-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
27-Aug-2023
ଭୁବନେଶ୍ବର : ଆନ୍ତର୍ଜାତୀୟ ସମାଜସେବା ସଂଗଠନ ନିଫା ତରଫରୁ ଦେଶବ୍ୟାପୀ ଆୟୋଜନ କରାଯାଇଥିବା ସଚେତନତା ମୂଳକ କାର୍ଯ୍ୟକ୍ରମ ସାଇକେଲ ଶୋଭାଯାତ୍ରା ୨୭ତାରିଖ ରବିବାର ସାରା ଭାରତରେ ଏକ ସମୟରେ ଅର୍ଥାତ ସକାଳ ୭ ଘଟିକାରେ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ
ସଭାପତି ଜ୍ଞାନଚାନ୍ଦ ଶତପଥୀଙ୍କ ପରିଚାଳନାରେ ଆମ ରାଜ୍ୟର ବୌଦ୍ଧ, କଣ୍ଟାବାଞ୍ଝି, ଝାରସୁଗୁଡା, ଯାଜପୁର ସମତେ ଭୁବନେଶ୍ୱରସ୍ଥିତ ସି ଆର ପି ଏଫ ସ୍କୋୟାର ପ୍ରିୟଦର୍ଶିନୀ ମାର୍କେଟରେ ଅବସ୍ଥିତ ଶିକ୍ଷା ଅନୁଷ୍ଠାନ କଂପ୍ୟୁଟର ଆପ୍ଲିକେସନ ସେଣ୍ଟରର ମୁଖ୍ୟ ପରିଚାଳକ ଦେବାଶିଷ ସ୍ୱାଇଁ, ଓ ସ୍ମୃତି ରଞ୍ଜନ ସ୍ବାଇଁଙ୍କ ସହଯୋଗରେ ଏବଂ ଜ୍ଞାନ ପ୍ରକାଶ ଓ କୋଠଘରର ମିଳିତ ଆନୁକୂଲ୍ୟରେ ନିଫାର ଖୋର୍ଦ୍ଧା ଜିଲ୍ଲା ସଭାପତି ଅମ୍ବିକା ସ୍ବାଇଁଙ୍କ ତତ୍ତ୍ଧାବଧାନରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
ଅତିଥି ଭାବରେ ପ୍ରଶାସନିକ ଅଧିକାରୀ ସ୍ୱାତିବାଳା ମହାପାତ୍ର ଯୋଗଦେଇ ଉକ୍ତ ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମକ ଉଦ୍ ଘାଟନ କରିଥିଲେ । ଜିଲ୍ଲା ସଭାପତି ଅମ୍ବିକା ସ୍ବାଇଁ ସାଇକେଲ ଶୋଭାଯାତ୍ରାର ଗୁରୁତ୍ୱ ଉପରେ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରି, ଅଂଶଗ୍ରହଣ କରିଥିବା ବିଶ୍ୱନାଥ ଦାସ,ଶୁଭେନ୍ଦୁ ବଳ,ସତ୍ୟ ସାହୁ, ଦେବାଶିଷ କାସ୍ତ ଇତ୍ୟାଦିଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ ।