-+91-9937148622 |
prerana_bgr@rediffmail.com |
Tuesday 17th September 2024 |
R.N.I. Regd No. ODIODI/2010/46693
Breaking News
28-Mar-2023
ନାକଟିଦେଉଳ(କନ୍ଦର୍ପ ବେହେରା ): ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପ୍ରତିନିଧିତ୍ବ କରି ପ୍ରଥମ ହୋଇଛନ୍ତି l
ସମ୍ବଲପୁର ଜିଲ୍ଲାସ୍କୁଲ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀରେ ମାର୍ଗଦର୍ଶକ ଶିକ୍ଷୟତ୍ରୀ ପ୍ରଜ୍ଞାପାରମିତା ସାହୁଙ୍କ ତତ୍ବାବଧାନରେ ନବମ ଶ୍ରେଣୀର ଛାତ୍ରୀ ଅନିମା ସାହୁ ,ଲନି ପ୍ରଧାନ ଓ ଛାତ୍ର ବିନାୟକ ପ୍ରଧାନ ଦଳଗତ ଭାବରେ ଫାଷ୍ଟଫୁଡ୍ ଓ ମେଦବହୁଳ ରୋଗ ସଂପର୍କରେ ପ୍ରକଳ୍ପ କାର୍ଯ୍ୟ ପ୍ରଦର୍ଶନ କରିଥିଲେ l ସେମାନେ ,ଡଇଁଚା, ଗୋଗୁଆ ଓ ଶିମିଳିପାଳ ଗ୍ରାମର ବିଭିନ୍ନ ପରିବାରକୁ ଯାଇ ଏ ସଂପର୍କରେ ସର୍ବେକ୍ଷଣ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ l ଏଥି ସହ ନାକଟିଦେଉଳ ଗୋଷ୍ଠୀ ଚିକିତ୍ସାଳୟର ଅଧିକ୍ଷକ ଡ଼: ଅମୂଲ୍ୟରତ୍ନ ମହନ୍ତ, ଡ଼ାକ୍ତର ମାନସ କୁମାର ହ୍ରୁଦୟ ରଞନ ସାହୁ, ଡାକ୍ତର ନିକୁନ୍ ସାହୁ , ଓ ଡାକ୍ତର ସୁରଭି ସାମଲଙ୍କୁ ସାକ୍ଷାତ କରି ଏ ସଂପର୍କରେ ସେମାନଙ୍କର ମୂଲ୍ୟବାନ ପରାମର୍ଶ ସଂଗ୍ରହ କରିଥିଲେ l