-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
05-Feb-2023
ବଲାଙ୍ଗୀର(ପ୍ରେରଣା ଖବର)- ସ୍ଥାନୀୟ ସୁପ୍ରିମ ଟାସ୍କ ହସପିଟାଲ ଠାରେ ଆଇଡିଏ ରୟାଲ ଓ ସୁପ୍ରିମଟାସ୍କର ମିଳିତ ଆନୁକୁଲ୍ୟରେ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଏକ କର୍କଟ ରୋଗ ଚିହ୍ନଟ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜରେ ବହୁଳ ବ୍ୟବହୃତ ପାନ, ଗୁଟଖା ଓ ସିଗାରେଟ୍ ମୁଖ କର୍କଟ ର ମୁଖ୍ୟ କାରଣ ବୋଲି ଏହି ଶିବିରରେ ମତ ପ୍ରକାଶ ପାଇଛି । ସୁପ୍ରିମା ଟାସ୍କ ହସପିଟାଲର ରାଷ୍ଟ୍ରୀୟ ନିର୍ଦ୍ଦଶକ ଅଜିତ ପାଲଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି ସଭାରେ ଦନ୍ତ ରୋଗ ବିଶେଷଜ୍ଞ ଡା ପଞ୍ଚଜନ୍ୟ ପଣ୍ଡା, ଡା ଶ୍ରେୟସ ପାଣିଗ୍ରାହୀ, ଡା ଜସବିର ମେହେର ଓ ଡା ସ୍ନେହା ବିଶ୍ୱାସ ଅତିଥି ଭାବେ ଯୋଗଦେଇ ବିଶ୍ୱ କର୍କଟ ଦିବସ ପାଳନର ମହତ୍ୱ, ମୁଖ କର୍କଟ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସଂପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ରୋଗୀମାନଙ୍କ ପରୀକ୍ଷା ଓ ଉପଚାର କରିଥଲେ । ସୁପ୍ରିମ ଟାସ୍କର ଆର୍ଥିକ ନିଦ୍ଦେଶିକା ବିଭୁପ୍ରୀୟା ପାଲ, ସହ ନିର୍ଦ୍ଦେଶକ ପ୍ରବୀଣ ନାଗ, ଅଧ୍ୟକ୍ଷା ଲକ୍ଷ୍ମୀ ମେହେର, ସୁପ୍ରିଟେଣ୍ଡେନ୍ଟ ସିମନ ପାଲ , ହସପିଟାଲ ମ୍ୟାନେଜର ସତ୍ୟସୁନ୍ଦ ଦୀପ, ସି. ରୁହାମା, ସ୍ୱାତିପ୍ରିୟା ଦାସଙ୍କ ସମେତ କଲେଜର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।