-+91-9937148622 |

prerana_bgr@rediffmail.com |

  Tuesday 16th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   (16-Apr-2024)       ||      ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   (16-Apr-2024)       ||      ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   (16-Apr-2024)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   (16-Apr-2024)       ||      ବିଜେପି ର ମିଶ୍ରଣ ପର୍ବ : ଶତାଧିକ କର୍ମୀ ଙ୍କ ଯୋଗଦାନ   (15-Apr-2024)       ||      ବିଜେଡିମୁହାଁ ଯୁବକ ଓ କୃଷକ, ଖଗସୀକନା,ଅଏଁଲାପାଲିର ଦେଢଶହ ଲୋକ ବିଜେଡିରେ ସାମିଲ   (15-Apr-2024)       ||      ଛିଣ୍ଡୁନି କଣ୍ଟାବାଞ୍ଜିର ଅଛିଣ୍ଡାଗଣିତ... ନୀରୁପମା ମାଝିଙ୍କ ସପକ୍ଷରେ ବାହାରିଲା ଆଦିବାସୀକଲ୍ୟାଣସଂଘ   (15-Apr-2024)       ||      ହନୁମାନ ଜୟନ୍ତିରେ ରାଜନେତାଙ୍କ ପଣା ରାଜନୀତି   (15-Apr-2024)       ||      ସୋନପୁର ରେ ପ୍ରିୟବ୍ରତ ଓ ବୀରମହାରାଜପୁର ପାଇଁ କଂଗ୍ରେସ ର ପ୍ରାର୍ଥୀ ହେଲେ ପ୍ରଦୀପ   (15-Apr-2024)       ||      ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ   (15-Apr-2024)       ||      ସମ୍ରାଟ ଅଶୋକ,ମହାତ୍ମା ଫୁଲେ ଓ ଡଃ.ଅମ୍ଵେଦକର ଙ୍କ ଜୟନ୍ତୀ ପାଳିତ   (15-Apr-2024)       ||      ଜିଲ୍ଲା ଦଳିତ ବିକାଶ ମଞ୍ଚ, ବଲାଙ୍ଗୀର ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳିତ   (15-Apr-2024)       ||      ଉଲିଗୁଞ୍ଜେର ଠାରୁ ନର୍ଲା କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ,   (15-Apr-2024)       ||      ଲୋଇସିଂହା ବନବିଭାଗ ପକ୍ଷରୁ ୧୨ କ୍ଵିଣ୍ଟାଲ ଖଇର କାଠ ଜବତ   (15-Apr-2024)       ||      କାଉଡୋଲା ଠାରେ ବାବାସାହେବଆମ୍ବେଦକର ଙ୍କ ୧୩୩ ତମ ଜନ୍ମଜୟନ୍ତୀ ପାଳିତ   (15-Apr-2024)       ||      ଶିକ୍ଷିତ ହୁଅ,ସଂଗଠିତ ହୁଅ ଏବଂ ସଂଘର୍ଷ କର   (14-Apr-2024)       ||      ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ପଣା ସରବତ ବଣ୍ଟନ କାର୍ଯ୍ୟକ୍ରମ   (14-Apr-2024)       ||      ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ସମାରୋହ ପାଳିତ l   (14-Apr-2024)       ||      ବଲାଙ୍ଗିର ରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୧୩୩ତମ ଡଃ ବି.ଆର୍. ଆମ୍ବେଦକର ଜୟନ୍ତୀ    (14-Apr-2024)       ||      ଶ୍ୟାମା ଶ୍ୟାମ ସତ୍‌ସଙ୍ଗ ବଲାଙ୍ଗୀର ତରଫରୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି  ପାଳିତ   (14-Apr-2024)       ||     

HOME   ମହାନଗର

ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟ ସ୍ତରୀୟ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ ଏବଂ ବାର୍ଷିକ ସମ୍ମିଳନୀ  ସାମ୍ବାଦିକ ମାନଙ୍କର ସ୍ୱାଧିନତା ଓ ସୁରକ୍ଷା କ୍ଷୁର୍ଣ୍ଣ ଗଣତନ୍ତ୍ର ପ୍ରତି ବିପଦ

03-May-2023



ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ )ସମ୍ପ୍ରତି ବିଶ୍ୱରେ ସାମ୍ବାଦିକ ମାନଙ୍କର ସ୍ୱାଧିନତା ଓ ସୁରକ୍ଷା କ୍ଷୁର୍ଣ୍ଣ ହେଉଛି । ଏପରି ହେଲେ ଗଣତନ୍ତ୍ର ତିଷ୍ଠିବା ଅସମ୍ଭବ ବୋଲି ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ.) ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ ଏବଂ ବାର୍ଷିକ ସମ୍ମିଳନୀ ଅବସରରେ ଅତିଥି ଏବଂ ବକ୍ତା ମାନେ ମତବ୍ୟକ୍ତ ସହିତ ସାମ୍ବାଦିକ ମାନଙ୍କର କଲ୍ୟାଣ ଓ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି କହିଥିଲେ । ସଂଘର ରାଜ୍ୟ ସଭାପତି ତଥା ଭାରତୀୟ ସାମ୍ବାଦିକ ସଂଘ (ଆଇ.ଜେ.ୟୁ )ର ଜାତୀୟ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେସନରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡ଼. ପ୍ରସନ୍ନ କୁମାର ପାଟଶାଣୀ, ମୁଖ୍ୟ ବକ୍ତା ଭାବରେ ସମୀକ୍ଷାର ସମ୍ପାଦକ ତଥା କଳିଙ୍ଗ  ମେଡ଼ିଆ ସର୍ଭିସ ର ଅଧ୍ୟକ୍ଷ ଡ଼. ମହେଶ୍ୱର, ସମ୍ମାନିତ ଅତିଥି ଭାବରେ ବିଧାୟକ ସୁରେଶ କୁମାର ରାଉତରାୟ, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ଦାସ, 
ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କର ସମାଜ ପ୍ରତି ଥିବା ଉତରଦାୟୀତ୍ୱ ଏବଂ ତ୍ୟାଗପୂତ କାର୍ଯ୍ୟଧାରା ବିଷୟରେ ବ୍ୟାପକ ଆଲୋଚନା କରିଥିଲେ. ସଂଘର ସଂଗଠନ ସମ୍ପାଦକ ଦୁର୍ୟୋଧନ ମହାରଣା ବାର୍ଷିକ ବୀବରଣୀ ପାଠ କରିଥିବା ବେଳେ, ସଙ୍ଘ ର ରାଜ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ରମଣି ରଂଜନ ଦାଶ, ଦୀପକ କୁମାର ନାୟକ, ସମ୍ପାଦକ ରାଜକିଶୋର ତ୍ରିପାଠୀ, ବାଙ୍କ ବିହାରୀ ବିଶୋଇ, ରାଜ୍ୟ ସଂଯୋଜକ ମାନସ କୁମାର ଓଝା, ମହିଳା କନଭେନର ବିଜୟଲକ୍ଷ୍ମୀ ମହାନକୁଡ଼ ପ୍ରମୁଖ ମଂଚାସୀନ ହୋଇ ନିଜନିଜର ବକ୍ତବ୍ୟ ରଖିବା ସହ ସାମ୍ବାଦିକ ମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ. ସାମ୍ବାଦିକ ଦିଲ୍ଲୀପ କୁମାର ପାତ୍ର ମଂଚ କୁ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିବା ବେଳେ, ଏହି ଅବସର ରେ ସଂଘର ମୁଖପତ୍ର ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଥିଲା. ଏହି ଅବସର ରେ ସଙ୍ଘ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ଗଞ୍ଜାମ ଜିଲ୍ଲା ସଭାପତି ରବିନ୍ଦ୍ର ପଟ୍ଟନାୟକ ଏବଂ ବୌଦ ଜିଲ୍ଲାର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଭୁଦତ ବୋଷଙ୍କୁ ସଙ୍ଘ ସେବାଶ୍ରୀ ସମ୍ମାନ ତଥା ସୁବର୍ଣ୍ଣପୁର ଜିଲ୍ଲା ୟୁନିଟର ମନୋରଞ୍ଜନ ତ୍ରିପାଠୀ, ମହାଦେବ ମଲ୍ଲିକ, ରାଜକିଶୋର ତ୍ରିପାଠୀ ଏବଂ ନୀଳକମଳ ମିଶ୍ରଙ୍କୁ ଦଳଗତ ସଙ୍ଘ ସେବାଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା. ସାମ୍ବାଦିକ ଦିଲ୍ଲୀପ କୁମାର ପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସଙ୍ଘର ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ.
ସେହିପରି ରାଜ୍ୟ ସଭାପତି ଶ୍ରୀ ପ୍ରହରାଜଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ 2ୟ ଅଧିବେସନରେ ସଙ୍ଘର ସାଙ୍ଗଠନିକ ଆଲୋଚନା କରାଯାଇ ଥିବାବେଳେ ରାଜ୍ୟରେ ସାମ୍ବାଦିକ ମାନଙ୍କର ସୁରକ୍ଷା ତଥା ନ୍ୟାର୍ଯ୍ୟ ଅଧିକାର ହାସଲ ପାଇଁ ଚାଲିଥିବା ଆନ୍ଦୋଳନ ଏବଂ ସଙ୍ଘର ସମସ୍ତ ଅନୁସଙ୍ଗିକ କାର୍ଯ୍ୟକୁ ବ୍ୟାପକ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି.


News Comment




Photo in News

Advertisment
Lastest News
  ଜିଲ୍ଲା  
ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   16-Apr-2024
  ଜିଲ୍ଲା  
ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   16-Apr-2024
  ଜିଲ୍ଲା  
ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   16-Apr-2024
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   16-Apr-2024
  ରାଜନୀତି  
ବିଜେପି ର ମିଶ୍ରଣ ପର୍ବ : ଶତାଧିକ କର୍ମୀ ଙ୍କ ଯୋଗଦାନ   15-Apr-2024
  ଜିଲ୍ଲା  
ବିଜେଡିମୁହାଁ ଯୁବକ ଓ କୃଷକ, ଖଗସୀକନା,ଅଏଁଲାପାଲିର ଦେଢଶହ ଲୋକ ବିଜେଡିରେ ସାମିଲ   15-Apr-2024
  ମହାନଗର  
ଛିଣ୍ଡୁନି କଣ୍ଟାବାଞ୍ଜିର ଅଛିଣ୍ଡାଗଣିତ... ନୀରୁପମା ମାଝିଙ୍କ ସପକ୍ଷରେ ବାହାରିଲା ଆଦିବାସୀକଲ୍ୟାଣସଂଘ   15-Apr-2024
  ରାଜନୀତି  
ହନୁମାନ ଜୟନ୍ତିରେ ରାଜନେତାଙ୍କ ପଣା ରାଜନୀତି   15-Apr-2024
  ଜିଲ୍ଲା  
ସୋନପୁର ରେ ପ୍ରିୟବ୍ରତ ଓ ବୀରମହାରାଜପୁର ପାଇଁ କଂଗ୍ରେସ ର ପ୍ରାର୍ଥୀ ହେଲେ ପ୍ରଦୀପ   15-Apr-2024
  ରାଜ୍ୟ  
ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ   15-Apr-2024
  ଜିଲ୍ଲା  
ସମ୍ରାଟ ଅଶୋକ,ମହାତ୍ମା ଫୁଲେ ଓ ଡଃ.ଅମ୍ଵେଦକର ଙ୍କ ଜୟନ୍ତୀ ପାଳିତ   15-Apr-2024
  ଜିଲ୍ଲା  
ଜିଲ୍ଲା ଦଳିତ ବିକାଶ ମଞ୍ଚ, ବଲାଙ୍ଗୀର ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳିତ   15-Apr-2024

You Might Also Like