-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ   (29-Mar-2024)       ||      ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   (29-Mar-2024)       ||      ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   (29-Mar-2024)       ||      ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||     

HOME   ଅପରାଧ

ପୋଲିସ ବାବୁ ଙ୍କ ଖାକି ବର୍ଦୀ ବର୍ଦି ରେ ଲାଗିଲା ଦାଗ, ବିବାହ ପ୍ରତିଶ୍ରୁତି ଦେଇ ବୋହୂ ଭଳି ରଖି ଯୌତୁକ ଦାବି କରି ଘରୁ ତଡ଼ିଦେଲେ,ଅଭିଯୁକ୍ତ ଙ୍କୁ ଗିରଫ ଦାବୀ 

28-Apr-2023



ଟିଟିଲାଗଡ(ସନ୍ତୋଷ କୁମାର ନାଏକ): ପୁଣି ଖାକି ରେ ଲାଗିଲା ଦାଗ,ନିଜେ ପୋଲିସ ବର୍ଦି ରେ ରହି ଯୁବତୀ ଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତଥା ନିଜ ଘରେ ବୋହୂ ଭଳି ରଖି ଯୌତୁକ ଦାବୀ କରି ବିବାହ ନ କରି ନିର୍ଯ୍ୟାତନା ଦେବା ସହ  ମରଣାନ୍ତକ ଆକ୍ରମଣ କରି ଘରୁ ଗୁରୁତର ଅବସ୍ଥାରେ ତଡ଼ି ଦେଇଥିବା ଭଳି ଘଟଣା ନଜରକୁ ଆସିଛି । 

ପ୍ରକାଶ ଯେ,ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମ ରେଳ ଷ୍ଟେସନ ନିକଟରେ ରହୁଥିବା ଜଣେ ଯୁବତୀ ଉପବାସୀ  ମହାନନ୍ଦ (ବ-୩୨)ଛଦ୍ମନାମଙ୍କୁ ରେଳ ବିଭାଗ ସିକେର ଅଧିନରେ କାର୍ଯ୍ୟରତ ଥିବା ଆରପିଏଫ ପୋଲିସ ପ୍ରଦିପ ଦୀପ ସହ ଉପବାସୀଙ୍କ  ଦେଖା ହୋଇ  ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା ।  ଉକ୍ତ ପୋଲିସ ବାବୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ପ୍ରାୟ ଏକ ମାସ ପରେ ଉପବାସୀ ଗର୍ଭବତୀ ହେବା ଜାଣି ଔଷଧ ଦେଇ ଗର୍ଭନଷ୍ଟ କରି ତାଙ୍କୁ ବିବାହ କରିବ କହିଥିଲେ । ହେଲେ ସେ ପରେ ବିବାହ କରିବାକୁ ରାଜି ନ ହେବାରୁ ଉପବାସୀ ବାଧ୍ୟ ହୋଇ ପ୍ରଦିପ ଙ୍କ ଗ୍ରାମ କମିଟିରେ ଗୁହାରୀ କରି ବୈଠକ କରିଥିଲେ । ଉକ୍ତ ପୋଲିସ ବାବୁ ପ୍ରଦିପ ଓ ତାଙ୍କ ପରିବାର ଲୋକେ କମିଟିରେ ତିନି ମାସର ସମୟ ମାଗିବା ସହ ନିଜ ଘରେ ବୋହୂ ଭଳି ରଖିବାକୁ ରାଜି ହୋଇଥିଲେ ।  ଉକ୍ତ ସମୟ ସୀମା ମଧ୍ୟରେ ଉକ୍ତ ପ୍ରଦିପ ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରି ଜାମିନ ପାଇଥିଲେ। ପ୍ରାୟ ଦୁଇ ମାସ ପରେ ଗୋପନୀୟ ଭାବେ  ଜାମିନ ପାଇ ଯିବା ପରେ ଉକ୍ତ ଉପବାସିଙ୍କୁ ପରିବାର ଲୋକେ  ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଯୌତୁକ ଦାବି କରି ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଦେଇ ଘର ବାହାରେ ଅଚେତ ଅବସ୍ଥାରେ ପକେଇ ଦେଇଥିଲେ । 

 ଏ ନେଇ ଟିଟିଲାଗଡ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଟିଟଲାଗଡ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ । ଏ ନେଇ ଟିଟିଲାଗଡ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିଲା ଅବା ପରିବାରର ଅନ୍ୟ କାହାକୁ ବର୍ତ୍ତମାନ୍ ସୁଦ୍ଧା ଗିରଫ କରାଯାଇ ନ ଥିବା ଉପବାସୀ ଅଭିଯୋଗ କରିଛନ୍ତି।

ବିଭିନ୍ନ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ସୁଦ୍ଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ସେ ବାଧ୍ୟ ହୋଇ ଟିଟିଲାଗଡ ବିଚାର ବିଭାଗୀୟ ଅଦାଲତର ଦ୍ବାରସ୍ଥ ହୋଇଥିବା ଜଣାଇଛନ୍ତି ।
 ଜଣେ ସରକାରୀ ପୋଲିସ  କର୍ମଚାରୀ ହୋଇ ଏଭଳି ନିନ୍ଦନୀୟ କାର୍ଯ୍ୟ କରି ସେ ଖୋଲାଖୋଲି ବୁଲୁଥିବା ସହ  ବିଭିନ୍ନ ପ୍ରକାର  ଧମକଚମକ ଦେଇ ଆସିବା ନେଇ ଉପବାସି ଭୟଭୀତ ଅବସ୍ଥାରେ ଥିବା ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା ପ୍ରକାଶ କରିଛନ୍ତି । 
 ଜଣେ ପୋଲିସ କର୍ମଚାରୀ ହୋଇ ଜଣେ ଯୁବତୀକୁ ଏଭଳି ପ୍ରତାରଣା ଦିଆ ଯାଇଥିବା ନେଇ ବିଭାଗୀୟ ମୁଖ୍ୟ ସଚିବ ସବିଶେଷ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି  ନ୍ୟାୟ ପ୍ରଦାନ କରାଯାଉ ବୋଲି  ନିବେଦନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ   29-Mar-2024
  ଜିଲ୍ଲା  
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   29-Mar-2024
  ଜିଲ୍ଲା  
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   29-Mar-2024
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024

You Might Also Like