-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
05-Feb-2023
ବଲାଙ୍ଗୀର(ପ୍ରେରଣା ଖବର)- ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରକୃତ ଗରିବଙ୍କ ନାଁ କଟିବା ଗରିବଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଠିକ ହିସାବରେ ତର୍ଜମା କଲେ, ଯୋଉଁ ମାନେ ଯୋଗ୍ୟ ହିତାଧିକାରୀ ପୁର୍ବରୁ ନାମ ଥିଲେ ସୁଦ୍ଧା ପରବର୍ତ୍ତି ସମୟରେ ଗରିବଙ୍କ ନାମ କାଟି ଥିଲାବାଲାଙ୍କ ନାମ ଯୋଡାଯାଇଛି । ଏଥିରୁ ସ୍ପଷ୍ଟ ଭାବେ ଏକ ଷଡଯନ୍ତ୍ରର ବାସ୍ନା ଆସୁଛି । ଏହି ଷଡଯନ୍ତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ମନହୀରା ପଞ୍ଚାୟତ କାର୍ଯ୍ୟଳୟରେ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ଆଲୋଚନା ଓ ସମୀକ୍ଷା କଲାବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରୀୟା ରଖିଛନ୍ତି । ବ୍ଲକ ଉନ୍ନୟନ ଅଧିକାରୀ ଇପ୍ସିତା ପାତ୍ର, ଉପ ଅଧିକାରୀ ରାମଦତ୍ତ ଭୋଇ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନାନ୍ସି ରାଣୀ ପାତ୍ରଙ୍କ ଉପସ୍ଥିତିରେ ହୋଇଥିବା ଏହି ସମୀକ୍ଷାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତା ଯୋଗୁଁ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ କଟୁଥିବାରୁ ବିଧାୟକ ଶ୍ରୀ ମିଶ୍ର ଏହି ତାଲିକା କିଏ ଓ କେତେବେଳେ ତିଆରି କରିଛନ୍ତି ବୋଲି ପଚାରି ଥିଲେ । ଏହି କେଳେଙ୍କାରି ଓ ଅନିୟମିତତାକୁ ନେଇ ବଲାଙ୍ଗିର ଜିଲ୍ଲାରେ ତିବ୍ର ଆନ୍ଦୋଳନ ହେବା ସହ ଏହାକୁ ନେଇ ଆଗାମୀ ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରାଯିବ ବୋଲି କହିଥିଲେ । ୨ ଦିନ ପରେ ହେବାକୁ ଥିବା ବଲାଙ୍ଗିର ବ୍ଲକ ସମୀକ୍ଷାରେ ସବିଶେଷ
ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ବେଳେ ଗାଇ ଗୁହାଳର ଟଙ୍କା ପ୍ରଦାନ, ରାଶନ କାର୍ଡ, ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତାକୁ ନେଇ ଆଲୋଚନା ହେଇଥିଲା । ମନହୀରା ପଞ୍ଚାୟତ ରେ ଗରିବଙ୍କ ପାଇଁ ଆସୁଥିବା ସମସ୍ତ ଯୋଜନା ଯୋପରି ଲୋକେ ଠିକ ହିସାବରେ ପାଇ ପାରିବେ ସେ ଉପରେ ଅଧିକାରୀମାନେ ସମ୍ବେଦନଶିଳ ହୋଇ କାମ କରନ୍ତୁ ବୋଲି ଅନୁରୋଧ କରିଥିଲେ । ବୈଠକ ପୁର୍ବରୁ ମନହୀରେ ପଞ୍ଚାୟତରେ ମାଘ ପୁର୍ଣ୍ଣମୀ ଅବସରରେ ଗ୍ରାମ୍ୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ କଳା ପ୍ରଦର୍ଶନ କରାଯାଇ କୃତି କଳାକାରମାନଙ୍କୁ ବିଧାୟକ ମାନପତ୍ର ପ୍ରଦାନ କରିଥିଲେ । ପରେ ପଞ୍ଚାୟତ ଅନ୍ତର୍ଗତ ବଘାପାଲିରେ ଟେରାକୋଟା ଶିଳ୍ପିଙ୍କ ପାଇଁ ଉଦ୍ଦିଷ୍ଟ ଏକ କମୁନିଟି ସେନ୍ଟରର ଭିତ୍ତି ପ୍ରସ୍ତ ଦେଇଥିଲେ । ସକମା ପଞ୍ଚାୟତ ଅନ୍ତର୍ଗତ ଫାଷଡ ଠାରେ ଫାଷଡ ବନ୍ଧର ପୁନଉର୍ଦ୍ଧାର ଓ ସୌନ୍ଦର୍ଯ୍ୟକରଣର ଭିତ୍ତିପ୍ରସ୍ତର , ସକମା ଠାରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରର ଉପରମହଲା ର ଶୁଭ ଉଦଘାଟନ ଏବଂ କୁଟୁରାପାଲି ଠାରେ ଖେଳ ପଡିଆର ଶୁଭ ଉଦଘାଟନ ମାନ୍ୟବର ବିଧାୟକଙ୍କ ହାତରେ ଅନୁଷ୍ଟିତ ହୋଇଥିଲା । ଏ ସମସ୍ତ କାର୍ଯ୍ୟକ୍ରରେ ମନହୀରା ସରପଞ୍ଚ ରମ୍ଭା ରଣା, ଲକ୍ଷ୍ମୀ ନାଏକ, ଫାଷଡ ସରପଞ୍ଚ ଉଗ୍ରସେନ ବରାଳ , ସମିତି ସଭ୍ୟ ସଞ୍ଜିବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।