-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
07-Oct-2023
ନବରଙ୍ଗପୁର:- ପାପଡ଼ାହାଣ୍ଡି ବ୍ଲକ୍ ମୋକିଆ ପଞ୍ଚାୟତ ରେ ଥିବା ବେଢ଼ା ବନ୍ଦ ରୁ ଆଜି ଆଉ ଗୋଟେ ଶବ ମରାମତ କରାଯାଇଛି । ଆଜି ସକାଳ ଜଣେ ବ୍ୟକ୍ତି ଙ୍କ ଶବ ଭାସୁ ଥିବା ଦେଖିବା କୁ ମିଳିଛି।
ବ୍ୟକ୍ତି ଜଣକ ହେଉଛନ୍ତି ମୋକିଆ ଗ୍ରାମ ର ଦେବ ସିଂ ହରିଜନ (୫୦) ସେ ଗୁରୁବାର ଦିନ ରୁ ନିଖଜ ଥିବା ର ସୂଚନା ମିଳିଛି ଆଜି ସକାଳ ଗ୍ରାମ ର କିଛି ବ୍ୟକ୍ତି ବେଢ଼ା ବନ୍ଦ ରେ ଗାଧଇ ବା ପାଈ ଯାଇଥିବା ସମୟ ରେ ପଖୋରୀ ରେ ବ୍ୟକ୍ତି ଙ୍କ ଗୋଳିତ ଶବ ଭାସୁ ଥିବା ଦେଖିବଥିଲା ।ଏହି ଖବର ଶୁଣି ଗ୍ରାମର ସରପଞ୍ଚ ଜଗତଜୀବନ ନାୟକ , ସମିତି ସଭ୍ୟ ଯୁଗଳ ବିଷୋୟୀ ସହ ଭଦ୍ର ବ୍ୟକି ମାନେ ଘଟଣା ସ୍ଥଳେ ରେ ପହୋଞ୍ଚି ପାପଡ଼ାହାଣ୍ଡି ପୋଲିସ ଙ୍କୁ ଯୋଗାଯୋଗ କରିଥିଲେ , ଏହା ପରେ ପାପଡ଼ାହାଣ୍ଡି ଆଇ ଆଇ ସି ଦୀପକ କୁମାର ଜେନା , ସବ୍ ଇନ୍ସେକ୍ଟର ଶିବଜୀ ପଣ୍ଡା ଘଟଣା ସ୍ଥଳ ରେ ପହୋଞ୍ଚି ମାମଲା ୧୫/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ , ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ , ପୋଲିସ ସୂଚନା ଦେଇଛନ୍ତି, ଏହି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।
(ରିପୋର୍ଟ : ମିହିର ଶଙ୍କର ପାତ୍ର,ନବରଙ୍ଗପୁର)