-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
24-Feb-2023
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ପ୍ରଶାସନ ଓ ପୋଲିସ ଅଭ୍ୟାସଗତ ଅପରାଧୀଙ୍କ କଳାସାମ୍ରାଜ୍ୟ ଉପରେ ବୁଲଡୋଜର ଲଗାଉଛି । ଗତ ଗୋଟିଏ ସପ୍ତାହ ମଧ୍ୟରେ ୫ଜଣ ଅପରାଧୀଙ୍କ ବେଆଇନ ନିର୍ମଙ୍କୁ ପୋଲିସ ଭଙ୍ଗାଇଛି । ଫଳରେ ଅପରାଧୀଙ୍କ ମଧ୍ୟରେ ଭୟ ଜାତ ହୋଇଛି ।
ଆଜି ଟିଟିଲାଗଡ ରୋଡରେ ଥିବା ଆର୍ଯ୍ୟପେଲେସରେ ପ୍ରଶାସନ ମାପଚୁପ ଆରମ୍ଭ କରିଛି । ଇଡକୋ ଜମିକୁ ଲିଜରେ ନେଇ କୁଖ୍ୟାତ ଅପରାଧି ଚିତ୍ତ ମହାନ୍ତି ବେଆଇନ ଭାବରେ ମେରେଜପେଲେସ ନିର୍ମାଣ କରି ବ୍ୟବସାୟ କରୁଥିଲା ।
ଇଡକୋ ବିଭାଗରୁ ମୋଟ ୦.୧୯୭ ଏକର ଜମି ଲିଜରେ ନେଇଥିବା ବେଳେ ସେଠାରେ ମହାଲକ୍ଷ୍ମୀ ସିମେଣ୍ଟ ୱାର୍କ କରିବାକୁ ଚୁକ୍ତି କରିଥିଲା । ୨୦୦୮ ମସିହାରୁ ନେଇଥିବା ଉକ୍ତ ଜମି ବ୍ୟତିତ ପାଖରେ ଥିବା ପ୍ରାୟ ଅଧଏକର ଅଧିକ ଜମି ବେଆଇନ ଭାବରେ ଜବରଦଖଲ କରିଛି । ଚୁକ୍ତି ଖିଲାପ କରିଥିବା ତଥା ବେଆଇନ ଜବରଦଖଲ କରିଥିବା ନେଇ ଇଡକୋ ପକ୍ଷରୁ ଚିତ୍ତ ମହାନ୍ତିକୁ ନୋଟିସ ହୋଇଥିଲା । ଶେଷରେ ଆଜି ଇଡକୋର ବଲାଙ୍ଗୀର ଡିଭିଜ ମୁଖ୍ୟ ନୀଲମଣୀ ଦ୍ୟାନଚାନ୍ଦ ତାଙ୍କ ବିଭାଗର ଯନ୍ତ୍ରୀମାନଙ୍କୁ ନେଇ ମାପଚୁପ କରିଛନ୍ତି । ବଲାଙ୍ଗୀର ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା, ସଦର ଏସଡିପିଓ ତୁଫାନ ବାଗ, ଆଦର୍ଶଥାନାର ଆଇଆଇସି କେ.ପ୍ରୀୟାଙ୍କା ରାଉତରାୟ, ସଦର ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଏହାକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି । ଆଇନଗତ ପଦକ୍ଷେପ ପରେ ଏହି ବେଆଇନ ନିର୍ମାଣକୁ ସିଲ କରାଯାଇ ପରେ ଜବରଦଖଲ ମୁକ୍ତ କରାଯିବ ବୋଲି ବଲାଙ୍ଗୀର ଇଡକୋ ଡିଭିଜନର ମୁଖ୍ୟ ଶ୍ରୀ ଦ୍ୟାନଚାନ୍ଦ ସୂଚନା ଦେଇଛନ୍ତି । ଚିତ୍ତ ମହାନ୍ତି ବଲାଙ୍ଗୀରର ଜଣେ ଜଣାଶୁଣା ଅଭ୍ୟାସଗତ ଅପରାଧି । ସେ ଅନନ୍ତ ନାଥ ହତ୍ୟାକାଣ୍ଡ ଠୁ ନେଇ ଗତ କିଛିମାସ ତଳେ ଗାଡିଦୁର୍ଘଟଣା ଘଟାଇ ଜଣକୁ ହତ୍ୟା ଉଦ୍ୟମ କରିବା ପର୍ଯ୍ୟନ୍ତ ରେକର୍ଡ କରିଛନ୍ତି । ବଲାଙ୍ଗୀର ଜିଲ୍ଲା ଠିକା ଟେଣ୍ଡର ଫିକ୍ସିଂ, ବେଆଇନ ଅପରାଧୀଙ୍କୁ ଦମନ କରିବା ପାଇଁ ଆଜି ଆର୍ଯ୍ୟ ପେଲେସକୁ ସିଲ୍ କରୁଛି ।