-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
28-Sep-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ):- ସାଇବାର କ୍ରାଇମ ରୁ ଛୋଟ ପିଲା ସ୍କୁଲ କଲେଜ ପୁଅ ଝିଅ, ଯୁବକ ଯୁବତୀ, ପୁରୁଷ ମହିଳା, ବୃଦ୍ଧ ଵୃଦ୍ଧା ସମସ୍ତ ବର୍ଗ ର ଲୋକ ଙ୍କୁ ଧମକ ଲୁଣ୍ଠନ ବ୍ଲାକ ମେଲ ସର୍ବୋପରି ମୃତ୍ୟୁମୁଖରୁ ରୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ତଥା କ୍ରାଇମ ବ୍ରାଞ୍ଚ ପକ୍ଷ ରୁ ଆସନ୍ତା ୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସାରା ରାଜ୍ୟ ରେ ସବୁ ଜିଲ୍ଲାରେ ୩୪ ଗୋଟି ସଚେତନତା ରଥ ପରିକ୍ରମl କରିବ ବୋଲି ଆଜି ସନ୍ଧ୍ୟାରେ ଜିଲ୍ଲା ପୋଲିସ ଅଫିସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି l ୧ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ରେ ଏହି ରଥ ପହଂଚିବା ପରେ ୨ ତାରିଖରୁ ୧୪ ତାରିଖ ଯାଏ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ବ୍ଲକ ଓ ଗାଁ ମାନଙ୍କ ରେ ବିଭିନ୍ନ ସମାଜସେବୀ ଅନୁଷ୍ଠାନ, କ୍ଲବ, ଏନ ଜିଓ, ମିଶନ ଶକ୍ତି, ସ୍ବେଛାସେବୀ ଙ୍କ ସହଯୋଗରେ ସ୍କୁଲ କଲେଜ ରାସ୍ତା ଘlଟରେ ପଥପ୍ରାନ୍ତ ନାଟକ ଗୀତ ନାଚ ଓ ପ୍ରବନ୍ଧ କୁଇଜ ପ୍ରତିଯୋଗିତା ମlଧ୍ୟମରେ ସଚେତନ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି l ପୂର୍ବରୁ ଆୟୋଜନ ହୋଇଥିବା ପରି ରଥ ଓ ହକି ରଥ ଭଳିଆ ସାରା ଜିଲ୍ଳା ସାରା ରାଜ୍ୟ ରେ ଧୁମ ଧାମ ରେ ଏହା କୁ ଏକ ଜିଲ୍ଲା ଉତ୍ସବ ଭଳି ପାଳନ କରାଯିବ l ତେଣୁ ଏହାର ସୁଦୂର
ପ୍ରଚାର ପ୍ରସାର ଓ ସଫଳ କରିବା ପାଇଁ ଜିଲ୍ଲା ର ସମସ୍ତ ମିଡ଼ିଆ ଓ ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ଜିଲ୍ଲା ବାସୀ ଙ୍କୁ ମିଡ଼ିଆ ଜରିଆରେ ଏସପି ଶ୍ରୀ ପଣ୍ଡା ଆଜି ନିବେଦନ କରିଛନ୍ତି l ଏବଂ ପରି ରଥ, ହକି ରଥ କାର୍ଯ୍ୟକ୍ରମ ରେ ଯେମିତି ସମସ୍ତ ଙ୍କ ସହଯୋଗ ରେ ସର୍ବୋଚ୍ଚ ନମ୍ବର ରେ ପୁରସ୍କୃତ ହୋଇ ଜିଲ୍ଲା ର ଗୌରବ ଆଣିଥିଲା ପୂର୍ବ ର ସେଇ ରେକର୍ଡକୁ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିବା ବୋଲି ମଧ୍ୟ ଏସପି କହିଛନ୍ତି l