-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
05-Feb-2023
ବଲାଙ୍ଗିର(ପ୍ରେରଣା ଖବର) ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିର ଠାରେ ଆୟୋଜିତ ହେଇଥିବା ବଲାଙ୍ଗିର ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳାର ଆଜି ତୃତୀୟ ଦିବସରେ କୃଷି ଓ ଆନୁସଙ୍ଗିକ ବିଭାଗ ସଂବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଦିବସର ପ୍ରଥମ ପର୍ଯାୟରେ ଓଡିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ବରିଷ୍ଠ ବୈଜ୍ଞାନିକ ଇଂ ନରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଅଧିକ ଅମଳ ତଥା ଅମଳ ବୃଦ୍ଧି ନିମନ୍ତେ ଉନ୍ନତ ଯାନ୍ତ୍ରିକକରଣ ବ୍ୟବସ୍ଥା ତଥା ଏଥିରେ ଚାଷୀ ମାନଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । କୃଷିରେ ଉନ୍ନତ ଯାନ୍ତ୍ରିକୀକରଣ ଯୋଗୁ ଆଜିର ସମୟରେ ଉତ୍ପାଦନ ବଢିବା ଓ ଅମୃତ ଦେଶର ଖାଦ୍ୟ ବ୍ୟବସ୍ଥା କୁ ସୁଦୃଢ କରିବାକୁ ସହାୟକ ହେବ ବୋଲି ଚାଷୀ ମାନଙ୍କୁ ବିଭିନ୍ନ ଦିଗରୁ ଉଦାହରଣ ଦେଇ ବୁଝାଇଥିଲେ । ଏପିକଲ ର କୃଷି ପ୍ରୋତ୍ସାହନ ଓ ପରିବର୍ତନ ଟିମ ର ରାଜ୍ୟ ମୁଖ୍ୟ ସୁଶାନ୍ତ କିଶୋର ଖୁଣ୍ଟିଆ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସଂପର୍କରେ ଆଲୋଚନା କରି ଏହାର ବିଭିନ୍ନ ଦିଗ,ଚାଷୀ ମାନେ କିପରି ଏହାର ସୁବିଧା ନେଇପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ । ଜୈନ ଇରିଗେସନ, ଓଡିଶା ରାଜ୍ୟ ମୁଖ୍ୟ ଇଂ ଦିଲ ବାହାଦୂର କୃଷିରେ ଜଳ ର ସଠିକ୍ ପରିଚାଳନା ଦିଗରେ ବୁନ୍ଦା ଜଳସେଚନ ଓ ସିଞ୍ଚନ ଜଳସେଚନ ଆବଶ୍ୟକତା ଓ ବ୍ୟବହାର ସଂପର୍କରେ ଚାଷୀ ମାନଙ୍କୁ ବୁଝାଇଥିଲେ । ଦ୍ଵିତୀୟ ଅଧିବେଶନରେ କୃଷି ବିଜ୍ଞାନ କେନ୍ଦ୍ର, ବଲାଙ୍ଗିର ର ପ୍ରାଣୀ ବୈଜ୍ଞାନିକ ତପନ କୁମାର ପଲାଇ ପ୍ରାଣୀ ପାଳନ ଓ ସେଇ ବ୍ୟବସାୟ ମାଧ୍ୟମରେ କିପରି ଲୋକେ ଅଧିକ ଲାଭ ପାଇ ପାରିବେ ସେ ଦିଗରେ ଆଲୋଚନା କରି ଦୃଷ୍ଟାନ୍ତ ଦେଇ ଚାଷୀ ମାନଙ୍କୁ ବୁଝାଇଥିଲେ । ପରେ ଧମଣାସରର ଉଦ୍ୟୋଗୀ ଚାଷୀ ସିଦ୍ଧେଶ୍ଵର ମିଶ୍ର ଜୈବିକ ପଦ୍ଧତିରେ ସଜନା ଓ ପନିପରିବା ଚାଷ ସଂପର୍କରେ ନିଜସ୍ୱ ଅଭିଜ୍ଞତା ଓ ଅନୁଭୂତି ରୁ ବିଭିନ୍ନ ଉଦାହରଣ ଦେଇଥିଲେ । ଆଜି ଉପସ୍ଥିତ ଚାଷୀ ମାନଙ୍କ ମଧ୍ୟରେ କୁଇଜ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ପନ୍ଦର ଜଣ ଚାଷୀଙ୍କୁ କୁଇଜ ମାଧ୍ୟମରେ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶେଶ୍ଵର ସାହୁ, କୃଷି ସହକାରୀ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ପାଣିଗ୍ରାହୀ,
କୃଷି ନିର୍ବାହୀ ଯନ୍ତ୍ରୀ ଲାସା ମୁର୍ମୁ,କୃଷି ଅଧିକ୍ଷଣ ଯନ୍ତ୍ରୀ ଶ୍ରୀନିବାସ ନାୟକ ଏହି ଆଲୋଚନା ଚକ୍ର ରେ ଉପସ୍ଥିତ ଥିବା ବେଳେ ସହକାରୀ କୃଷି ଅଧିକାରୀ ସୁଶୀଲ କୁମାର ସେଠୀ କୁଇଜ ପରିଚାଳନା କରିଥିଲେ । ଗୀତିକୃଷ୍ଣା ନାଏକ,ସୁନନ୍ଦା ସାହୁ,ବିମ୍ବାଧର ସାହୁ,ସୁଧାକର ନନ୍ଦ, ଜ୍ୟୋତ୍ସ୍ନାରାଣୀ ଛୁରା, ଇଂ ରେଣୁକା ନାଏକ,ପୂର୍ଣ୍ଣିମା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ପାଟଣାଗଡ କୃଷି ଜିଲ୍ଲା ଅଧିକାରୀ ବାବୁଲି ଚରଣ ସେଠୀ । ଆଜି ର ଏହି କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।