-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
20-Feb-2023
ସମ୍ବଲପୁର,(ସଞ୍ଜୀବ କୁମାର ପାଣିଗ୍ରାହୀ ): ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି I ରବିବାର ଏହି ଦୁଇ ଆଇଏଏସ୍ ଅଧିକାରୀଙ୍କ ନିର୍ବନ୍ଧ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଭାବରେ ସଂପନ୍ନ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପାରମ୍ପରିକ ରୀତିନୀତି ଅନୁସାରେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା। ଏହି ଅବସରରେ ଚଞ୍ଚଳ ଏବଂ ଅନନ୍ୟାଙ୍କ ପରିବାର ସଦସ୍ୟଙ୍କ ସହିତ ଉଭୟଙ୍କ ଘନିଷ୍ଠ ବନ୍ଧୁ, ବାନ୍ଧବୀମାନେ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ସମ୍ବଲପୁର ଏସ୍ପି ବି.ଗଂଗାଧର ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ଚଞ୍ଚଳ ଏବଂ ତାଙ୍କର ପରିବାରର ସଦସ୍ୟମାନେ ସମ୍ବଲପୁର ଆସିଥିଲେ। ଏପରିକି ଚଞ୍ଚଳ ଏବଂ ଅନନ୍ୟା ଉଭୟେ ମିଶି ଗତକାଲି ଏକ ଅଳଙ୍କାର ଦୋକାନକୁ ଯାଇ ସୁନାଗହଣା କିଣିଥିଲେ I ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ହେଉଛି ଉଭୟଙ୍କ ଦ୍ବିତୀୟ ବିବାହ I