-+91-9937148622 |

prerana_bgr@rediffmail.com |

  Wednesday 29th March 2023 |

| | | |

R.N.I. Regd No. ODIODI/2010/46693

Breaking News

ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   (29-Mar-2023)       ||      ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   (28-Mar-2023)       ||      ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    (28-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା    (28-Mar-2023)       ||      ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    (28-Mar-2023)       ||      ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   (28-Mar-2023)       ||      ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   (28-Mar-2023)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   (28-Mar-2023)       ||      ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   (28-Mar-2023)       ||      ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   (28-Mar-2023)       ||      ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   (28-Mar-2023)       ||      ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି    (28-Mar-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି   (28-Mar-2023)       ||      କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ   (28-Mar-2023)       ||      କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ   (28-Mar-2023)       ||      ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ   (28-Mar-2023)       ||      ଅଗ୍ରଣୀ ମହିଳା ଚାଷୀ ବିଜୟିନୀ    (28-Mar-2023)       ||      ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର   (27-Mar-2023)       ||      ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ  ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି    (27-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା, ପୁସ୍ତକ ପଠନର ଭାବ ଲୋକଙ୍କୁ ଜୀବନାନ୍ବେଷୀ କରୁ   (27-Mar-2023)       ||     

HOME   ଜିଲ୍ଲା

ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ । 

06-Feb-2023



ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିର ଠାରେ ଫେବ୍ରୁଆରି ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ବଲାଙ୍ଗିର ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆଜି ଅପରାହ୍ନରେ ଉଦଯାପିତ  ହୋଇଯାଇଛି । ଉଦଯାପନୀ ଉତ୍ସବରେ ଓଡିଶା

ବିଧାନସଭାର ଉପ ମୁଖ୍ୟ ସଚେତକ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତଥି ଭାବେ ଯୋଗଦେଇ ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ସଫଳତାର ସହ ଆୟୋଜନ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ । ଧାନ ଚାଷ ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଓ ପନିପରିବା ଚାଷ ପ୍ରତି ଜିଲ୍ଲା ର ଚାଷୀମାନେ ଆକୃଷ୍ଟ ହେବା ସହ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି ଦିଗରେ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ । ସରକାରଙ୍କ କୃଷି ଓ କୃଷକ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଚାଷୀ ମାନଙ୍କୁ ଅବଗତ କରିବା ସହ ସେମାନେ ଏସବୁ ଯୋଜନା ଗୁଡିକରୁ କିପରି ଲାଭାନ୍ଵିତ ହୋଇପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଉଦଯାପନୀ ଉତ୍ସବ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଅଧିକ ଅମଳ କରାଯାଇପାରିବ ତେଣୁ ଚାଷୀ ମାନେ ଏହାର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ପର୍କରେ ଜିଲ୍ଲାର ଚାଷୀ ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଯାପନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫାର୍ମ ଯାନ୍ତ୍ରିକକରଣ ଓ ଆଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୋତ୍ସାହନ ଜରିଆରେ ଚାଷୀ ବିଶେଷ କରି ଯୁବ ଚାଷୀମାନେ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଜରିଆରେ ଜିଲ୍ଲାର ୧୦୦ ଜଣ ଚାଷୀଙ୍କ ଦରଖାସ୍ତ ମଞ୍ଜୁର କରାଯାଇ କାର୍ଯ୍ୟ।ଦେଶ ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିବା ସହ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ କୃଷି ଉଦ୍ୟୋଗ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ବଲାଙ୍ଗିର ପୌର ପରିଷଦ ର ଅଧ୍ୟକ୍ଷ୍ୟା ଲିକା ସାହୁ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ନିମନ୍ତେ ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆୟୋଜନ ର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିବା ସହ ମୃତ୍ତିକା ସଂରକ୍ଷଣ ,ପ୍ରାଣୀ ସମ୍ପଦର ବିକାଶ ,ଜୈବିକ ସାର ର ବ୍ୟବହାର ସମ୍ପର୍କରେ ଆଲୋକପାତ କରିଥିଲେ । ବଲାଙ୍ଗିର ଉପ ଜିଲ୍ଲାପାଳ କୁମାର ନାଗଭୂଷଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷକ ମାନଙ୍କ ଆୟବୃଦ୍ଧି ନିମନ୍ତେ ଫାର୍ମ ଯାନ୍ତ୍ରିକକରଣ ଓ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶେଶ୍ଵର ସାହୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆୟୋଜନର ତାତ୍ପର୍ଜ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଟିଟିଲାଗଡ ବ୍ଲକ କୁଶକେଲା ଗ୍ରାମର ସଫଳଚାଷୀ ଭାଗ ଶବର ,ବଲାଙ୍ଗିର ଲର୍କିପାଳି ର ସଫଳ ଚାଷୀ ମନମୋହନ ରାଉତ  ଓ ପାଟଣାଗଡ ବ୍ଲକ ଭଇଁଷା ର ସଫଳ ଚାଷୀ  ଅଜୁ ନାୟକ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଜରିଆରେ ଲୋଇସିଂହ। ର ହରିପ୍ରିୟା ସ୍ଵୟଂ ସହାୟକ ଗୋଷ୍ଠୀ, ବଲାଙ୍ଗିରର ଜୟ ବୁଢାରଜା ସ୍ଵୟଂ ସହାୟକ ଗୋଷ୍ଠୀ,ବେଲପଡାର ଜୟ ମା ପାର୍ବତୀ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଗୁଡଭେଲାର ଜୟ ସିକେରପାଟ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବିଦ୍ୟୁତ ଚାଳିତ ମିନି ଡାଲି ମିଲ ପ୍ରଦାନ କରାଯାଇଥିଲା । ସେହିପରି ୬ ଜଣ ଚାଷୀଙ୍କୁ ବିଭିନ୍ନ କମ୍ପାନୀ

ର ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା । ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳାରେ ୫ କୋଟି ୨୪ ଲକ୍ଷ ଟଙ୍କା ର ବିଭିନ୍ନ କୃଷି ଯନ୍ତ୍ରପାତି ସବସିଡି ଦରରେ ୩୬୮ ଜଣ ଚାଷୀ ଙ୍କୁ ପରମିଟ ଦିଆଯାଇଛି । ସଭାରେ ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡାର ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ । ଶେଷରେ କୃଷି ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୀତିକୃଷ୍ଣା ନାଏକ,ସୁନନ୍ଦା ସାହୁ,ବିମ୍ବାଧର ସାହୁ,ସୁଧାକର ନନ୍ଦ, ଜ୍ୟୋତ୍ସ୍ନାରାଣୀ ଛୁରା, ଇଂ ରେଣୁକା ନାଏକ,ପୂର୍ଣ୍ଣିମା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   29-Mar-2023
  ଜିଲ୍ଲା  
ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   28-Mar-2023
  ଜିଲ୍ଲା  
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   28-Mar-2023
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    28-Mar-2023
  ଜିଲ୍ଲା  
ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   28-Mar-2023
  ଜିଲ୍ଲା  
ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   28-Mar-2023
ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   28-Mar-2023
  ଜିଲ୍ଲା  
ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   28-Mar-2023
  ଜିଲ୍ଲା  
ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   28-Mar-2023
  ଜିଲ୍ଲା  
ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି   28-Mar-2023

You Might Also Like