-+91-9937148622 |

prerana_bgr@rediffmail.com |

  Wednesday 29th March 2023 |

| | | |

R.N.I. Regd No. ODIODI/2010/46693

Breaking News

ରେନବୋ କ୍ୟାମ୍ପରେ ବଲାଙ୍ଗିର ର କୃତିତ୍ୱ   (29-Mar-2023)       ||      ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   (29-Mar-2023)       ||      ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   (28-Mar-2023)       ||      ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    (28-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା    (28-Mar-2023)       ||      ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    (28-Mar-2023)       ||      ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   (28-Mar-2023)       ||      ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   (28-Mar-2023)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   (28-Mar-2023)       ||      ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   (28-Mar-2023)       ||      ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   (28-Mar-2023)       ||      ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   (28-Mar-2023)       ||      ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି    (28-Mar-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି   (28-Mar-2023)       ||      କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ   (28-Mar-2023)       ||      କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ   (28-Mar-2023)       ||      ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ   (28-Mar-2023)       ||      ଅଗ୍ରଣୀ ମହିଳା ଚାଷୀ ବିଜୟିନୀ    (28-Mar-2023)       ||      ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର   (27-Mar-2023)       ||      ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ  ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି    (27-Mar-2023)       ||     

HOME   ଜିଲ୍ଲା

ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ – ଆଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଚାଷ ର ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ

03-Feb-2023



ବଲାଙ୍ଗିର(ପ୍ରେରଣା ଖବର) ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିର ଠାରେ ଫେବ୍ରୁଆରି ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ବଲାଙ୍ଗିର ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆଜି ଅପରାହ୍ନ ରେ ଉଦଘାଟିତ ହୋଇଯାଇଛି । ଓଡିଶାର ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳା କୁ ଉଦଘାଟନ କରି ପ୍ରଦର୍ଶନୀ ମଣ୍ଡପ ଗୁଡିକୁ ପରିଦର୍ଶନ କରିଥିଲେ । ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ରେ ମୋଟ ୭୨ ଗୋଟି ପ୍ରଦର୍ଶନୀ ଷ୍ଟଲ କରାଯାଇଛି । କୃଷି,ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ , ମତ୍ସ

,ପ୍ରାଣୀ ସମ୍ପଦ , ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ,ଓଡିଶା ମିଲେଟ ମିଶନ ,ଉଠା ଜଳସେଚନ ,ଓରମାସ ,ମିଶନ ଶକ୍ତି ,ସ୍ଵୟଂ ସହାୟକ ଗୋଷ୍ଠୀ ,ଓଡିଶା କୃଷି  ଶିଲ୍ପ ନିଗମ ,ଏନ॰ ଜିଓ ,କୃଷି ଯନ୍ତ୍ରପାତି ବିକ୍ରୟ କରୁଥିବା ଡିଲର ଆଦି ଏହି ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ରେ ଅଂଶ ଗ୍ରହଣ କରିଛନ୍ତି । ଏଗ୍ରିବୋଟ କମ୍ପାନୀ ମେଳା ରେ କୃଷି କାର୍ଯ୍ୟ ରେ ବ୍ୟବହୃତ ଡ୍ରୋନ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉପଲକ୍ଷେ ଅନୁଷ୍ଠିତ ସଭାରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଧୁନିକ  ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ର ବ୍ୟବହାର ମାଧ୍ୟମରେ ଚାଷୀ ମାନେ ଚାଷ କ୍ଷେତ୍ରରେ କିପରି ଉନ୍ନତି କରିପାରିବେ ସେ ସମ୍ପର୍କରେ ଏହି ମେଳା ବେଶ ସହାୟକ ହେବ ବୋଲି ପ୍ରକାଶ କରିବା ସହ ଜିଲ୍ଲାରେ ଜଳସେଚନ ର ବ୍ୟବସ୍ଥା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ଚାଷୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରିବା ସହ ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ଥିବା ସରକାରୀ ରିହାତି ସମ୍ପର୍କରେ ଅବଗତ କରି ସେମାନେ ଏଥିରୁ ଯେପରି ସୁଫଳ ପାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ  ପରାମର୍ଶ ଦେଇଥିଲେ । ସଭାରେ ଲୋଇସିଂହ। ବିଧାୟକ ଡ଼ ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଷୀ ମାନେ ନୂତନ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ର ବ୍ୟବହାର କରି ଚାଷ କଲେ ବିଭିନ୍ନ ପ୍ରକାରର ଚାଷ ର ଉନ୍ନତି ହେବା ସଙ୍ଗେ ସଙ୍ଗେ  ସେମାନଙ୍କର ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିବା ସହ ସରକାର ମିଲେଟ ମିଶନ କୁ ଗୁରୁତ୍ଵ ପ୍ରଦାନ କରୁଛନ୍ତି ତେଣୁ ଏହାକୁ ଯେପରି ପ୍ରୋତ୍ସାହିତ କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସଭାରେ ଜିଲ୍ଲାପାଳ ଚଞ୍ଚଳ ରାଣା ସଭାପତିତ୍ଵ କରି ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ଏ ପ୍ରକାରର ମେଳା ର ଆୟୋଜନ କରାଯାଇଛି ଏବଂ ଏହାଦ୍ୱାରା ଜିଲ୍ଲା ର ଚାଷୀ ମାନେ ଚାଷ କାର୍ଯ୍ୟ ରେ ବ୍ୟବହାର ହେଇଥିବା ଆଧୁନିକ  ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ସମ୍ପର୍କରେ ଜାଣି ଚାଷ କାର୍ଯ୍ୟ ରେ ଲଗାଇପାରିବେ ବୋଲି ପ୍ରକାଶ କରିଥିଲେ । ଫାର୍ମ ଯାନ୍ତ୍ରିକକରଣ ଓ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ର ପ୍ରୋତ୍ସାହନ ଜରିଆରେ ଚାଷୀ ମାନଙ୍କ ଜୀବନ ଜୀବିକା ର ମାନ ର ବୃଦ୍ଧି ଘଟିପାରିବ ବୋଲି ସେ ପ୍ରକାଶ କରିଥିଲେ । ସଭାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ , ବଲାଙ୍ଗିର ଉପ  -ଜିଲ୍ଲାପାଳ କୁମାର ନାଗଭୂଷଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶେଶ୍ଵର ସାହୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆୟୋଜନ ର ତାତ୍ପର୍ଜ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଭାରେ ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ର ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ । ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ସାହୁ ,ଓଡିଶା କୃଷି ଶିଲ୍ପ ନିଗମ ତରଫରୁ ୪ ଜଣ ଚାଷୀ ଙ୍କୁ ସରକାରୀ ରିହାତି ମୂଲ୍ୟରେ ପ୍ରଦତ୍ତ ଟ୍ରାକ୍ଟର ର ଚାବି ପ୍ରଦାନ କରିଥିଲେ । ସେହିପରି ଜିଲ୍ଲାର ୫ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୃତ୍ତିକା ସଂରକ୍ଷଣ , ମତ୍ସ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ୩ ଜଣ ଚାଷୀ ଙ୍କୁ ସଭାରେ  ସମ୍ବର୍ଦ୍ଧିତ କରାଯାଇଥିଲା । ସଭା

ଶେଷରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ପଞ୍ଚାୟତ ରାଜ ଅନୁଷ୍ଠାନ ର କର୍ମକର୍ତ୍ତା , ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ,ଚାଷୀ ,ଏନ॰ଜି॰ ଓ  ର କର୍ମକର୍ତ୍ତା ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉପଲକ୍ଷେ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ପାଟଣେଶ୍ଵରୀ ମନ୍ଦିର ରୁ କୃଷି ଯନ୍ତ୍ରପାତି ର ଏକ ରୋଡ ସୋ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଟ୍ରାକ୍ଟର , ପାୱାର ଟିଲର ,ମିନି ଟ୍ରାକ୍ଟର ,ଥ୍ରେସର ,ରିପ୍ପର ,ରୋଟାଭେଟୋର ଆଦି ଏହି ରୋଡ ସୋ ରେ ସାମିଲ ହୋଇ ସହର ପରିକ୍ରମା କରିଥିଲା  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରେନବୋ କ୍ୟାମ୍ପରେ ବଲାଙ୍ଗିର ର କୃତିତ୍ୱ   29-Mar-2023
  ଜିଲ୍ଲା  
ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   29-Mar-2023
  ଜିଲ୍ଲା  
ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   28-Mar-2023
  ଜିଲ୍ଲା  
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   28-Mar-2023
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    28-Mar-2023
  ଜିଲ୍ଲା  
ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   28-Mar-2023
  ଜିଲ୍ଲା  
ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   28-Mar-2023
ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   28-Mar-2023
  ଜିଲ୍ଲା  
ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   28-Mar-2023
  ଜିଲ୍ଲା  
ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   28-Mar-2023

You Might Also Like