-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
28-Feb-2023
କଣ୍ଟାବାଞ୍ଜି(ଆନନ୍ଦ ମୋଟେ ), , ଆନନ୍ଦ ମୋଟେ: କଣ୍ଟାବାଞ୍ଜି ରେଲୱେ ଖେଳ ପଡିଆ ରେ ଆଜି ଅଲ୍ ଓଡିଶା କ୍ରିକେଟ ଖେଳ ପ୍ରତଯୋଗିତା ଫାଇନାଲ ମ୍ୟାଚ୍ ଆଜି ଖେଳା ଯାଇଛି। ଆଜିର ଫାଇନାଲ ମ୍ୟାଚ୍ କଣ୍ଟାବାଞ୍ଜି ରୟାଲ୍ସ ଦଳ ଏବଂ ବଲାଙ୍ଗୀର ନବକିଶୋର ଦଳ ମଧ୍ୟରେ ଖେଳା ଯାଇଥିଲା । ଆଜିର ମ୍ୟାଚରେ କଣ୍ଟାବାଞ୍ଜି ରାୟାଲ୍ସ୍ ଦଳ ପ୍ରଥମ ବ୍ୟାଟିଂ କରି ବଲାଙ୍ଗୀର ଦଳକୁ ନିର୍ଦ୍ଧାରିତ ୨୦ ଓଭର ରେ ୬ ବୀକେଟ ହରାଇ ୧୭୫ ରନର ଲକ୍ଷ୍ୟ ଦେଇଥିଲା । କଣ୍ଟାବାଞ୍ଜି ଦଳ ପକ୍ଷରୁ ଋକୁ ବଛା ୩୮ ବଳରେ ୬୧ ରନ କରିଥିଲେ। ଏହି ବିଜୟ ଲକ୍ଷ୍ୟ ପିଛା କରି କରି ନବକିଶୋର ବଲାଙ୍ଗୀର ଦଳ ସମସ୍ତ ଵିକେଟ ହରାଇ ୧୭ ଓଭର୍ ରେ ୧୦୮ ରନ କରି ପରାଜିତ ହୋଇଥିଲା। ଆଜିର ଫାଇନାଲ ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ୍ ରୂକୁ ବଛା ହୋଇଥିଲେ ।ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦକ ଅଜିତ ଯୋଶୀ ଯୋଗ ଦେଇଥିଲେ। ଆଜିର ମ୍ୟାଚ ବିଶାଳ କାମ୍ୱଲେ ଏବଂ ରିତେଶ ମହାନ୍ତି ପରିଚାଳନା କରିଥିଲେ। ଜିତେଶ ବଗର୍ତ୍ତୀ, ବିଜୟ କୁମ୍ଭାର, ପ୍ରଶାନ୍ତ ପାଢ଼ୀ, ମୋହନ, ଅଭିଷେକ,ଅଗସ୍ତି,ମିଥୁନ, ନାଗ ରାଜୁ ଓ ଅଂଶୁମାନ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ।