-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
17-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ବିଜୁ ଜନତା ଦଳ ର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଶ୍ରମିକ ସାମୁଖ୍ୟ ର କେନ୍ଦ୍ରୀୟ ସଂଯୋଜକ ଭାବରେ ବିଶିଷ୍ଟ ଶ୍ରମିକ ନେତା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ନିଯୁକ୍ତି କରିଥିବାରୁ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଅଭିନନ୍ଦନ ଜଣାଉଛୁ. ଶ୍ରମିକ ନେତା ସାଂସଦ ଶ୍ରୀ ବିଶି ପଶ୍ଚିମାଞ୍ଚଲ ବିଜୁଳି ଶ୍ରମିକ ସଂଘ ର କାର୍ଯ୍ୟକାରୀ ସଭାପତି ଥିବା ବେଳେ ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଏକତା ମଞ୍ଚ ର କାର୍ଯ୍ୟକାରୀ ସଭାପତି, ୱେସ୍କୋ ଏସଟି ଏସସି କର୍ମଚାରୀ ସଂଘ ର ସଭାପତି, ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘ ର ସଭାପତି,କୃଷକ ସଂଗଠନ,ବଢ଼େଇ ମିସ୍ତ୍ରୀ ସଂଘ,ଟ୍ରେଡ଼ ୟୁନିଅନ ଏଣ୍ଡ ଆସୋସିଏସନ ର ସାଧାରଣ ସମ୍ପାଦକ ତଥା ବିଭିନ୍ନ ଶ୍ରମିକ କର୍ମଚାରୀ ସଂଗଠନ ମାନଙ୍କ ରେ ନେତୃତ୍ୱ ନେଉଛନ୍ତି l ଏହି ନୁଆଁ ନିଯୁକ୍ତି ଦ୍ୱାରା ସଂଗଠିତ ଶ୍ରମିକ ଶ୍ରେଣୀ, ଅଣ ସଂଗଠିତ ଶ୍ରମିକ ଗୋଷ୍ଠୀ, କର୍ମଚାରୀ, ମଜଦୁର ମାନଙ୍କ କଲ୍ୟାଣ ପାଇଁ ବିଶେଷ ଫଳପ୍ରଦ ହେବ ବୋଳି ଶ୍ରମିକ ସଂଗଠନ ଗୁଡିକ ଆଶା ପ୍ରକାଶ କରିଛନ୍ତି l ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ ସଂଗ୍ରାମ କରି ଆସୁଥିବା ଶ୍ରମିକ ନେତା ନିରଞ୍ଜନ ବିଶି ଙ୍କୁ ରାଜ୍ୟରେ ଶ୍ରମିକ କର୍ମଚାରୀ ମାନଙ୍କ ବିକାଶ ପାଇଁ କେନ୍ଦ୍ରୀୟ ସଂଯୋଜକ କରିଥିବାରୁ ଶ୍ରମିକନେତା ଚନ୍ଦ୍ରମଣି ଶବର, ବିଷ୍ଣୁ ପ୍ରସାଦ କେଡ଼ିଆ,ପୂର୍ଣଚନ୍ଦ୍ର ବେହେରା, ବିଭୁତି ଶଙ୍କର ବିନ୍ଧାଣି, ଭକ୍ତରାମ ଧରୁଆ,ଚିରାଗ ସିଂଦେଓ, ଭି.ପ୍ରସାଦ ରାଓ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ,l