-+91-9937148622 |

prerana_bgr@rediffmail.com |

  Sunday 1st October 2023 |

| | | |

R.N.I. Regd No. ODIODI/2010/46693

Breaking News

ମୁନିସିପାଲଟି ନାରୀ ଶକ୍ତି ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗୁଡ଼ିକର କନ୍ଧପାଲି ଅଞ୍ଚଳ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ    (01-Oct-2023)       ||      ଭବାନୀ ପାଟଣା ନlରେଙ୍ଗିଖୋଲା ଗ୍ରାମ ଠାରେ ବିଭିନ୍ନ ସମସ୍ୟା କୁ ନେଇ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ l   (01-Oct-2023)       ||      ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତି ରେ ପାତର ଅନ୍ତର ଅଭିଯୋଗ,  ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି    (30-Sep-2023)       ||      ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ    (30-Sep-2023)       ||      ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ   (30-Sep-2023)       ||      ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ   (30-Sep-2023)       ||      ଦେଢ଼ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ   (30-Sep-2023)       ||      ପଟୁଆବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପ୍ରତିଷ୍ଠା ହେବାର ଏକ ମାସ ନପୁରୁଣୁ ଆଜି ପ୍ରଥମ ଥର ପାଇଁ ଜଣେ ଚାଷୀଙ୍କୁ ଚାଷୀ ଋଣ ପ୍ରଦାନ କରାଯାଇଛି। ସମିତି କାର୍ଯ୍ୟାଳୟରେ ସଭାପତି ତଥା ଡଙ୍ଗତପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଓ ସଂପାଦକ ଆଲୋକ କ୍ରିଷ୍ନା ମହାକୁଡଙ୍କ ଉପସ୍ଥିତିରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଚାଷୀ ଆଲୋକ ସାହୁଙ୍କୁ ପ୍ରଥମ ଚାଷୀ ଋଣ ସମବାୟ ସମିତି ପକ୍ଷରୁ ପ୍ରଥମ ରଣ ପ୍ରଦାନ କରିଥିଲେ।    (30-Sep-2023)       ||      ପାଟଣାଗଡ଼ ବ୍ଲକ  ବ୍ଲକସ୍ତରୀୟ ଶାରଦୀୟ କ୍ରିଡା ମହୋତ୍ସବ ଉଦଯାପିତ    (29-Sep-2023)       ||       ରାଜେନ୍ଦ୍ର ୟୁନିଭିର୍ସିଟ  କଲେଜ  ସମ୍ମୁଖ ରେ ପରିବର୍ଦ୍ଧିତ ହଷ୍ଟେଲ ଫି କୁ ବିରୋଧ କରି ଧାରଣା ରେ ବସିଲେ ଛାତ୍ରୀ    (29-Sep-2023)       ||      ଡଙ୍ଗରପଡାରେ ଅନନ୍ତମୁଖୀ ଓ ଭଗବତ୍ ଜନ୍ମ ଉତ୍ସବ ପାଳନ   (29-Sep-2023)       ||      ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ହୃଦୟ ଦିବସ ପାଳନ   (29-Sep-2023)       ||      ଦେଓଗାଁ ବ୍ଲକ ର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ବଲାଙ୍ଗିର ସାଂସଦ , କେନ୍ଦ୍ର ର ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଲେ    (29-Sep-2023)       ||      ଘେନୁପାଲିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ଉତ୍ସବ   (29-Sep-2023)       ||      ବିଭିନ୍ନ ପଦବୀ ଚୟନ ଅନୀୟମିତତା କୁ ନେଇ ହଳଦୀ ହାଇସ୍କୁଲ ରେ ତାଲାମାରିଲେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା l   (29-Sep-2023)       ||      ଜିଲ୍ଲା ଯୋଜନା କମିଟି ର ସଦସ୍ୟ ହେଲେ ଦୁଇ କାଉନସିଲର    (29-Sep-2023)       ||      ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କୁ ବିଧାନସଭା ରୁ ବହିସ୍କାର କରାଯିବା ପ୍ରତିବାଦରେ ଲୋଇସିଂହା ଠାରେ ଜାତୀୟ ରାଜପଥ ଅବରୋଧ   (29-Sep-2023)       ||      ବିଧାୟକ ଡ. ମୁକେଶ ମହାଲିଙ୍ଗ କୁ ବିଧାନସଭା ରୁ ବହିସ୍କାର କରାଯିବା ଦାବିରେ ଲୋଇସିଂହା ଠାରେ 26 ନଂ ଜାତୀୟ ରାଜପଥ ଅବରୋଧ   (29-Sep-2023)       ||      ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ    (28-Sep-2023)       ||      ମର୍ନିଙ୍ଗ ୱାକର ଟିମ ଓ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଶୋକ ସଭା   (28-Sep-2023)       ||     

HOME   ଦେଶ ବିଦେଶ

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ରୂପା ଦାଶଙ୍କୁ ଉତ୍ସ୍ୱସିତ ସମ୍ବର୍ଦ୍ଧନା

25-Aug-2023



ନୂଆଦିଲ୍ଲୀ, ଆମେରିକାରେ ଅବସ୍ଥାପିତ ଭାରତୀୟ ଲେଖକ ରୂପା ଦାଶଙ୍କୁ ନିକଟରେ ଜାତୀୟ ରାଜଧାନୀ କ୍ଷେତ୍ରରେ ଉତ୍ସ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଗାଜିଆବାଦଠାରେ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ) ପକ୍ଷରୁ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସୋସାଇଟିର ସଦସ୍ୟ, କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ। ଶ୍ରୀମତୀ ଦାଶ ଓ ତାଙ୍କର ଦଶ ବର୍ଷୀୟ ଆମେରିକାରେ ପଞ୍ଚମ କକ୍ଷରେ ଅଧ୍ୟୟନରତ ନକ୍ସାକାର କନ୍ୟା ଆୟାତି ଦାଶ କରଙ୍କୁ ୱାଓସୋର ମହିଳା ଶାଖାର ସଦସ୍ୟମାନେ ଭବ୍ୟ ସ୍ବାଗତ ଜଣାଇବା ସହିତ ପାରମ୍ପରିକ ଢଙ୍ଗରେ ପାଛୋଟି ନେଇଥିବା ଦେଖା ଦେଇଥିଲା।
ଏହି ଅବସରରେ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଏବଂ ବରିଷ୍ଠ କର୍ମକର୍ତ୍ତାମାନେ ଶ୍ରୀମତୀ ଦାଶଙ୍କର ଇଂରାଜୀ ଭାଷାରେ ଲିଖିତ ପୁସ୍ତକ " ଲିଡହର" କୁ  ଲୋକାର୍ପଣ କରିଥିଲେ। ବହୁ ଚର୍ଚ୍ଚିତ ଓ ବ୍ୟାପକ ଭାବେ ଆଦୃତ ଏହି ବହିଟିରେ ଶ୍ରୀମତୀ ଦାଶ, ବିଶ୍ଵର ବିଭିନ୍ନ ପ୍ରାନ୍ତରେ ତୃଣମୂଳ ସ୍ତରରୁ ନିଜ ନିଜର ଅନନ୍ୟ ପ୍ରତିଭା, ଅପାର ପାରଦର୍ଶିତା ଓ ଅସାମାନ୍ୟ ନିଷ୍ଠା ପ୍ରଦର୍ଶନ ପୂର୍ବକ ସଫଳତାର ଶିଖର ଛୁଇଁଥିବା ୬୦ ଜଣ ମହିୟସୀ ମହିଳାଙ୍କର ପେଶାଦାରୀ ସତ୍ୟ କାହାଣୀକୁ ସନ୍ନିବେଶିତ କରିଛନ୍ତି।  ନକ୍ସା ସମ୍ପର୍କୀୟ କୌଣସି ଆନୁଷ୍ଠାନିକ ଶିକ୍ଷାପ୍ରାପ୍ତ ନ କରିଥିଲେ ମଧ୍ୟ, ସମଗ୍ର ପୁସ୍ତକଟିର ସୁନ୍ଦର ଓ ସୃଜନଶୀଳ ଅଳଙ୍କରଣ ଆୟାତି କରିଛନ୍ତି।
 

ଉଭୟ ରୂପା ଦାଶ ଓ ଆୟାତି ଦାଶ କରଙ୍କୁ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫଳକ ପ୍ରଦାନ କରି ସମ୍ମାନୀତ କରିଥିଲେ। ସଭାରେ ସ୍ବାଗତ ଭାଷଣ ପ୍ରଦାନ କରି ଶ୍ରୀ ଦ୍ଵିବେଦୀ, ଶ୍ରୀମତୀ ଦାଶଙ୍କୁ ତାଙ୍କର ସାହିତ୍ୟିକ କୃତୀ ଏବଂ ବିଶ୍ଵଭରି ମହିଳା ସଶକ୍ତିକରଣ ସକାଶେ ନିରବିଛିନ୍ନ ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ। ଶ୍ରୀ ଦ୍ଵିବେଦୀ ଉଭୟ ଶ୍ରୀମତୀ ଦାଶ ଓ ଆୟାତିଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ସମ୍ବର୍ଦ୍ଧନାର ଉତ୍ତର ଦେଇ ରୂପା ଦାଶ, ତାଙ୍କୁ ନୈତିକ ପ୍ରୋତ୍ସାହନ ଯୋଗାଇଥିବାରୁ ୱାର୍ଲଡ୍ ଓଡ଼ିଶା ସୋସାଇଟି ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ଭବିଷ୍ୟତରେ ନାରୀ ଜାଗରଣ ନେଇ ତାଙ୍କର ଉଦ୍ୟମ ପ୍ରତି ସେ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ। ଶ୍ରୀମତୀ ଦାଶ ତାଙ୍କର ବ୍ୟବସାୟିକ ପ୍ରଶସ୍ତି ଓ ସାହିତ୍ୟିକ ସ୍ଵୀକୃତି ପାଇଁ ଆଧ୍ୟାତ୍ମିକ ସଂଯୋଗୀକରଣକୁ ଶ୍ରେୟ ପ୍ରଦାନ କରିଥିଲେ। ଶ୍ରୀମତୀ ଦାଶଙ୍କୁ ହାର୍ଦ୍ଧିକ ବଧାଇ ଜଣାଇଥିବା ଅନ୍ୟମାନଙ୍କ ମଧ୍ୟରେ ଡଃ ମନୋରଞ୍ଜନ ମହାନ୍ତି, ଅବନୀ ସାହୁ, ସୁଧୀର ଦାଶ, ନିର୍ମଳ ପଟ୍ଟନାୟକ, ଆଚାର୍ଯ୍ୟ ଅଭିମନ୍ୟୁ, ପୁଷ୍ପାଞ୍ଜଳି ବାରିକ, ରୀତା ପାତ୍ର, ବିମଳ ଭଲ, ବିଭୁ ପ୍ରସାଦ ସାହୁ, ଜ୍ଞାନ ଜେନା, ଅଳ୍ପନା ପଟ୍ଟନାୟକ, ସୁମନ୍ତ ବିଶ୍ଵାଳ, ଜୀତେନ୍ଦ୍ର ବେହେରା ଓ ନନ୍ଦନ ଦ୍ଵିବେଦୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ବନ୍ଧୁ ମିଳନର ବିଶେଷ ଆକର୍ଷଣ ସୁପ୍ରସିଦ୍ଧ ସଙ୍ଗୀତକାର ଆଚାର୍ଯ୍ୟ ଅଭିମନ୍ୟୁ, ଲବ୍ଧପ୍ରତିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଧୀର ଦାଶ ଏବଂ ୱାଓସୋର ବ୍ୟଞ୍ଜନ ବିଭାଗର ଯୁଗ୍ମ ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ସୁମଧୁର ଓଡ଼ିଆ ଓ ହିନ୍ଦୀ ସଂଗୀତମାନ ଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁନିସିପାଲଟି ନାରୀ ଶକ୍ତି ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗୁଡ଼ିକର କନ୍ଧପାଲି ଅଞ୍ଚଳ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ   01-Oct-2023
  ଜିଲ୍ଲା  
ଭବାନୀ ପାଟଣା ନlରେଙ୍ଗିଖୋଲା ଗ୍ରାମ ଠାରେ ବିଭିନ୍ନ ସମସ୍ୟା କୁ ନେଇ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ l   01-Oct-2023
  ଜିଲ୍ଲା  
ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତି ରେ ପାତର ଅନ୍ତର ଅଭିଯୋଗ,  ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି    30-Sep-2023
  ଜିଲ୍ଲା  
ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   30-Sep-2023
  ଜିଲ୍ଲା  
ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ   30-Sep-2023
  ଜିଲ୍ଲା  
ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ   30-Sep-2023
  ଜିଲ୍ଲା  
ଦେଢ଼ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ   30-Sep-2023
  ଜିଲ୍ଲା  
ପଟୁଆବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପ୍ରତିଷ୍ଠା ହେବାର ଏକ ମାସ ନପୁରୁଣୁ ଆଜି ପ୍ରଥମ ଥର ପାଇଁ ଜଣେ ଚାଷୀଙ୍କୁ ଚାଷୀ ଋଣ ପ୍ରଦାନ କରାଯାଇଛି। ସମିତି କାର୍ଯ୍ୟାଳୟରେ ସଭାପତି ତଥା ଡଙ୍ଗତପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଓ ସଂପାଦକ ଆଲୋକ କ୍ରିଷ୍ନା ମହାକୁଡଙ୍କ ଉପସ୍ଥିତିରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଚାଷୀ ଆଲୋକ ସାହୁଙ୍କୁ ପ୍ରଥମ ଚାଷୀ ଋଣ ସମବାୟ ସମିତି ପକ୍ଷରୁ ପ୍ରଥମ ରଣ ପ୍ରଦାନ କରିଥିଲେ।   30-Sep-2023
  ଜିଲ୍ଲା  
ପାଟଣାଗଡ଼ ବ୍ଲକ  ବ୍ଲକସ୍ତରୀୟ ଶାରଦୀୟ କ୍ରିଡା ମହୋତ୍ସବ ଉଦଯାପିତ   29-Sep-2023
  ଜିଲ୍ଲା  
 ରାଜେନ୍ଦ୍ର ୟୁନିଭିର୍ସିଟ  କଲେଜ  ସମ୍ମୁଖ ରେ ପରିବର୍ଦ୍ଧିତ ହଷ୍ଟେଲ ଫି କୁ ବିରୋଧ କରି ଧାରଣା ରେ ବସିଲେ ଛାତ୍ରୀ    29-Sep-2023
  ଜିଲ୍ଲା  
ଡଙ୍ଗରପଡାରେ ଅନନ୍ତମୁଖୀ ଓ ଭଗବତ୍ ଜନ୍ମ ଉତ୍ସବ ପାଳନ   29-Sep-2023
  ଜିଲ୍ଲା  
ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ହୃଦୟ ଦିବସ ପାଳନ   29-Sep-2023

You Might Also Like