-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
05-Feb-2023
ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୋଶଲ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ମହୋତ୍ସବ ସ୍ଥାନୀୟ ନିୟନ୍ତ୍ରିତ ବଜାର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଘର ଆବହାକ ରତ୍ନାକର ସେଠଙ୍କ ଆବାହକତ୍ୱରେ ସଭାପତି ବିପ୍ରଚରଣ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ଗଣମାଧ୍ୟମ ହିଁ ସମାଜ ସଂସ୍କାରର ପ୍ରମୁଖ ଜାଗ୍ରତ ପ୍ରହରୀ ବୋଲି କହିଥିଲେ । ସମ୍ମାନିତ ଅତିଥି ଚିତ୍ତରଞ୍ଜନ ମିଶ୍ର ଗଣତନ୍ତ୍ରରେ ଗଣମାଧ୍ୟମର ଭୁମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଜିଲ୍ଲା ଉପଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ଶବର ଗଣ ଏବଂ ଗଣମାଧ୍ୟମ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ କୋଶଲ ରାଜ୍ୟର ଇତିହାସ ଉପରେ ବର୍ଣ୍ଣନା କରିବା ସହ କୋଶଲ ସାମ୍ବାଦିକ ଆଗାମୀ ଦିନରେ ଇତିହାସ ସୃଷ୍ଟି କରିପାରିବ । ଏହି ଅଂଚଳର ଇତିହାସକୁ ନେଇ ସେ ବିଶ୍ୱଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ । କୋଶଲ ମାଟିର ଇତିହାସ ପୁରୁଣା । ଆଗାମୀ ଦିନରେ କୋଶଲ ମାଟି ଏକ ହେଲେ ଏହି ଅଂଚଳର ବିକାଶ ହୋଇ ପାରିବ । ଏହି ଅଂଚଳର ରଙ୍ଗବତୀ ଗୀତ ସାରା ବିଶ୍ୱରେ ପରିଚିତ । ଏଥିରୁ ଆମର ସଂସ୍କୃତି , ଭାଷା,ଐତିହ୍ୟ କେତେ ମହାନ୍ ଅନୁମମାନ କରିହେବ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ଓଟିଭି ପଶ୍ଚିମ ଓଡିିଶା
ବ୍ୟୁରୋଚିଫ ମନୋରଞ୍ଜ ଯୋଶୀ ଯୋଗ ଦେଇ ସେ ସମାଜରେ ସାମ୍ବାଦିକ ଏବଂ ନେତା ମଧ୍ୟରେ ଥିବା ପାର୍ଥକ୍ୟ ଏବଂ କାହାକୁ ସମାଜ ଅଧିକ ବିଶ୍ୱାସ ଭାଜନ କରିଥାଏ ସେ ଉପରେ ବକ୍ତବ୍ୟ ଦେବା ସହିତ ପଶ୍ଚିମ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ସାମ୍ବାଦିକ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କିନ୍ତୁ ଏଠିକାର ଚର୍ଚ୍ଚିତ ଲୋକ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ଯୋଗ ନ ଦେବା ଉପରେ ସେ ବର୍ଷିିଥିଲେ । ନିର୍ବାଚିତ ପ୍ରତିନିଧିଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଗଣମାଧ୍ୟ ସବୁବେଳେ ଗୁରୁତ୍ୱ ଦେଇ ପଦଯାତ୍ରା, ସଭା ସମତି, ଆଲୋଚନାରେ ତାଙ୍କର ଖବର ସୁଦୀର୍ଘ ୨୫ବର୍ଷ ହେଲା ଦେଇ ଆସୁଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ସେ ସହଜରେ ଗ୍ରହଣ କରିନଥିଲେ । ଏବଂ ସ୍ଥାନୀୟ ଜିଲ୍ଲାପ୍ରସାଶନ ମଧ୍ୟ କେହି ଯୋଗ ଦେଇ ନଥିବାରୁ ମଧ୍ୟ ସେମାନଙ୍କ ଉପରେ ମଧ୍ୟ ବର୍ଷିଥିଲେ । ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ଏମାନଙ୍କ ଉପରେ ଏଭଳି ଖବର ଦିଆଯାଉ ଯାହାକି ଆଗାମୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଗରୁ ସମୟ ଦେବାକୁ ସେମାନ ପ୍ରସ୍ତୁତ ରହିବେ ବୋଲି କହିଥିଲେ । ସୋନପୁର ଜିଲ୍ଲାପାଳଙ୍କ ନୃତ୍ୟୁକୁ ବେଶ୍ ପ୍ରସାଂସା କରିଥିବା ବେଳେ ଏଭଳି ନୃତ୍ୟୁ କରୁଥିବା କେତେଜଣଙ୍କୁ ଜିଲ୍ଲାପାଳ କଳାକାର ଭତ୍ତା ଦେଉଆସୁଛନ୍ତି ତାହା ଦେଖିବା କଥା ବୋଲି ସେ କହିଥିଲେ । ସାମ୍ବାଦିକ ସଂଘ ରେଜିଷ୍ଟ୍ରେସନକୁ ଗୁରୁତ୍ୱ ନ ଦେଇ ଲୋକେ ସାମ୍ବାଦିକୁ ଯେଉଁଦିନ ରେଜିଷ୍ଟ୍ରେସନ ଦେବେ ସେହି ଦିନ ସାମ୍ବାଦିକତା ସଫଳ ହେବ ବୋଲି ସେ ମର୍ମସ୍ୱର୍ଶୀ ଅଭିଭାଷଣ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମଲେଇଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନେ ପୁଷ୍ପମାଲ୍ୟ ଦୀପ ପ୍ରଜ୍ୱଳନ ପରେ ଉସଭାପତି ଅଶୋକ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ, ସହ ସଂପାଦକ ସୃଜନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଆବାହକ ରତ୍ନାକର ସେଠ ସଭାର ଲକ୍ଷ୍ୟ ଏବଂ ସଂପାଦକ ମୁକେଶ କୁମାର ଭୋଇ ବିବିରଣୀ ପାଠ କରିଥିଲେ । ଏହି ଅବସରରେ ସଂଘ ପକ୍ଷର ସ୍ମରଣିକା ‘ମାଟିର୍ ଡାକ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରତୀଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବାର ତରଭାର ବରିଷ୍ଠ ଓକିଲ ସୁଜିତ କୁମାର ମିଶ୍ର, ଡୁଙ୍ଗୁରିପାଲିର ଗୋପାଳ ବାରିକ, ଶିକ୍ଷା କ୍ଷେତ୍ରରେ ଶିକ୍ଷକ ରାମଗୋପାଳ ଭୋଇ, ହେମସାଗର ବାଗ, କରମଚନ୍ଦ୍ର ବାରିକ, ଆନ୍ତର୍ଜାତୀୟ ତାଇକୋଣ୍ଡା ଖେଳାଳୀ ଏହେସାସ ହୋତା, ଦଣ୍ଡ କଳାକାର ରସିକ ସାହୁ, ପ୍ରକୃତି ବନ୍ଧୁ ମୁରଳୀଧର ବିଶ୍ୱାଳ, ବାନ୍ଧଶିଳ୍ପୀ ଶାନ୍ତିଲତା ମେହେର, ସେବା କ୍ଷେତ୍ରରେ ସେବା ଫାଉଣ୍ଡେସନ, ମାରୱାଡି ଯୁବା ମଞ୍ଚ, କୋଶଲ ସେନା ଏବଂ ଲିଟିଲ ଏଞ୍ଜେଲ ସ୍କୁଲକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଉଦ୍ଘୋଷ୍କକ କଳାକାର ମାନଭଞ୍ଜନ ମିଶ୍ର, ସାମଜସେବୀ ଶ୍ରୀକୁମାର ମହନ୍ତ, ହିମାଂଶୁ ପୁଟେଲ, ବ୍ରହ୍ମାନନ୍ଦ ପୁଜାରୀ, ଫଟୋ ସାମ୍ବାଦିକ ଭାବେ ଜ୍ୟୋତିରାଦିତ୍ୟ ପଣ୍ଡା, ବିଗୁଲ ଟିଭି ଏଡିଟର ସନ୍ତୋଷ ମିଶ୍ର, ସୋନପୁର ସମାଜ ଜିଲ୍ଲା ପ୍ରତିନିଧି ସ୍ୱାଧିନ ମେହେର, ଶେଷଦେବ ବାରିକ, ନୀଳକମଳ ମିଶ୍ର, କୁଶ ବଘାର, ଉରୁକ୍ରୁମ ପାଣ୍ଡିଆ, ସାଗର ଜେନା, ବିନୟ ଦଣ୍ଡସେନା, ଅରକ୍ଷିତ ଚନ୍ଦ୍ର ମହାନନ୍ଦ, ପ୍ରଭୁ ଚରଣ ମହାନ୍ତି, ବିଭୁକଲ୍ୟାଣ ଗଡତିଆ, ସୀତାକାନ୍ତ ସିଂହ ଓ ବିରାଜନନ୍ଦ ପାଢୀଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସମସ୍ତ କାର୍ଯ୍ୟକ୍ରମକୁ ମାନଭଞ୍ଜନ ମିଶ୍ର ପରିଚାଳନା କରିଥିଲେ । ସ୍ଥାନୀୟ ଟ୍ରକ୍ ମାଲିକ ସଂଘସଭାପତି ମୃତ୍ୟୁଞ୍ଜୟ ମିଶ୍ର, ବଣିକ ସଂଘ ସଭାପତି ପ୍ରଦୀପ ମିଶ୍ର, ଓକିଲ ସଂଘ, ଏସି କଲ୍ୟାଣ ସଂଘ, ଲାୟନ କ୍ଲବ , ଡ୍ରଗିଷ୍ଟ ସଂଘ, ସାହିତ୍ୟ ସଂସଦର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଏହେସାସ ହୋତାଙ୍କ ଯାଦୁ ଏବଂ ଲିଟିଲ ଏଞ୍ଜେଲ ସ୍କୁଲର ଛାତ୍ରଛାତ୍ରୀଙ୍କ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ସମସ୍ତଙ୍କ ମନ ମୋହିଥିଲା । ଏହି ଅବସରରେ ପଶ୍ଚିମ ଓଡିଶାର ଆରିସା ପିଠା ପତ୍ରଠୁଙ୍ଗାରେ ଅତିଥିମାନଙ୍କୁ ଅପ୍ୟାୟିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ କୋଶଲ ଉପରେ ପର୍ଯ୍ୟବେଶିତ ଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ବିରାଜନନ୍ଦ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।