-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
27-Feb-2023
ଭୁବନେଶ୍ୱର: ଛତିଶଗଡ଼ ବାଘ ଏବେ ଓଡ଼ିଶା ମୁହାଁ । ସମ୍ବଲପୁରର ଦେବ୍ରିଗଡ଼କୁ ନିୟମିତ ଭାବେ ଆସୁଛି ଛତିଶଗଡ଼ର ଏକ ବାଘ । ବର୍ତ୍ତମାନ ଏହି ବାଘ ଦେବ୍ରିଗଡ଼ ଜଙ୍ଗଲରେ ରହିଛି । ତାହାର ଫଟୋ କ୍ୟାମେରାରେ କଏଦ ହୋଇଛି । ଏହା ଦେବ୍ରିଗଡ଼ ଜଙ୍ଗଲ ସମେତ ବରଗଡ଼ର ୨ଟି ଜଙ୍ଗଲରେ ବୁଲାବୁଲି କରୁଛି । ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି ଏନେଇ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ନିକଟରେ ଦେବ୍ରିଗଡକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ ଏନ୍ଟିସିଏ ସୁପାରିଶ କରିଛି । ଏବେ ରାଜ୍ୟ ସରକାରଙ୍କୁ ଏନେଇ ବିଜ୍ଞପ୍ତି ଜାରି କରିବାକୁ ପଡ଼ିବ ।
ଏହାପରେ ଦେବ୍ରିଗଡ ବ୍ୟାଘ୍ର ଅଭୟାରଣ୍ୟ ହୋଇପାରିବ । ଅପରପକ୍ଷରେ ଦେବ୍ରିଗଡ଼ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବନ ବିଭାଗ । ଦେବ୍ରିଗଡ଼ରେ କ୍ୟାମେରା ଟ୍ରାପ ସଂଖ୍ୟା ବଢ଼ାଯାଇଛି । ଦେବ୍ରିଗଡ଼ରେ ବାଘ ପରିଚାଳନା ଲାଗି ଏକ ଅତିରିକ୍ତ ସ୍କ୍ୱାର୍ଡ ମଧ୍ୟ ମଞ୍ଜୁର କରାଯାଇଛି । ଏପରିକି ସେଠାରେ ବାଘର ପଦଚିହ୍ନ ଡାଟା ଆନାଲିସିସ ସହାୟତା କରିବାକୁ ଜଣେ ବାୟୋଲଜିଷ୍ଟକୁ ପ୍ରତି ମାସରେ ୧୦ ଦିନ ଲାଗି ସେଠାକୁ ପଠାଯାଉଛି ।
(ଦୀପକ ଷଡଙ୍ଗୀଙ୍କ ରିପୋର୍ଟ )