-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
04-Feb-2023
ବିନିକା(ହିମାଂଶୁ ଶେଖର ପୁଟେଲ)ଐତିହାସିକ ପୀଠ ବିନିକାର ମୁକ୍ତିତୀର୍ଥ ପାପକ୍ଷୟ ଘାଟ ନାମରେ ନାମିତ ଚତୁର୍ଥ ପାପକ୍ଷୟ ଲୋଜ ମହୋତ୍ସବର ଆଜି ୩ୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ପଦ୍ମିନୀ ଦୋରା,ଶତ୍ରୁଘ୍ନ ଲୁହା,ଅମିତ ଯୋଶୀଙ୍କ ସୁ ମଧୁର ସଙ୍ଗୀତ ପରିବେଷଣ ସାଂଗକୁ ସମ୍ବଲପୁରର ଲହରୀ ତରଫରୁ ଡାଲଖାଇ,ଚୁଟୁକୁଚୁଟା,ଭବାନୀପାଟଣାର ନୃତ୍ୟାଙ୍ଗନା ତରଫରୁ ଢାପ ଘୁଡକା ଲୋକନୃତ୍ୟ ଏବଂ ସ୍ଥାନୀୟ ଅଂଚଳର କଳାକାରଙ୍କ କଳା ପ୍ରଦର୍ଶନ ରାତିତମାମ ଦର୍ଶକଙ୍କୁ ମତୁଆଲ
କରିଥିଲା ।ସେହିପରି ଓଡ଼ିଆ ଧାରାବାହିକ ଅଭିନେତ୍ରୀ ଦେବସ୍ମିତା ଙ୍କ ନିଖୁଣ ଅଭିନୟ ଦୃଶ୍ୟ ସହିତ ତାଙ୍କର ସଂଳାପ ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ମହୋତ୍ସବ କମିଟୀ ସଭାପତି ସୁଧାଂଶୁ ଶେଖର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ବରିଷ୍ଟ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦୁରାରୋଗ୍ୟରେ ପୀଡ଼ିତ ରାଜା ଦ୍ଵିତୀୟ ଅନଙ୍ଗ ଭୀମଦେବ ଜଗତରନାଥ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ପାଇ ନଦୀ କୂଳେ କୂଳେ ଆସି ଯେଉଁ କୂଳରେ ରାତ୍ରିଯାପନ କରି ସେଠାରେ ସ୍ନାନ କରିବା ମାତ୍ରେ ଦେହରୁ ସବୁ ରୋଗ ଉଭେଇ ଯାଇଥିଲା ।ଆଚମ୍ବିତ ହୋଇପଡ଼ି ରାଜା ତତକ୍ଷଣାତ୍ ସେହି ଘାଟ କୁ ପାପକ୍ଷୟ ଘାଟରେ ନାମକରଣ କଲେ ।ଯାହାକି ଏହି ପୁଣ୍ୟ ଘାଟରେ ସ୍ନାନ କଲେ ଓ ନିକଟରେ ଥିବା ବିଶାଳକାୟ ବଟବୃକ୍ଷ ଅର୍ଗଲି ସୁଡ଼ଙ୍ଗରେ ଗଲିଲେ ପାପ ଦୂର ହେଉଥିବା ବିଶ୍ଵାସରେ ଏହି ପୀଠ ପ୍ରତ୍ୟେକ ଦିନ ଲୋକାରଣ୍ୟ ।ପାପ ରୁ ମୁକ୍ତି ମିଳୁଥିବା ଏହି ପୁଣ୍ୟ ପୀଠ ପାପକ୍ଷୟ ନାମରେ ନାମିତ ପାପକ୍ଷୟ ଲୋକ ମହୋତ୍ସବ ଯୁଗ ଯୁଗ ଧରି ଚିରସ୍ଥାୟୀ ରହୁ ।ଏହି ଐତିହାସିକ ପୀଠ ର ମହତ୍ତ୍ଵକୁ ସର୍ବାଦୃତ କରିବା ନେଇ ଏବଂ ଏ ପବିତ୍ର ମାଟିର ଐତିହ୍ୟ,ସଂସ୍କୃତି,କଳା କୁ ବଞ୍ଚାଇବା ନେଇ ଉଦ୍ୟମ ରତ ଉତ୍ସାହୀ ଯୁବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ନେହ,ଶ୍ରଦ୍ଧା ଓ ଭାଇଚାରା ସୃଷ୍ଟି କରୁ ବୋଲି କହିଥିଲେ ।ସେ ଆହୁରି କହିଥିଲେ ଯେ ପୁଣ୍ୟପୀଠ ପାପକ୍ଷୟ,କପିଳେଶ୍ୱର ପୀଠର ଉତ୍ତୋରତର ଉନ୍ନତି ପାଇଁ ଏବଂ ବିନିକା ଡାକ୍ତରଖାନାରେ ରହିଥିବା ଡାକ୍ତର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ,୫ଟି ସଚିବଙ୍କୁ ଦାବି କରିବି ଦରକାର ପଡିଲେ ଏହି ଅଞ୍ଚଳର ସମସ୍ୟା ସମାଧାନ ଦିଗରେ ବିଧାନସଭାରେ ପ୍ରସ୍ତାବ ରଖିବି ବୋଲି ଦୃଢ ପ୍ରତିଶ୍ରୁତି ଅଞ୍ଚଳ ବାସୀଙ୍କୁ ଦେଇଥିଲେ ।ସୁରଙ୍କ ମଜା ମଜା କଥାରେ ଉପସ୍ଥିତ ଦେଖଣାହାରୀ ଦର୍ଶକ ମହଲରେ ନାହିଁ ନଥିବା ଖୁସିର ଲହରୀ ଦେଖିବାକୁ ମିଳିଥିଲା ।ସେହିପରି ସ୍ଵତନ୍ତ୍ର ଅତିଥି ଭାବେ ବିନିକା ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ ଯୋଗଦେଇ ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବି। ଏଥିପାଇଁ ସମସ୍ତଙ୍କ ଏକତା ଓ ସହଯୋଗ ଦରକାର ବୋଲି କହିଥିଲେ । ଏହି ଅବସରରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମସ୍ତଙ୍କର ପ୍ରେରଣା ସାଜିଥିବା ସିଲାଟି ଗ୍ରାମର ଶାନ୍ତନୁ ସାହୁଙ୍କୁ ପାପକ୍ଷୟ ସମ୍ମାନରେ ସମ୍ମାନିତ
କରାଯାଇଥିଲା ।ଏହା ବ୍ୟତୀତ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିବା କଳାକାର,ଲୋକନୃତ୍ୟ ଓ କଣ୍ଠଶିଳ୍ପୀଙ୍କୁ ମଧ୍ୟ ଆୟୋଜକ କମିଟି ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଧର୍ମେନ୍ଦ୍ର ଥନାପତି ପାପକ୍ଷୟ ସମ୍ମାନ ପତ୍ର ପଠନ ଏବଂ ଶେଷରେ ସମ୍ପାଦକ ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ଉଦଘୋଷିକା ଅଙ୍କିତା ସାହାଣୀ ଓ ଅଞ୍ଜନ ପ୍ରଧାନ ପରିଚାଳନାରେ ମଞ୍ଚରେ ନୃତ୍ୟ ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା