-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
03-Feb-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅଧିନସ୍ଥ ମହାବିଦ୍ୟାଳୟ ପଡିଆ ଠାରେ ଲୋଇସିଂହା ଓମେନ୍ସ ଫାର୍ମର ସର୍ଭିସେସ ପ୍ରଡୁସର କମ୍ପାନୀ ଲିମିଟେଡ଼ର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ପ୍ରଡୁସର କମ୍ପାନୀର ସମସ୍ତ 617 ଜଣ ଅଂଶଗ୍ରହଣକାରୀ, 11 ଜଣ ନିର୍ଦେଶିକ ମଣ୍ଡଳୀ ସହିତ ଅତିରିକ୍ତ ତହସିଲ୍ଦାର ସମ୍ପୂର୍ଣ୍ଣlନନ୍ଦ ବେଚ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ହୋତା, ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ଉମାଶଙ୍କର ମିଶ୍ର, ଓଡିଶା ଜୀବିକା ମିଶନ ବ୍ଲକ ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ମଧୁମିତା ବିଶ୍ୱାଳ, ଅନ୍ତରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ରରୁ ଶ୍ରୀଯୁକ୍ତ ସୁମନ୍ତ କୁମାର, ଦିଲୀପ କୁମାର ରାଉତ, ଆକ୍ସେସ ଲାଇଭଲିହୂଡ଼ ଫାଉଣ୍ଡେସନର ସିନିଆର ପ୍ରୋଗ୍ରାମ ମ୍ୟାନେଜେର ପରିଧି ଚଞ୍ଚାନୀ , ବଲାଙ୍ଗୀର ପ୍ରକଳ୍ପ ମୁଖ୍ୟ ଶ୍ରୀ ବିଶ୍ୱରଂଜନ ପରିଡା ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ଆରମ୍ବରୁ ଅତିଥି ମାନଙ୍କୁ ସ୍ୱାଗତ କରାଯିବା ସହ
ଚାଷୀ କମ୍ପାନୀର 11 ଜଣ ନିର୍ଦେଶିକାଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ପରେ ପରେ ପ୍ରଡୁସର କମ୍ପାନୀ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ନାଗଙ୍କ ଦ୍ୱାରା ବାର୍ଷିକ ବିବରଣୀ ପଠନ କରାଯାଇଥିଲା, ଓ ଉପାଧ୍ୟକ୍ଷା ଜୁଲି ପଧାନ ଆଗାମୀ ବାର୍ଷିକ ଯୋଜନା ପଠନ କରିଥିଲେ ଯେଉଁଥିରେ ଅଦ୍ୟାବଧି ୮ ମାସ ମଧ୍ୟରେ କମ୍ପାନୀର 617 ଜଣ ଅଂଶଧନକାରି ଯୋଡି ହୋଇଛନ୍ତି l 350 ଜଣ ମହିଳା ଚାଷୀର ମୁଗମଞ୍ଜି ପ୍ରଦାନ, 204 ଜଣ ମହିଳା ଚାଷୀଙ୍କୁ ଖରିଫ ଋତୁରେ ସାର ପ୍ରଦାନ କରାଯାଇଛି l ରବି ଋତୁରେ ୪୫ ଜଣ ଚାଷୀଙ୍କ ଦ୍ୱାରା ଧାନବୀହନ ଚାଷ କରାଯାଇଛି l ଅମଳ ପରେ ସେହି ମହିଳା ଚାଷୀଙ୍କ ଠାରୁ ଧାନ କ୍ରୟ କରାଜୀବ ବୋଲି ପ୍ରକାଶ କରିଥିଲେ l ଲୋଇସିଂହା ବ୍ଲକ କୃଷିଅଧିକାରୀ ଉମାଶଙ୍କର ମିଶ୍ର ନିଜ ବକ୍ତବ୍ୟରେ ଚାଷୀ ମାନଙ୍କ ପାଇଁ ଉପଲବ୍ଧ ସମସ୍ତ ସରକାରୀ ଯୋଜନା ବିଷୟରେ ସୂଚନା ଦେଇଥିଲେ l ଯଥା ଚାଷ ଉପକରଣ କିଣିବାରେ ରହିଥିବା ସବସିଡି/ରିହାତି ବିଷୟରେ ସବିଶେଷ ସୂଚନା ଦେଇଥିଲେ l ଲୋଇସିଂହା ଏବିଡିଓ ବିଜୟ କୁମାର ହୋତା ତାଙ୍କ ପ୍ରକାଶ କରିଥିଲେ ଯେ ଚାଷୀ ଉତ୍ପାଦକ ସଂଗଠନ ସରକାରୀ ସୁବିଧାମାନ ସଠିକ ଭାବେ ଚାଷୀଙ୍କ ପାଖେ ପହଞ୍ଚlନ୍ତୁ, ସମସ୍ତ ସୁବିଧା ଆପଣଙ୍କ କମ୍ପାନୀ ବା ଚାଷୀଙ୍କ ନିକଟରେ ପହଂଚାଇବା ପାଇଁ ଆମେ ସଂକଳ୍ପବଦ୍ଧ l