-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
28-Mar-2023
ବଲାଙ୍ଗିର- ଆଜି ମାଁ ଜଗତ ଜନନୀ ଦୁର୍ଗାଙ୍କ ଚୈତ୍ର ନବରାତ୍ର ଚାଲିଥିବା ସମୟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବଲାଙ୍ଗିର ରୁଗୁଡିପଡା ଦୁର୍ଗାପୁଜା ଟ୍ରଷ୍ଟ ଆନୁକୁଲ୍ୟ ରେ ଷଷ୍ଠୀ ତିଥି ଅନୁଯାୟୀ ଗତ କାଲି ମାଁ ଙ୍କ ବେଲ୍ୱବରଣ କରାଯାଇ ଆଜି ସପ୍ତମୀ ତିଥିରେ ସକାଳ ୬ ଘଣ୍ଟା ସମୟରେ କଳସ ଶୋଭାଯାତ୍ରା ଓ ଖଣ୍ଡା ପୂଜନ କରାଯାଇ ମଣ୍ଡପ ଠାରେ ପ୍ରାରମ୍ଭିକ ସୁର୍ଯ୍ୟ ପୂଜା କରାଯାଇ ମୃଣ୍ମଣୀ ମାଁ ସପ୍ତମୀ ପୁଜାର୍ଚ୍ଚନା କରାଯାଇଛି । ଏହି ପୂଜାବିଧିରେ ଜଗବନ୍ଧୁ ନାୟକ ଓ ସହଧର୍ମିଣୀ ଅନୁପମା ନାୟକ କର୍ତ୍ତା ଦାୟିତ୍ୱ ତୁଳାଉଥିବା ବେଳେ ମୁଖ୍ୟ ପୂଜକ ରଘୁପତି ପୁରୋହିତ ତୁଳାଉଥିବା ବେଳେ ନିରଞ୍ଜନ ମହାପାତ୍ର, ବିଶେଶ୍ୱର ପୁଝାରୀ, ସତ୍ୟନାରାୟଣ ପଣ୍ଡା, ଲକ୍ଷ୍ମୀ ମହାରଣା, ଡମ୍ବରୁଧର ପସାୟତ, ଭାଗରଥି ମହାକୁର, ବୁବୁନ ନାୟକ, ସ୍ୱସ୍ତିକ, ଶିଶିର ଏବଂ ଅଭିଷେକ ଚନ୍ଦନ ମଣ୍ଡପରେ ସହଯୋଗ କରୁଥିବା ବେଳେ ଆଜିର ଶୋଭାଯାତ୍ରାରେ କମିଟିର ସଭାପତି ଚେତନାନନ୍ଦ ପଣ୍ଡା, ଉପ-ସଭାପତି ସଞ୍ଜିବ ଶତପଥି, ପ୍ରଦିପ ପଟ୍ଟନାୟକ, ସହସଂପାଦକ କାହ୍ନୁ ବଗର୍ତ୍ତି, ଟିଙ୍କୁ ବାଗ,
କୋଷାଧ୍ୟକ୍ଷ ଦେବାଶିଷ ମହାକୁର, କାର୍ଯ୍ୟକାରୀ ସଦସ୍ୟ ଶିବାନନ୍ଦ ବାଗ, ନୟନ ମହାନ୍ତି, ଶ୍ରୀକାନ୍ତ ରାଉତ, ଜିତୁ ଦାସ, ତାପସ ମହାନ୍ତି, ସଙ୍କେତ ବଗର୍ତ୍ତି, ଚରଣ ସାହାଣୀ, ଆନନ୍ଦ ସାହୁ, ତପନ ସେଠ୍ , ସୁମିତ ବଗର୍ତ୍ତି, ପ୍ରମୋଦ ନନ୍ଦ, ଯୋଗେନ୍ଦ୍ର ନିଆଲ, ରାହୁଲ ସେଠ୍, ତଥାଗତ ବାଗ, ରୋଶନ ଦିପ, ଗଣେଶ ସେଠ୍, ଗୋପାଳ ବହିଦାର, ରଞ୍ଜିତ ମଣ୍ଡଲ, ପ୍ରଦିପ ନାଏକ, ପ୍ରଦିପ ମେହେର ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଘଣ୍ଟା ସମୟରେ ସନ୍ଧ୍ୟା ଆଳତୀ ହେଉଥିବା ବେଳେ ୨୯ ତାରିଖ ସନ୍ଧ୍ୟା ୮.୫୫ ମି. ରୁ ଘ.୯.୧୫ ମି. ମଧ୍ୟେ ସନ୍ଧିପୁଜା, ୩୦ ତାରିଖରେ ମହାନବମୀ ପୁଜା ଏବଂ ୩୧ ତାରିଖରେ ଦଶମୀ ପୁଜା ଓ ଅପରାଜିତ ପୂଜା ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ତରଫରୁ ସୂଚନା ଦିଆଯାଇଛି ।