-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
05-Feb-2023
ବରଗଡ଼ : ଛାତ୍ରଛାତ୍ରୀମାନଙ୍କୁ ସାମରିକ ଶିକ୍ଷାରେ ପ୍ରସ୍ତୁତ କରିବା ପାଇଁ ଇମ୍ପରିୟଲ କଲେଜଠାରେ ଏନସିସିର ଏକ ଶାଖା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଏନସିସିର କର୍ଣ୍ଣଲ ସି ସି ନାଗ ଏବଂ ଏସ ଏମ୍ ପ୍ରକାଶ ସିଂ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ । ଝରଣା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ନିର୍ଦ୍ଦେଶକ ଦିପକ ଗୋୟଲ ଓ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ପ୍ରମୁଖ ମଚାଂସୀନ ଥିଲେ । ଛାତ୍ରଛାତ୍ରୀମାନଙ୍କୁ ସୁସ୍ଥ ରହିବା ପାଇଁ ଏକ ଅନଲାଇନ ସେମିନାର ଆୟୋଜିତ କରାଯାଇଥିଲା । ଏଥିରେ ବଲିଉଡର ସୁପରିଚିତ ନାୟିକା ପ୍ରୀତି ଝିଙ୍ଗାନି ଓ ପରବିନ ଦେବାସ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଉଦଘାଟନ ଉତ୍ସବ ପରେ କଲେଜର ଏନସିସି ୟୁନିଟ ପାଇଁ କ୍ୟାଡେଟ ମନୋନୟନ କରାଯାଇଥିଲା । ଶେଷରେ ଅଧ୍ୟାପିକା ହରିପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।