-+91-9937148622 |

prerana_bgr@rediffmail.com |

  Wednesday 29th March 2023 |

| | | |

R.N.I. Regd No. ODIODI/2010/46693

Breaking News

ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   (29-Mar-2023)       ||      ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   (28-Mar-2023)       ||      ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    (28-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା    (28-Mar-2023)       ||      ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    (28-Mar-2023)       ||      ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   (28-Mar-2023)       ||      ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   (28-Mar-2023)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   (28-Mar-2023)       ||      ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   (28-Mar-2023)       ||      ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   (28-Mar-2023)       ||      ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   (28-Mar-2023)       ||      ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି    (28-Mar-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି   (28-Mar-2023)       ||      କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ   (28-Mar-2023)       ||      କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ   (28-Mar-2023)       ||      ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ   (28-Mar-2023)       ||      ଅଗ୍ରଣୀ ମହିଳା ଚାଷୀ ବିଜୟିନୀ    (28-Mar-2023)       ||      ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର   (27-Mar-2023)       ||      ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ  ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି    (27-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା, ପୁସ୍ତକ ପଠନର ଭାବ ଲୋକଙ୍କୁ ଜୀବନାନ୍ବେଷୀ କରୁ   (27-Mar-2023)       ||     

HOME   ରାଜନୀତି

ଯୌନ କେଳେଙ୍କାରୀ ଚପାଇ ଦେବାକୁ ନିର୍ଦ୍ଦେଶ, ସୁବିଧାଜନକ ପୋଷ୍ଟିଂ ପାଇଁ ଧରାଧରି, ଅନ୍ୱେଷା ହଷ୍ଟେଲରେ ରହିବାକୁ ଟଣାଓଟରା

01-Mar-2023



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ ) କିଛିବର୍ଷ ହେଲା ବଲାଙ୍ଗୀର ଜିଲ୍ଲା କଲ୍ୟାଣ ବିଭାଗରେ ଯାବତୀୟ ଅନିୟମିତତା ସୃଷ୍ଟି ହୋଇଥିବା ଅଭିଯୋଗ ପ୍ରକାଶ ପାଇଆସୁଥିଲା ।  ଏବେ ଚୂଡ଼ାପାଲି ଆଶ୍ରମସ୍କୁଲରେ ଜଣେ ନବମଶ୍ରେଣୀର ଆଦିବାସୀ ଛାତ୍ରୀ ଅବୈଧ ଭାବେ ଗର୍ଭବତୀ ହୋଇପଡିବା ଓ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶରେ ବେଆଇନ୍ ଗର୍ଭପାତ କରିବାକୁ ଯାଇ ଉକ୍ତ ଛାତ୍ରୀଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜର ଡାକ୍ତରଖାନାରେ ଭର୍ତ୍ତି କରାଯିବାରୁ ଘଟଣାଟି ଲୋକଲୋଚନକୁ ଆସିଥିଲା । ଏଣୁ ବାଧ୍ୟହୋଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ସଦରଥାନାରେ ଏତଲା ଦିଆଯିବା ପରେ ଛାତ୍ରୀଟିର ବୟାନ ଆଧାରରେ ତା'ରି ଗ୍ରାମର ଜଣେ ଦାଦନଶ୍ରମିକ ଯୁବକକୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଥିବା ପ୍ରକାଶ । ତେବେ ଅଭିଯୁକ୍ତ ଯୁବକର ମାଆ ଓ ଏହି ଘଟଣାରେ ଅଭିଯୁକ୍ତ ଯୁବକ ମାୟାବର୍ହା ଗ୍ରାମର ଅକ୍ଷୟ ଧରୁଆ ନାମକ ଯୁବକଟି ଉକ୍ତ ଗ୍ରାମର ସ୍ମିତା ବରିହା ( ଛଦ୍ମ ନାମ ) ନାମ୍ନୀ ଯୁବତୀଟି ସାଙ୍ଗରେ ତା'ର ପୂର୍ବସମ୍ପର୍କ ଥିବା ଓ ସେ ଏହିଘଟଣାରେ ଦାୟୀ ନଥିବା ସଫେଇ ଦେଇଥିବାରୁ ଅଞ୍ଚଳରେ ଘଟଣାଟିକୁ ଭିନ୍ନମୋଡ ଦିଆ ଯାଉଥିବାର ଚର୍ଚ୍ଚା ମଧ୍ୟ ପ୍ରକାଶ ପାଇଛି ।  ଅସମର୍ଥିତ ସୂତ୍ରରୁ ପ୍ରକାଶିତ ଏହି ଚର୍ଚ୍ଚା ଅନୁଯାୟୀ , ଉକ୍ତ ଆଶ୍ରମସ୍କୁଲର ବୟେଜ୍ ହଷ୍ଟେଲରେ ଆସି ମଝିରେ ମଝିରେ ଜଣେ ଛାତ୍ରସାଙ୍ଗ ସହ ରହୁଥିବା ଜଣେ ବାହାରର ଅଣଛାତ୍ର ଏହି କେଳେଙ୍କାରୀରେ ଜଡିତ ।  ଆହୁରି ମଧ୍ୟ ଏହି ସ୍କୁଲ୍ ର ହଷ୍ଟେଲରେ ବିଭିନ୍ନ ଗଣ୍ଡଗୋଳ ହୋଇଆସୁଛି । ଗତ ୨୧ ତାରିଖରେ ଜଣେ ଅଣଛାତ୍ର ହଷ୍ଟେଲରେ ପଶି ଜଣେ ଆବାସିକ ଛାତ୍ରଙ୍କୁ ଲୁହାଚେନ୍ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଗତ ୨୫ ତାରିଖରେ ସ୍ଥାନୀୟ ସଦରଥାନାରେ ଏତଲା ଦିଆଯାଇଥିଲା । ପୁଣି ଥରେ ଜଣେ ଅଣଛାତ୍ର ହଷ୍ଟେଲରେ ପଶି ଜଣେ ଛାତ୍ରକୁ ୮୦ ଟଙ୍କା ମାଗି ଆକ୍ରମଣ ଉଦ୍ୟମ କରିଥିବା ମଧ୍ୟ ଏହିସୂତ୍ରରୁ ପ୍ରକାଶ । ଏଣୁ ଉକ୍ତ ଘଟଣାବଳୀର ଅଣଛାତ୍ରମାନେ ନିଶାସକ୍ତ ହୋଇଥିବା ଅନୁମାନ କରାଯାଏ । ଏତେସବୁ ଘଟଣା ସତ୍ତ୍ୱେ ପ୍ରଶାସନ , ପୁଲିସ୍ , ବିଭାଗ କିମ୍ବା ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିରୋଧକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଆଶ୍ଚର୍ଯ୍ୟଜନକ ।

ତେବେ ହଷ୍ଟେଲରେ ଏହି ଯୌନକେଳେଙ୍କାରୀ ଘଟଣାରେ ମଧ୍ୟ ମେଟ୍ରନ୍ , ହଷ୍ଟେଲ ସୁପରିଟେଣ୍ଡେଣ୍ଟ , ପ୍ରଧାନସେବକ କିମ୍ବା ଡିଡବ୍ଲୁଓଙ୍କ ସମେତ ସମସ୍ତେ ମିଳିତଭାବରେ ସମ୍ପୂର୍ଣ୍ଣ ଅବଗତ ଥାଇ ଛାତ୍ରୀଟିର  ପରିବାର ଲୋକଙ୍କ ଉପରେ ଚାପ ପକାଇ ଛାତ୍ରୀଟିର କେଉଁଠି ଅବୈଧ ଗର୍ଭପାତ କରାଇଥିବା ସହ ତା'ଠାରୁ ବୟାନ ଲେଖାଇନେଇଥିବା ଓ ଅବସ୍ଥା ସଂକଟାପର୍ଣ ହୋଇପଡିବାରୁ ବାଧ୍ଯହୋଇ ହାସପାତାଳରେ ଭର୍ତ୍ତି କରାଇଥିବା ଜଣାପଡିଛି । ସବୁଠାରୁ ଗୁରୁତର କଥା ଏହାଯେ ଗଣମାଧ୍ୟମକୁ ଡିଡବ୍ଲୁଓ ଅଲେଖ ବିଶ୍ବାଳ  ଏସମ୍ପର୍କରେ କାହାରିକୁ କିଛି ନକହିବାକୁ ଉପରୁ ମନାକରାଯାଇଥିବା କହିଥିବା ଆହୁରି ଆଶ୍ଚର୍ଯ୍ୟଜନକ ! ସ୍କୁଲ୍ ପକ୍ଷରୁ ମଧ୍ୟ ଜିଲ୍ଲାର ଜଣେ ମୁଖିଆ ଏପରି ନିର୍ଦ୍ଦେଶ ଦେଇଥିବା ଓ ଏହି ଆଧାରରେ ସ୍କୁଲ୍ ରେ ନୋଟିସ୍ ଜାରୀ କରାଯାଇ ଗାଇଡ୍ ଲାଇନ୍ ର ଆଳ ଦିଆଯାଇଛି । ଏହି ଉପର ବା ଅଧିକାରୀ କିଏ ଓ କାହିଁକି ଏପରି ନିର୍ଦ୍ଦେଶ ଦେଲେ ବୋଲି ଉତ୍କଣ୍ଠା ପ୍ରକାଶ ପାଇବା ସ୍ବାଭାବିକ୍ । ଏଣୁ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଡିଡବ୍ଲୁଓଙ୍କୁ ଗିରଫ କରାଯିବାକୁ ଦାବି କରାଯାଇଥିବା ପ୍ରକାଶ ।

ଦ୍ୱିତୀୟତଃ  ଏହି ସ୍କୁଲ୍ ରେ ବଲାଙ୍ଗୀର ଜିଲ୍ଲା ସଦର ମହକୁମାରୁ ପାଖ ବୋଲି ଦୀର୍ଘବର୍ଷ ଧରି ଶିକ୍ଷକ / ଶିକ୍ଷୟିତ୍ରୀମାନଙ୍କ ସହ କର୍ମଚାରୀମାନେ ଅବସ୍ଥାପିତ ରହିଆସିଥିବା , ଜିଲ୍ଲାର ସ୍କୁଲ୍ ଓ ହଷ୍ଟେଲରେ ନିୟମିତ ସମୟାନ୍ତରରେ ବଦଳିବ୍ୟବସ୍ଥା ଲାଗୁ କରା ନଯିବା ଓ ବିଶେଷତଃ ଏବେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ' ଅନ୍ବେଷା ' ହଷ୍ଟେଲରେ ରହିବାକୁ ପ୍ରଚୁର ଉତ୍କୋଚ କାରବାର ଚାଲିଥିବା , ଏଥିରେ ମୁଖିଆ , ଖୋଦ୍ ଅଧିକାରୀ ଓ କେତେକ କିରାଣୀ ଜଡିତ ରହିଥିବା କୁହାଯାଉଛି ।  ବିଶେଷସୂତ୍ରରୁ ମିଳିଥିବା ଏକ ସୂତ୍ରରୁ ପ୍ରକାଶ ଯେ , ବଲାଙ୍ଗୀର ସହର ଉପକଣ୍ଠରେ ଖୋଲିଥିବା ଜିଲ୍ଲାର ସବୁଠାରୁ ବଡ ପ୍ରାୟ ୯ଶହସଂଖ୍ୟାବିଶିଷ୍ଟ ଅନ୍ବେଷାହଷ୍ଟେଲରେ ରହିବାକୁ ଶିକ୍ଷକ / ଶିକ୍ଷୟିତ୍ରୀ ବା ସେବକ / ସେବିକାମାନଙ୍କର ଲବି ଚାଲିଛି । ଏଣୁଏହି ହଷ୍ଟେଲ ଦାୟିତ୍ୱରେ ଆଉଟ୍ ସୋର୍ସିଂରୁ କର୍ମଚାରୀ ରଖା ନଯାଇ ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କର କି କାମ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ୍ । 

ସେହିପରି ନିୟମିତ ଭାବରେ ପିଲାଙ୍କ ମେସ୍ ଖର୍ଚ୍ଚ , ଆସବାବପତ୍ର , ପୋଷାକ ପତ୍ର , ଯୋତା , ଅନ୍ୟାନ୍ୟ ସାମଗ୍ରୀଯୋଗାଣରେ ବ୍ୟାପକ ଅନିୟମିତତାର ଅଭିଯୋଗ ପ୍ରକାଶ ପାଇଆସୁଛି । କିଛିଦିନତଳେ ଜିଲ୍ଲାଧିକାରୀଙ୍କ ଜ୍ଞାତସାରରେ ଝାଙ୍କରପାଲି ସେବାଶ୍ରମସ୍କୁଲ୍ ର ବାଳିକା ହଷ୍ଟେଲରେ କାଠସାମଗ୍ରୀ ଯୋଗାଉଥିବା ଜଣେ ବାହାର ଅଞ୍ଚଳର ଠିକାଦାରଙ୍କ କେତେଜଣ ପୁରୁଷ ବଢେଇ ରହି ଖଟ , ଟେବୁଲ୍ ଚୌକିଆଦି ତିଆରିକରୁଥିବା ଖବର ପ୍ରକାଶ ପାଇଥିଲେ ହେଁ , ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇ ନଥିବା ବିସ୍ମୟଜନକ ।

ଉଲ୍ଲେଖନୀୟ ଯେ , ଏହି ବିଭାଗରେ ଏଭଳି ଘଟଣା ନୂଆ ନୁହେଁ । କିଛିବର୍ଷତଳେ ରାମଚନ୍ଦ୍ରପୁର କନ୍ୟାଶ୍ରମରେ ମଧ୍ୟ ଅନୁରୂପ ଘଟଣା ଘଟି ଦୁଇଜଣ ଶିକ୍ଷକ ଓ ଜଣେ ମହିଳା ସିସିଏ ନିଲମ୍ବିତ ହୋଇଥିଲେ ।
ଏଣୁ ଉପରୋକ୍ତ ଅନିୟମିତତାର ଫଳସ୍ବରୂପ ଏବେ ଏଭଳି ଚରମ କେଳେଙ୍କାରୀ ଘଟିଯିବାର ଏତେଦିନ ପରେ ବି ସରକାର , ବିରୋଧୀଦଳ , ପ୍ରଶାସନ କିମ୍ବା ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଆଶ୍ଚର୍ଯ୍ୟ ଜନକ ବୋଲି ଜନମତ ପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   29-Mar-2023
  ଜିଲ୍ଲା  
ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   28-Mar-2023
  ଜିଲ୍ଲା  
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   28-Mar-2023
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    28-Mar-2023
  ଜିଲ୍ଲା  
ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   28-Mar-2023
  ଜିଲ୍ଲା  
ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   28-Mar-2023
ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   28-Mar-2023
  ଜିଲ୍ଲା  
ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   28-Mar-2023
  ଜିଲ୍ଲା  
ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   28-Mar-2023
  ଜିଲ୍ଲା  
ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି   28-Mar-2023

You Might Also Like