-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
05-Feb-2023
ଧର୍ମଗଡ଼(ଜ୍ୟୋତିରଞ୍ଜନ ବେମାଲ)
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ବେହେରା ଗୁଡ଼ା ଠାରେ ବୋର୍ଡର କ୍ରିକେଟ କମିଟି ଦ୍ବାରା ଆୟୋଜିତ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଚଞ୍ଚରା ଭାଡ଼ି ଏବଂ ଘୁମରଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ଘୁମରଗୁଡ଼ା ଟଚ ଜିତି ବେଟିଙ୍ଗ ର ନିର୍ଣ୍ଣୟ ନେଇଥିଲା ଓ ୧୦ ଓଭର ରେ ୫୫ ରନ୍ ସଂଗ୍ରହ କରି ଅଲ୍ ଆଉଟ ହୋଇଯାଇଥିଲେ । ଏହାର ଜବାବରେ ଚଞ୍ଚରାଭାଡି ଦଳ ୭ ଓଭର ରେ ୫୬ ରନ କରି ବିଜୟ ହାସଲ କରିଥିଲେ । ଉକ୍ତ ଉଯାପିତ ମ୍ୟାଚ ର ମୁକ୍ଷ ଅତିଥି ଭାବେ ବିଧାୟକ ପ୍ରତିନିଧି ମାନସ ବାଗ,ସମ୍ମା ନିତ ଅତିଥି ଧର୍ମଗଡ଼ ଯୋନ୍- ୨ ଜିଲ୍ଲାପରିଷଦ ଗୋପୀନାଥ ମହାନନ୍ଦ, ଛଞ୍ଚାଣବାହାଳି ସରପଞ୍ଚ ପ୍ରୀତି ବେମାଲ, ସମାଜସେବୀ ଗୌର ବାଗ , ପିଣ୍ଟୁ ତିୱାରୀ, ଅନ୍ତରାମା ପୋଡ଼ ଏବଂ ସରପଞ୍ଚ ପ୍ରତିନିଧି ଗଗନେଶ୍ଵର ବେମାଲ ପ୍ରମୁଖ ଯୋଗଦାନ କରି ବିଜେତା ଓ ରନର୍ଶ ଦଳକୁ ଚମ୍ପିୟାନ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ ।ଖେଳର ମ୍ୟାନ୍ ଅପ୍ ଦି ମ୍ୟାଚ୍ ଶିବା ପାଇଥିବା ବେଳେ ମ୍ୟାନ ଅଫ୍ ଦି ସିରିଜ ରାଜା ପାଇଥିଲେ । ଏହି ଖେଳର ଧାରା ବିବରଣୀ ଜୟନ୍ତ ବାରିକ ଓ ଡିପେନ୍ଦ୍ର ସୁନାନି ପ୍ରଦାନ କରିଥିଲେ ଏବଂ ଖେଳ ପରିଚାଳନା ଅରୁଣ ବେମାଲ ଓ ଖିର ସିନ୍ଧୁ ସାହୁ କରିଥିଲେ ।ଉକ୍ତ କାର୍ଯ୍ୟ କ୍ରମକୁ ଶୋଭିତ ଗାନ୍ଧୀ,ଗଯିନ୍ଦ୍ର ଚିଲାଗୁଣ, ସୌମ୍ୟରଞ୍ଜନ ପୋଡ଼ ,ଲଙ୍କେଶ୍ଵର ବେମାଲ, ସିମାନଞ୍ଚଳ ବାରିକ ,ଦୟାନିଧି ବାରିକ,ଅମୃତ ଛତ୍ରିଆ,ନାରାୟଣ ସାଗର, କାହୁଁ ଚରଣ ଛତ୍ରିଆ , ଯଜ୍ଞଦତ ବେମାଲ, ମଣ୍ଟୁ ପୋଡ଼, ଜ୍ୟୋତିରଂଜନ ବେମାଲ ଏବଂ ଦେବେନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ ।