-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
05-Feb-2023
ନବରଙ୍ଗପୁର, (ମିହିର ଶଙ୍କର ପାତ୍ର) ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ ଆଜି ସ୍ଥାନୀୟ ପାପଡ଼ାହାଣ୍ଡି ଡାକ୍ ବଙ୍ଗଳା ଠାରେ ଅନୁଷ୍ଟିତ ହୋଇଯାଇଛି । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାଳ ପୂରଣ ହୋଇଯାଇଥିବା ଯୋଗୁଁ ଆଜି ପୁରାତନ ସଂଘକୁ ଭଙ୍ଗ କରାଯାଇ ନୂତନ ସଂଘ ଗଠନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା, ଜିଲ୍ଲା ସଂଘର ସଭାପତି ବିଷ୍ଣୁପ୍ରସାଦ ପାଣିଗ୍ରାହୀ, ଉପସଭାପତି ଗୋପିନାଥ ମହାନ୍ତି. ଜିଲ୍ଲା ସାଧାରଣ ସମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବୈଠକରେ ନିର୍ବାଚନ ଅଧିକାରୀ ରୂପେ ଯୋଗଦେଇ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ସହ ନୂତନ କର୍ମ କର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ l ସୁଦର୍ଶନ ମାଝୀ ସଭାପତି, ରତିକାନ୍ତ ପଣ୍ଡା ସମ୍ପାଦକ, ପ୍ରଭାତ ଭୂଷଣ ବେ ନ୍ୟା ଓ ମଞ୍ଜୁଳା ପରିଚ୍ଛା ଉପସଭାପତି, ଜଗତନାୟକ, ସରୋଜିନୀ ପୂଜାରୀ, ମମତା ନାୟକ ସହ ସମ୍ପାଦକ ବନମାଳୀ ନାୟକ ସଂଯୋଜକ ଓ ଶୁକମନ ଦିଶାରୀ କୋଷାଧ୍ଯକ୍ଷ ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ତେନ୍ତଳିଖୁଣ୍ଟି ବ୍ଳକ ଶିକ୍ଷକ ସଂଘ ସଭାପତି କ୍ଷେତ୍ରମୋହନ ବିଷୋୟୀ, ଉପ ସଭାପତି ସଂଯୁକ୍ତା ଦେଇ ନନ୍ଦାହାଣ୍ଡି ବ୍ଳକ ସଭାପତି ଗଲତି କୁମାର ସଗରିଆ ନବରଙ୍ଗପୁର ସଭାପତି ବସନ୍ତ ବେ ନ୍ୟା,ଡାବୁଗାଁ ସମ୍ପାଦକ ଦିବାକର ବାରିକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିବାବେଳେ ବ୍ଳକର ସମସ୍ତ ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସଂଘ କର୍ମକର୍ତ୍ତା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ. ଅନ୍ୟମାନଙ୍କ ମଧ୍ଯରେ ବ୍ଳକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ସଭାପତି ମେଘାସ୍ଥି ନିସ୍ ଜାଲ, ଶିକ୍ଷକ ବାବୁଲାଲ ହରିଜନ ପ୍ରମୁଖ ସହଯୋଗ କରିଥିବାବେଳେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ମୋତିରାମ ନାୟକ ଶେଷ ରେ ବୈଠକ କୁ ସମ୍ବୋଧିତ କରିଥିଲେ l