-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
19-Feb-2023
ବଲାଙ୍ଗୀର- ବଲାଙ୍ଗିର ବରିଷ୍ଠ ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ତଥା ବେଶ ପୋଷାକ ସଜ୍ଜା କରି ଚୈତନ୍ୟ ମଟାରୀଙ୍କୁ ବର୍ଷ ୨୦୧୯ ପାଇଁ ଚଳଚ୍ଚିତ୍ର ଶଳାବୁଢାର ବଦଲା ରେ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜା କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଏଥି ପାଇଁ ୨୦୧୯ ରୁ ଘୋଷାଣ କରାଯାଇଥିଲେ ହେଁ କରୋନା ପ୍ରଭାବରୁ ଅଦ୍ୟବଧି ବିତରଣ କରାଯାଇ ପାରିନଥିଲା, ଦୁଇ ବର୍ଷ ପରେ ଚଳିତ ମାସ ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଂଚ ରେ ଏକ ବର୍ଣ୍ଣାଢ ଉତ୍ସବରେ ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଅବସରରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଯେଉଁଥି ପାଇଁ କଳାକାର ମହଲ ରେ ଆନନ୍ଦ ଖେଳି ଯାଇଥିବା ବେଳେ ବିଭିନ୍ନ ପ୍ରାନ୍ତରୁ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟି ଆସୁଛି, ଦିର୍ଘ ଦିନରୁ କଳାକ୍ଷେତ୍ରରେ ସମ୍ପୃକ୍ତ ଶ୍ରୀଯୁକ୍ତ ମଟାରୀ ଜଣେ ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ତଥା ବେଶ ପୋଷାକ ସଜ୍ଜାକାରି ଭାବରେ ରାମଜୀ ନାଟ୍ୟ ସଂସଦ, ପଂଚମ, ରାଧାରାଣୀ ସାଂସ୍କୃତିକ ସାଂସଦ, ଅନ୍ୱେଷଣ ଭଳି ଅଗ୍ରଣୀ ଅନୁଷ୍ଠାନ ଗୁଡିକରେ ସକ୍ରିୟ ରହିଥିବା ସହ ଚଳଚ୍ଚିତ୍ର ଆଦିମ ବିଚାର, ପାହାଡର ଲୁହ, ଶଳାବୁଢାର ବଦଲା, କ୍ଷୁଦ୍ର ଚଳଚ୍ଚିତ୍ର ରାଗଡ, ଘୁଡଗୁଡୁ, ଗଂଚା ଇତ୍ୟାଦି ରେ ଅଭିନୟ ସହ ବେଶ ପୋଷାକ ସଜ୍ଜାକାରି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଲେଖକ କଳା ପରିଷଦର ସମ୍ପାଦକ କପିଳେଶ୍ୱର ଖମାରି, ଗୋପାଳ ପ୍ରଧାନ, ସଂଗୀତ ନିର୍ଦ୍ଦେଶକ ମୁରଲିଧାରି ପତି, ନୃତ୍ୟ ନିର୍ଦ୍ଦେଶକ ଗୌରକିଶୋର ମହାପାତ୍ର, ଡାକ୍ତର ରୁଦ୍ର ନାରାୟଣ ପଟେଲ, ଯାଦବ ସମାଜ, ପ୍ରକାଶ ଥନାପାତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।