-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
24-Aug-2023
ବଲାଙ୍ଗୀର// ଗତ ଅଗଷ୍ଟ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ଝାରସୁଗୁଡା ଠାରେ ପ୍ରଥମ ପଞ୍ଚାକ୍ ସିଲାଟ୍ ଖେଲୋ ଇଣ୍ଡିଆ ଓମେନସ୍ ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରା ଓଡ଼ିଶ।।ର ୧୫ଟି ଜିଲ୍ଲାରୁ ୨ଠ୦ରୁ ଅଧିକ ମହିଳା ପ୍ରତିଯୋଗୀ
ଭାଗ ନେଇଥିଲେ । ଏଥିରେ ବଲାଙ୍ଗୀର ମଣ୍ଟେଶୋରୀ ପବ୍ଲିକ ସ୍କୁଲର ପଂଚମ ଶ୍ରେଣୀ ଛାତ୍ରୀ ରୋଜି ସାହୁ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଆଜି ମାଲପଡା ସ୍ଥିତ ମଣ୍ଟେଶୋରୀ ପବ୍ଲିକ ସ୍କୁଲ ପରିସରରେ ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍ଗାତା ଓ ଚେୟାରମେନ୍ ବିରେନ୍ଦ୍ର ନାରାୟଣ ଉଦ୍ଗାତାଙ୍କ
ଉପସ୍ଥିତିରେ ରୋଜି ସାହୁଙ୍କ ପିତା ଶିବ ସାହୁ ଓ ତାଙ୍କ ଗୁରୁ ପ୍ରଶାନ୍ତ ପାତ୍ରଙ୍କୁ ଫୁଲତୋଡା ଓ ଉପାୟନ ଦଇ ସମ୍ମାନିତ କରାଯାଇଥିଲା । ରୋଜି ସାହୁ ନିଜ ପ୍ରତିକ୍ରିୟାରେ ଆହୁରି ପରିଶ୍ରମ କରି ଭବିଷ୍ୟତରେ ଜିଲ୍ଲା ତଥା ରାଜ୍ୟସ୍ତରରେ ସ୍କୁଲ ପାଇଁ ଗୌରବ ଆଣିବି ବୋଲି କହିଥିଲେ । ଶେଷରେ ସ୍କୁଲର ହେଡ ଗାର୍ଲ ତନିଶା ରଣା । ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।