-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
07-Feb-2023
ବିନିକା(ହିମାଂଶୁ ଶେଖର ପୁଟେଲ)ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ବିଶ୍ବସ୍ତରୀୟ ହକି ପ୍ରତିଯୋଗୀତା ପରିପ୍ରେକ୍ଷୀରେ ହକି ଖେଳର ପ୍ରଚାର ପ୍ରସାର ତଥା ଖେଳାଳି ମାନଙ୍କ ମନୋବଳ ଦୃଢ଼ କରିବା ନେଇ ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ କଲେଜ ତରଫରୁ ଉତ୍ସାହିତ କରିବା ସହିତ ମାନପତ୍ର ପ୍ରଦାନ କରାଯାଇଛି ।ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଟିତ ପୁରସ୍କାର ବିତରଣୀ ଉତ୍ସବରେ ବିନିକା ବିଡିଓ ବ୍ୟାସଦେବ ବେହେରା ମୁଖ୍ୟଅତିଥି,ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରେଖା ପ୍ରଧାନ,ଇତିହାସ ବିଭାଗ ମୁଖ୍ୟ ଗୋପାଳକୃଷ୍ଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱକପ ହକିକୁ ନେଇ ଆୟୋଜିତ ଓଡ଼ିଆ ବକୃତା ପ୍ରତିଯୋଗୀତାରେ ଆଶିଷ କୁମାର ମେହେର ପ୍ରଥମ, ଉର୍ମିଳା କୁମ୍ଭାର ଦ୍ଵିତୀୟ, ପ୍ରିୟା ସୁନା ତୃତୀୟ,ଚିତ୍ର ଆଙ୍କିବାରେ ସୌମ୍ୟକନ୍ତ ମହଲା ପ୍ରଥମ, ହିମାଂଶୁ ବାଘ ଦ୍ଵିତୀୟ,ପ୍ରକାଶ
ମେହେର ତୃତୀୟ,ବାଲୁକା ଶିଳ୍ପୀରେ ଆଶିଷ କୁମାର ମେହେର, ରଙ୍ଗୋଲିରେ ସୈାମ୍ୟକାନ୍ତ ମହଲା, ଜୁହି ଚାଅଲା,ବିଜୟ ପାତ୍ର, ହରିପ୍ରୀୟା ଭୁଏ, ମମତା ଦଣ୍ଡସନା,କାହ୍ନା କୁଅଁର, ରବି ନାରାୟଣ ବେହେରା ପ୍ରମୁଖଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଉତ୍ସବକୁ ଅଧ୍ୟାପକ ଭଗବାନ ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିଶ୍ଵନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମାନସ ମିଶ୍ର,ସାଧୁରାମ ସାହୁ,ବଚନ ଦାଶ, ରୁବୀ ପୂଜାରୀ,ପ୍ରମୀତା ମିଶ୍ର, ଜାନକୀ ସାମନୀ, ଦୀପ୍ତିରାଣୀ ସ୍ୱାଇଁ ସହଯୋଗ କରିଥିଲେ ।