-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
06-Feb-2023
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଠାରେ ଚେସ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଉଦ୍ ଜା ପ ନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚେସ ଏସୋସିଏସନ ର ସମ୍ପାଦକ ଦେବାଦତ୍ତ ଭଟ୍ଟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ଯୁବ ପରିଷଦ ସମ୍ପାଦକ ନିହାର ରଞ୍ଜନ ବେହେରା, ସଭାପତି ଉମାକାନ୍ତ ପଟେଲ ,ବିଜେଡି ବ୍ଲକ ସଭାପତି ପଞ୍ଚୁ ପଧାନ ,ଭର୍ସୂଜା ସରପଞ୍ଚ ଙ୍କ ପ୍ରତିନିଧି ଲଳିତ ସାହୁ ,ଆର୍ ବି ଟେଟର ଵିଧି ଭୂଷଣ ମିଶ୍ର ଓ ସରୋଜ କୁମାର ବେହେରା , ଜିଲ୍ଲା ଚେସ ସଂଘ୍ ର ସଭାପତି ପ୍ରିୟବନ୍ତ ପଣ୍ଡା ,ବିଘ୍ନେଶ୍ୱର ଯୋଶୀ ,ବିନୟ ସାହୁ ପ୍ରମୁଖ ମଞ୍ଚlଶୀନ ଅତିଥି ଭାବେ ଯୋଗଦେଇ ଥିଲେ l
ଏହି ଉତ୍ସବରେ ଶିଶୁ , ମହିଳା ,ପୁରୁଷ ଓ 20 ଜଣ ବିଜେତା ଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା l ଏହା ବ୍ୟତୀତ ଚମ୍ପିୟାନ ହୋଇ ଦାଶରଥି ସାହୁ ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଗଜପତି ଜିଲ୍ଲା ର ବିରେନ୍ଦ୍ର ରାଇତା ,ତୃତୀୟ ସ୍ଥାନରେ ଭର୍ସୂଜାର ବିରଞ୍ଚି କୁମାର ସାହୁ ଅଧିକାର କରିଥିଲେ l କମିଟି ଉମାକାନ୍ତ ପୁଟେଲ, ସଭାପତି ,ସମ୍ପାଦକ କରୁଣ କର ପାତ୍ର ,କୋଷାଧ୍ୟକ୍ଷ ଭଜମନ ସାହୁ ଓ କମିଟି ଗ୍ରାମବାସୀ ଙ୍କ ସହଯୋଗ ରେ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଶେଷରେ ପଞ୍ଚୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l