିଭିନ୍ନ ପ୍ରତିଯୋଗିତା    (17-Mar-2025)       ||      ମାମୁନୀ ପାଇଲେ ରାଜ୍ୟପାଳ ପୁରସ୍କାର ଡେଙ୍ଗ ବିଦ୍ୟାଳୟ ପାଇଁ ଗୌରବ ଆଣିଲେ   (09-Mar-2025)       ||      ପିକଅପ ସହ ଦୁଇ ସ୍କୁଟି ଧକ୍କା, ଜଣେ ମୃତ ଦୁଇ ଗୁରୁତର   (17-Mar-2025)       ||      *ପାପଡାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ସମାପ୍ତି ସୂଚକ ଆକଳନ -୨ ସୁପରିଚାଳନା ପାଇଁ ବିଇଓ ଏବଂ ସିଆରସି ଙ୍କ ପରିଦର୍ଶନ*   (17-Mar-2025)       ||      ତହଁକ ତିହାର ଉଦଯାପିତ   (17-Mar-2025)       ||     

HOME   ଜିଲ୍ଲା

ମଦବ୍ୟବସାୟୀଙ୍କ ଘରେ ଆୟକର ଚଢାଉ... ସୁଦପଡା ଭାଟିରୁ ପ୍ରାୟ ୨୦୦କୋଟି ଓ ଟିଟିଲାଗଡରୁ ୨୦କୋଟି ଟଙ୍କା ଜବତ

08-Dec-2023



ବଲାଙ୍ଗୀର/ଟିଟିଲାଗଡ,୭ା୧୨-ଆୟକର ଫାଙ୍କି ଅଭିଯୋଗରେ ବୁଧବାର ଦିନଠାରୁ ବଳଦେବ ସାହୁ ଓ କମ୍ପାନୀଙ୍କ ମଦବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ଚଢାଉ ଚାଲିଛି । ବୁଧବାର ଦିନ ଦିଲ୍ଲୀ,ରାଞ୍ଚି,ଭୁବନେଶ୍ୱର,ବୌଦ୍ଧ,ସମ୍ବଲପୁର,ବଲାଙ୍ଗୀର ଓ ଟିଟିଲାଗଡର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଟିମମାନେ ଚଢାଉ କରିଥିଲେ । ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଓ ଏହାର ସହଯୋଗୀଙ୍କ ଘରେ ଚଢାଉ ଆଜି ମଧ୍ୟ ଚାଲୁରହିଛି । ଗତକାଲି ବଲାଙ୍ଗୀର ସୁଦପଡା ଦେଶୀ ମଦଭାଟିରୁ ବିପୁଳ ପରିମାଣର ୫୦୦ଟଙ୍କିଆ ନୋଟ ଭର୍ତ୍ତି ଆଲମିରା ଜବତ ହୋଇଥିଲା । ଏଠାରେ ପ୍ରାୟ ୨୦୦କୋଟି ଟଙ୍କା ଥିବା ଅନୁମାନ କରାଯାଉଛି । ସେହି ଟଙ୍କାକୁ ଆୟକର ବିଭାଗ ଜବତ କରି ରାତିରେ ବସ୍ତାରେ ଭର୍ତ୍ତିକରି ଟ୍ରକଲୋଡରେ ବଲାଙ୍ଗୀର ଷ୍ଟେଟବ୍ୟାଙ୍କକୁ ନେଇଥିଲେ । ପ୍ରଥମେ ତିନିଟି ଟଙ୍କା ଗଣତି ମେସିନରେ ନୋଟକୁ ଗଣାଯାଉଥିବା ବେଳେ ଆଜି ମୋଟ ୬ଟି ମେସିନରେ ନୋଟ ଗଣତି ଚାଲିଛି । ୧୦ଜଣ କର୍ମଚାରୀ ଏହି ନୋଟକୁ ଗଣୁଛନ୍ତି । ଆୟକର ବିଭାଗ ସୁଦପଡା ଭାଟି ଦାୟୀତ୍ୱରେ ଥିବା ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ନେଇ ପଚରାଉଚୁରା କରୁଛି । ଆଜି ଦ୍ୱିତୀୟଦିନରେ ମଧ୍ୟ ସୁଦପଡା ଭାଟି ଓ କ୍ଲବପଡାରେ ଥିବା ଭୋଲା ସାହୁଙ୍କ ଘରେ ଆୟକର ବିଭାଗ ଚଢାଉ କରୁଛି । ଆନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା କୁହାଯାଉଛି । ସେହିପରି ଟିଟିଲାଗଡରେ

ବୁଧବାରଠାରୁ ନେହେରୁନଗର ସ୍ଥିତ ମଦବ୍ୟବସାୟୀ ଦୀପକ ସାହୁ ଓ ତାଙ୍କ ଭାଇ ସଂଜୟ ସାହୁଙ୍କ ଘରେ ଚଢାଉ କରୁଛି । ବୁଧବାର ଦିନ ସଂଜୟ ସାହୁଙ୍କ ଘରୁ ପ୍ରାୟ ୨୦କୋଟି ଟଙ୍କା ଜବତ କରିଥିବା ଏକ ବିସ୍ୱସ୍ତ ସୂତ୍ରରୁ ଜଣାପଡିଛି । ବଲାଙ୍ଗୀର ଜିଲ୍ଲା ସମେତ କଳାହାଣ୍ଡି,ସୋନପୁର,ବୌଦ୍ଧ ଜିଲ୍ଲାରେ ଏହିକମ୍ପାନୀର ଦେଶୀମଦ ଭାଟି ଚାଲୁଛି । ସରକାରଙ୍କୁ ଟିକସ ଫାଙ୍କି ମଦବ୍ୟବସାୟୀ ହଜାର ହଜାର କୋଟି ଟଙ୍କାର ଲାଭବାନ ହେଉଛି । ଏବେ କେବଳ ଆୟକର ଫାଙ୍କିର ତଦନ୍ତ ବେଳେ ବଲାଙ୍ଗୀର ଭଳି ସ୍ଥାନରେ ୨୦୦କୋଟି ନଗତ କେସ ଜବତ ହେବା ଘଟଣା ଲୋକଙ୍କ ମଧ୍ୟ ଆଲୋଚନାର ବିଷୟ ହୋଇଛି । ସରକାରୀ ବ୍ୟବସ୍ଥା ଭିତରେ ଗଳାବାଟ ଖୋଲି ସରକାରଙ୍କ ଆଖିରେ ଧୂଳି ପକାଇ କୋଟି କୋଟି ଟଙ୍କାର ରାଜସ୍ୱ ହଡପ କରୁଥିବା ସ୍ପଷ୍ଟ ହୋଇଛି । ଆୟକର ବିଭାଗର ୩୦ଜଣିଆ ଟିମ ଆଜି ମଧ୍ୟ ଚଢାଉ ଜାରିରଖିଛନ୍ତି । ତେବେ ଭିତରେ କଣ ସବୁ ଚାଲିଛି ସେନେଇ କେହି ଗଣମାଧ୍ୟମକୁ ବିଶେଷ ସୂଚନା ଦେଉନାହାଁନ୍ତି । ଆଜି ବଲାଙ୍ଗୀର,ଟିଟିଲାଗଡ,ବୌଦ୍ଧ,ସମ୍ବଲପୁର ଓ ରାଉରକେଲାରେ ଚଢାଉ ଚାଲୁରହିଥିବା ଜଣାଯାଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାରପାହାଡ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର   17-Mar-2025
  ଜିଲ୍ଲା  
ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ   17-Mar-2025
  ରାଜନୀତି  
କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   17-Mar-2025
  ରାଜନୀତି  
କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   17-Mar-2025
  ଜିଲ୍ଲା  
ବେଆଇନ ଗୃହ ନିର୍ମାଣ କରି ରାସ୍ତା ଅବରୋଧ ପ୍ରତିବାଦରେ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   17-Mar-2025
  ରାଜ୍ୟ  
ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ   17-Mar-2025
  ଜିଲ୍ଲା  
ବକଟି ରେ ଧନୁଯାତ୍ରା ମହୋତ୍ସବ   17-Mar-2025
  ଜିଲ୍ଲା  
ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ   17-Mar-2025
  ଜିଲ୍ଲା  
କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ   17-Mar-2025
  ଜିଲ୍ଲା  
ଜୁନିଅର୍ ରେଡକ୍ରସ କାଉନସିଲର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ   17-Mar-2025
  ଜିଲ୍ଲା  
*କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ*   17-Mar-2025
  ଜିଲ୍ଲା  
୮ ଦିନ ହେଲା ଛୁଟିରେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ *ଜିଲ୍ଲାରେ ସ୍ୱାସ୍ଥ୍ୟସେବପ୍ରଭାବିତ*   17-Mar-2025

You Might Also Like