-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
25-Aug-2023
ପାଟଣାଗଡ(ପୁର୍ଣ୍ଣ ଶଶୀ ଶେଖର ରାଓ) ସରକାର ବିକାଶ ର ଡିମଡିମି ପିଟୁଥିବା ବେଳେ ଶିକ୍ଷା ବିଭାଗ ଉପରେ ବିକାଶ କାହିଁକି ପହଞ୍ଚି ପାରୁନାହିଁ। ରାଜ୍ୟ ର ଅନେକ ଗୁଡ଼ିଏ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଅନେକ ସମସ୍ୟା ଦେଖାଦେଇଛି। କେଉଁଠି ଶ୍ରେଣୀ ଗୃହ ନାହିଁ ତ, କେଉଁଠି ଶିକ୍ଷକ ନାହିଁ ତ, କେଉଁଠି ଭଙ୍ଗା କୁଡିଆ ଶ୍ରେଣୀ ଗୃହ ରେ ପାଠ ପଢୁଥିବା ଦେଖିବାକୁ ମିଳେ। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଖୁଣ୍ଟସମଲାଇ ପ୍ରାଥମିକ ବିଦ୍ୟାଳୟ ରେ ୭୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ଦୁଇଜଣ ଶିକ୍ଷକ ଅଛନ୍ତି ।ସେମାନଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି ଓ ସବୁବେଳେ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ।ଜଣେ ଶିକ୍ଷକ ପ୍ରଥମ ରୁ ପଞ୍ଚମ ଶ୍ରେଣୀକୁ ପଢ଼ାଉଥିବା ହେତୁ ପିଲାମାନେ ଭଲ ପାଠ ପଢି ପାରୁନାହାନ୍ତି ।ଏ ବିଷୟରେ ବାରମ୍ବାର ଅଭିଯୋଗ ଜଣାଉଥିଲେ ସୁଦ୍ଧା କେହି ଶୁଣୁ ନଥିଲେ ଏଣୁ କରି ଗ୍ରାମବାସୀ ଓ ଅଭିଭାବକ ମିଶି ଆଜି ସ୍କୁଲ ରେ ତାଲା ଦେଇ ଛାତ୍ରଛାତ୍ରୀ ମାନଙ୍କ ସହିତ ସ୍କୁଲ ବାହାରେ ଧାରଣାରେ ବସିଥିଲେ lଏ ସମ୍ପର୍କରେ ଖବର ପାଇ ପାଟଣାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ବିଦ୍ୟାଳୟ କୁ ଆସି ତୁରନ୍ତ ଏକ ଶିକ୍ଷକ ଦେଲାପରେ ବିଦ୍ୟାଳୟ ତାଲା ଖୋଲାହେବା ସହିତ ଶିକ୍ଷାଦାନ ସ୍ୱାଭାବିକ ହୋଇଥିଲା l