-+91-9937148622 |

prerana_bgr@rediffmail.com |

  Wednesday 12th November 2025 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ପୋଲିସ ସହିତ ଏ ବି ଭି ପି ବାଂଲାଦେଶୀ ପ୍ରବାସୀ ଯାଞ୍ଚ ବିଷୟରେ ଆଲୋଚନା    (12-Nov-2025)       ||      ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   (11-Nov-2025)       ||      କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    (11-Nov-2025)       ||      ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ    (11-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   (11-Nov-2025)       ||      ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   (11-Nov-2025)       ||      *ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   (11-Nov-2025)       ||      ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   (11-Nov-2025)       ||      ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   (11-Nov-2025)       ||      ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   (11-Nov-2025)       ||      ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   (11-Nov-2025)       ||      ନୂଆପଡା ଉପନିର୍ବାଚନରେ ଦ୍ଵିତୀୟ ପ୍ରିଜାଇଡିଂ ଅଫିସର୍ ନିଲମ୍ବିତ l   (11-Nov-2025)       ||      ନୂଆପଡ଼ାରେ ଜୋରସୋର ମତଦାନ   (11-Nov-2025)       ||      ପ୍ରିଯାଇଡିଂ ଅଫିସର ନିଲମ୍ବିତ,   (11-Nov-2025)       ||      ୧କୋଟି ୩୮ଲକ୍ଷ ୯୪ ହଜାର ୩୫୬ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୧୧ ବାଇକ୍ ,ଏକ ତିନି ଚକିଆ ଓ ଏକ ଚାରିଚକିଆ ଯାନ ଜବତ    (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ‘କୋଶଳ ପ୍ରବାହ’ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘରୁ ବାଳକୃଷ୍ଣ ଶବରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର   (11-Nov-2025)       ||     

HOME   ରାଜନୀତି

ବଲାଙ୍ଗୀର ବିଜେଡିପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବିଶାଳ ରାଲି- ଅନଙ୍ଗ ଓ ଲକ୍ଷ୍ମଣଙ୍କ ଟାର୍ଗେଟରେ ବିରୋଧୀ

07-Oct-2023



ବଲାଙ୍ଗୀର(ପ୍ରେରଣା ଖବର)- ଆଜି ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳିର ବିଜୁ ଜନତା ଦଳ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ସହରରେ ଏକ ବିଶାଳ ଶୋଭାଯାତ୍ରା କରାଯାଇ କୋସଲ କଳାମଣ୍ଡଳ ପଡିଆଠାରେ ୫ହଜାରରୁ ଉର୍ଦ୍ଧ୍ୱ ମହିଳା/ପୁରୁଷଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଟୋବର ୨ ତାରିଖରୁ ବିଜେଡି ପକ୍ଷରୁ ଚାଲିଥିବା ଜନସଂମ୍ପର୍କ ପଦଯାତ୍ରା କରାଯାଇ କର୍ମୀ ଙ୍କୁ ଯୋଡାଯାଇଥିବା ବେଳେ ଆଜିର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ବଲାଙ୍ଗୀର ରାଜପରିବାରର ଶକ୍ତିପ୍ରଦର୍ଶନ ବୋଲି କୁହାଯାଉଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଗତ ଗୋଟିଏ ବର୍ଷ ଧରି ନିର୍ବାଚନମଣ୍ଡଳୀରୁ ଦୂରେଇ ରହୁଥିବା ଅର୍କେଶନାରାୟଣ ସିଂଦେଓ ଆଜି ଶିଶୁଉଦ୍ୟାନର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ । ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ, ପୂର୍ବତନ ସାଂସଦ ତଥା କଳିକେଶ ନାରାୟଣ ସିଂଦେଓ ସ୍ଥାନୀୟ ବିଜୁପଟ୍ଟନାୟକ ଶିଶୁଉଦ୍ୟାନରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଶୋଭାଯାତ୍ରା କୋସଳ କଳାମଣ୍ଡଳ ପଡିଆଠାରେ ପହଞ୍ଚି ଥିଲା । ସେଠାରେ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତିଙ୍କ ସଭାପତିତ୍ୱ ଓ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭବାନୀଶଙ୍କର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ

ମୁଖ୍ୟଅତିଥି,ବରେଣ୍ୟ ଅତିଥି ଭାବରେ ବରିଷ୍ଠନେତା ଅନଙ୍ଗଉଦୟ ସିଂଦେଓ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ମହିଳାନେତ୍ରୀ ଦମୟନ୍ତି ବାଗ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ବରିଷ୍ଠନେତା ଲକ୍ଷ୍ମଣ କୁମାର ମେହେର, ପ୍ରଦ୍ୟୁତ ମିଶ୍ର, କୈଳାଶ ମହାନ୍ତି, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷ ସରିତା ବାଗ,ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ବିଜେଡିର ସୁମନ ନନ୍ଦ, ଦେଓଗାଁ ବ୍ଲକ ସଭାପତି ସୁଶୀଳ ଚାନ୍ଦ, ବଲାଙ୍ଗୀର ସଦର ବ୍ଲକ ସଭାପତି ନୀହାର ବେହେରା,ବଲାଙ୍ଗୀର ନଗର ସଭାପତି ଶମ୍ଭୁ ନାଗ,ଜିଲ୍ଲା କୃଷକ ସଭାପତି ଅଜୟ ଦାସ,ପାଟଣାଗଡର ଯୁବନେତା ଶିବାନନ୍ଦ ପରିଚ୍ଛା,ମୁରିବାହାଲର ହଂସରାଜ ଜୈନ,କଣ୍ଟାବାଞ୍ଜିର ଗିରିରାଜ ସିଂମାଝୀ,ଉଦ୍ଧବ ବେହେରା, ଅଜିତ ଯୋଷୀ, ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ଲୋଇସିଂହାର ନବକିଶୋର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ସଭାରେ ମୁଖ୍ୟଅତିଥି ସୁଶାନ୍ତ ସିଂ,ବିଜୁଜନତା ଦଳ ଗଠନ ସମୟରେ ଅନଙ୍ଗଉଦୟଙ୍କ ଭୂମିକା ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ସାଙ୍ଗରେ ତାଙ୍କର ସମ୍ପର୍କ ବିଷୟରେ କହିଥିଲେ ଓ

ବିଜେଡି ଅମଳରେ ରାଜ୍ୟ ତଥା ବଲାଙ୍ଗୀର ଜିଲ୍ଲାର ହୋଇଥିବା ବିକାଶ ପ୍ରକଲ୍ପ ଉପରେ କହିଥିଲେ । ଅନଙ୍ଗଉଦୟ ସିଂଦେଓ ତାଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକ ଅମଳରେ ହୋଇଥିବା ବିକାଶ ପ୍ରକଲ୍ପ ଉପରେ କହି ବିରୋଧି ଏଥିରେ କେବଳ ଶ୍ରେୟନେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । ସେହିପରି ଗତ ୯ବର୍ଷରେ ବଲାଙ୍ଗୀରକୁ ବିହାର ଭଳି ଅପରାଧିପ୍ରବଣ ଅଞ୍ଚଳ କିଏ କରୁଛି ଓ ଜମିମାଫିଆଙ୍କୁ ସହାୟତା କରୁଛି ଜନସାଧାରଣ ଅବଗତ ହେବା କଥା ବୋଲି କହି ବିରୋଧିପକ୍ଷଙ୍କୁ ଟାର୍ଗେଟ କରିଥିଲେ । ସେହିପରି ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେର ତାଙ୍କ ବକ୍ତବ୍ୟରେ ସୋନଗଡ ନଦୀରେ ହୋଇଥିବା ୭ଟି ବ୍ରିଜ,ମଠମନ୍ଦିରର ବିକାଶ,ସ୍କୁଲଗୁଡିକର ରୂପାନ୍ତରିକରଣ, ରାସ୍ତା ଉନତିକରଣ,ମେ ଡିକାଲ କଲେଜ,ଲୋୟରସୁକତେଲର ଉଦାହରଣ ଦେଇ ନବୀନ ପଟ୍ଟନାୟକ ଓ ଅନଙ୍ଗଉଦୟ ସିଂଦେଓଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ ବିରୋଧିଙ୍କୁ ଟାର୍ଗେଟ କରି କହିଲେ ଯେ,ବଲାଙ୍ଗୀର ବିଧାୟକ କେବଳ ରାଜପରିବାର,ବିଡିସିସି ବ୍ୟାଙ୍କ ଓ ଏବେ ପୌରପାଳିକା ବିରୋଧରେ କହି କହି ତାଙ୍କ ସମୟ ଅପଚୟ କରୁଛନ୍ତି । ସେ ବିକାଶ କେତେବେଳେ କଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଅନ୍ୟବକ୍ତାଗଣ ମଧ୍ୟ ତାଙ୍କ ବକ୍ତବ୍ୟରେ ଆଗାମୀ ୨୦୨୪ ନିର୍ବାଚନରେ କଳିକେଶଙ୍କୁ ସାଂସଦ ଓ ଅର୍କେଶଙ୍କୁ ବିଧାୟକ ଭାବରେ ଜିଣାଇବାକୁ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗାୟକ କଳାକାର ଉମାକାନ୍ତ ବାରିକ ଓ  ତାଙ୍କ ଟିମ ଦର୍ଶକଙ୍କୁ ମନୋରଂଜନ କରାଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ସହିତ ଏ ବି ଭି ପି ବାଂଲାଦେଶୀ ପ୍ରବାସୀ ଯାଞ୍ଚ ବିଷୟରେ ଆଲୋଚନା    12-Nov-2025
  ଜିଲ୍ଲା  
ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   11-Nov-2025
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    11-Nov-2025
  ଜିଲ୍ଲା  
ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ   11-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   11-Nov-2025
  ଜିଲ୍ଲା  
ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   11-Nov-2025
  ଜିଲ୍ଲା  
*ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   11-Nov-2025
  ଜିଲ୍ଲା  
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   11-Nov-2025
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   11-Nov-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   11-Nov-2025
  ଜିଲ୍ଲା  
ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   11-Nov-2025
  ଜିଲ୍ଲା  
ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   11-Nov-2025

You Might Also Like