-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
28-Mar-2023
ବଲାଙ୍ଗିର - ଭାରତୀୟ ଶିକ୍ଷଣ ମଣ୍ଡଳର ଓଡିଶା ପଶ୍ଚିମ ପ୍ରାନ୍ତ ଉପସଭାପତି ତଥା ସୋନପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ମା’ ସରୋଜିନୀ ମିଶ୍ରଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଏଥି ପାଇଁ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଶାଖା ତରଫରୁ ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ୱର୍ଗତା ମିଶ୍ରଙ୍କ ଆତ୍ମାର ସତ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭ୍ୟ ଅଶୋକ କୁମାର ଚାନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଲେ ଯେ ସ୍ୱର୍ଗତା ସରୋଜିନି ମିଶ୍ରଙ୍କ ସ୍ୱାମୀ ସ୍ୱର୍ଗତ ସାଧୁଚରଣ ମିଶ୍ର ରାଉରକେଲା ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ ଥିଲେ ମଧ୍ୟ ଅଞ୍ଚଳରେ ଏକ ବିଶିଷ୍ଟ ଐତିହାସିକ ଭାବରେ ବେଶ୍ ଜଣାଶୁଣା ଥିଲେ । ଶ୍ରୀମତୀ ମିଶ୍ର ଜଣେ ଧର୍ମପରାୟଣା, ଉଦାର ହୃଦୟା ମହିଳା ଭାବରେ ସୁପରିଚିତା ଥିଲେ । ଶୋକସଭାରେ ପର୍ଶୁରାମ ପଣ୍ଡା, ସତ୍ୟନାରାୟଣ ପାଣିଗ୍ରାହୀ, ଆଦିତ୍ୟ ଶାସ୍ୱତ ମିଶ୍ର, ଆକୁଳ ବେହେରା ଉପସ୍ଥିତ ରହି ମତାମତ ଦେଇଥିଲେ ।