-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
28-Sep-2023
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଦେଉଳ ଗାଁ ପଞ୍ଚାୟତ ଅଧିନସ୍ଥ ବରପିଟା ଗାଁ ରେ ବିଦ୍ୟାଳୟ ଶ୍ରେଣୀ ଗୃହ ଅଭାବ ରହିଛି। ସେଥିପାଇଁ ବରପିଟା ଗ୍ରାମବାସୀ ଅନେକ ଥର ଗୁହାରି କରିଥିଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଇନଥିଲେ। ସେଥିପାଇଁ ସେମାନେ ବିଦ୍ୟାଳୟ ରେ ତାଲା ପକାଇ ଦୁଇ ଦିନ ଧରି ଧାରଣା ଦେଇଥିଲେ। ଛାତ୍ରଛାତ୍ରୀ ଙ୍କ
ପାଠ ପଢ଼ିବା ରେ ବାଧାପ୍ରାପ୍ତ ହୋଇଥିବାରୁ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଖବର ପାଇ ଗତକାଲି ଘଟଣାସ୍ଥଳରେ ପହଞ୍ଚି ବିଦ୍ୟାଳୟ ର ସୁବିଧା ଅସୁବିଧା ନୀରିକ୍ଷଣ କରି ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ପ୍ରତ୍ୟାହୃତ କରାଇଥିଲେ। ଶ୍ରୀ ବିଶି ୨୪ ଘଣ୍ଟା ମଧ୍ୟରେ ବିଦ୍ୟାଳୟ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଓ ମୁଁ ମୋ ସାଂସଦ ପାଣ୍ଠିରୁ ପାଞ୍ଚଲକ୍ଷ ଟଙ୍କା ଅନୁଦାନ ଦେବି ବୋଲି କହିଥିଲେ।ତାଙ୍କ କହିବା ଅନୁସାରେ ଆଜି ବ୍ଳକ ପ୍ରଶାସନିକ ଅଧିକାରୀ ଯାଇ ପୁରୁଣା ଘର ଭାଙ୍ଗି ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ଏଭଳି ମନୋଭାବ ପାଇଁ ଲୋକମାନେ ଅନେକ ପ୍ରଶଂସା କରୁଛନ୍ତି।