-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||      କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରେମୀଯୁଗଳ ଏବଂ ମଦୁଆଙ୍କ ସହିତ ପିସିଆର ଭ୍ୟାନ୍ ର ଲୁଚିକାଳୀ ଖେଳେ ।   (05-Jun-2026)       ||     

HOME   ଜିଲ୍ଲା

ଲୋକଙ୍କ ଲାଗି ଲଢ଼ୁଥିବା ତଥା ଏ ଅଞ୍ଚଳର ବିକାଶ କଥା କହୁଥିବା ସାଧାରଣ ପରିବାରର ଲୋକଙ୍କୁ ନିର୍ବାଚନରେ ଜିତାନ୍ତୁ, ପରିବାରବାଦକୁ ପ୍ରତ୍ୟାଖ୍ୟାନ କରନ୍ତୁ-  ପ୍ରମୋଦ ମିଶ୍ର

18-Jun-2023



କଣ୍ଟାବାଞ୍ଜି (ଆନନ୍ଦ ମୋଟେ ): ବିଶିଷ୍ଟ କୋଶଲବାଦୀ ନେତା ପ୍ରମୋଦ ମିଶ୍ର ଆଜି କଣ୍ଟାବାଞ୍ଜି ଗ୍ରସ୍ତରେ ଆସି ସ୍ଥାନୀୟ ହରିଭବନ ଠାରେ କୋଶଲବାଦୀ ସଂଗଠକ ତଥା ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ l ଅବିଭକ୍ତ କୋରାପୁଟ ଜିଲ୍ଲା ଓ ରାଜନୈତିକ ପଶ୍ଚିମ ଓଡିଶାକୁ ନେଇ କରାଯାଉଥିବା ସ୍ୱତନ୍ତ୍ର କୋଶଲ ପ୍ରଦେଶ ଆନ୍ଦୋଳନ କୁ ସମସ୍ତେ ସହଯୋଗ କରିବାକୁ ଏହି ଅବସରରେ ସେ ଆହ୍ୱାନ ଦେଇଥିଲେ l ଏହା ଛଡା ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ରାଜନୈତିକ ମାନଚିତ୍ର ପରିବର୍ତ୍ତନ କରିବାପାଇଁ ମଧ୍ୟ ସେ ଆହ୍ୱାନ ଦେଇଥିଲେ l ଆଗାମୀ ନିର୍ବାଚନରେ ସ୍ୱତନ୍ତ୍ର ରାଜ୍ୟ ଦାବି ପ୍ରତି ସମର୍ଥନ ରଖି ନଥିବା ନେତା ମାନଙ୍କୁ ପ୍ରତ୍ୟାଖ୍ୟାନ କରିବା ସହ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ରାଜନୈତିକ ବ୍ୟବସାୟ ଚଳାଇଥିବା ପରିବାର ମାନଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଶ୍ରୀ ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଥିଲେ l ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଓ କୋସଳାଞ୍ଚଳର  ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ବହୁବିଧ ସମସ୍ୟା ସମାଧାନ ହୋଇ ନ ଥିବା କାରଣରୁ ଶ୍ରୀ ମିଶ୍ର ଶୋକପ୍ରକାଶ କରିବା ସହ ଏ ଅଞ୍ଚଳର ରାଜନେତା ମାନଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି ବୋଲି ଶ୍ରୀ ମିଶ୍ର ମତ ବ୍ୟକ୍ତ କରିଥିଲେ l କୋଶଲ ରାଜ୍ୟ ଆନ୍ଦୋଳନ ସମେତ ବିଭିନ୍ନ ଜନ ଆନ୍ଦୋଳନରେ ସମସ୍ତେ ଏକଜୁଟ ହୋଇ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଲଢ଼ିବା ପାଇଁ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ l ଏଥି ସହିତ ଆଗାମୀ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ସଂଗଠକମାନେ ଟିକଟ ଦାବିଦାର ହୁଅନ୍ତୁ ବୋଲି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ l ଏହାଛଡା ଏ ଅଞ୍ଚଳକୁ ବର୍ବାଦ କରିଦେଇ ନିଜ ପରିବାରର ପ୍ରତିପତ୍ତି ଓ ସମ୍ପତ୍ତି ବଢ଼ାଇବାରେ କେବଳ ଲାଗିଥିବା ରାଜନୈତିକ ପରିବାର ମାନଙ୍କୁ ଟିକଟ ବିତରଣ ପ୍ରକ୍ରିୟାରୁ ବାଦ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ରାଜନୈତିକ ଦଳ ମାନଙ୍କୁ ଖୋଲା ଅନୁରୋଧ କରିଥିଲେ l
ଆଗାମୀ ନିର୍ବାଚନରେ କଣ୍ଟାବାଞ୍ଜିର ରେଳ ୱାଗନ କାରଖାନା ଦାବି, ଉତ୍କଟ ପାଣି ଓ ମରୁଡି ସମସ୍ୟା, ଦାଦନ ଶ୍ରମିକ ଚାଲାଣ ସମସ୍ୟା, ଶିଳ୍ପାୟନର ଅଭାବ ସମସ୍ୟା, ବେଛତ୍ରୀ ଗାଁ ମାନଙ୍କର ଆଦିମ ଅଧିବାସୀ ମାନଙ୍କ ଜମି ପଟ୍ଟା ସମସ୍ୟା ତଥା କଣ୍ଟାବାଞ୍ଜି ସହରରେ ପଟ୍ଟାଦାର ସତ୍ବାଧୀକାରୀମାନଙ୍କ ପାର୍ଚ୍ଚା ବିତରଣ ସମସ୍ୟା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେଉ ବୋଲି ଶ୍ରୀ ମିଶ୍ର କହିଥିଲେ l ଏହା ଛଡା ବିଭିନ୍ନ ଜନସମସ୍ୟା ନେଇ ବୁଦ୍ଧିଜିବୀମାନେ ପ୍ରତିକ୍ରିୟା ରଖନ୍ତୁ ତଥା ସଂଗଠକମାନେ ବ୍ୟାପକ ଜନ ଆନ୍ଦୋଳନ କରନ୍ତୁ ବୋଲି ମଧ୍ୟ ସେ ମତପ୍ରକାଶ କରିଥିଲେ l
ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟ୍ୟରେ ବରିଷ୍ଠ ଆଇନଜିବୀ ବିଷ୍ଣୁପ୍ରସାଦ ଶର୍ମା, ବ୍ରଜଶ୍ୟାମ ଗୁରୁ, ଶେଷଦେବ ପୁଟେଲ, ଶ୍ରମିକ ନେତା ରବିଶଙ୍କର ମିଶ୍ର, ସଂଗଠକ ସୁରଥ ବେହେରା, କୈଳାସ ଅଗ୍ରୱାଲ, ଯୁବ ସଂଗଠକ ଡୋଳାମଣୀ ପ୍ରଧାନ, ଆଶିଷ ଖଇତାନ, ମୁରାରୀଲାଳ ଅଗ୍ରୱାଲ, ଛୋଟୁ ସାଲୁଜା,ରୋହନ ମହତ୍ ଙ୍କ ସମେତ ବହୁ ସଂଗଠକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026
  ଜିଲ୍ଲା  
ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   05-Jun-2026

You Might Also Like