-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
02-Feb-2023
ବଲାଙ୍ଗିର(ପ୍ରେରଣା ଖବର): ଫେବୃଆରୀ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ୧୩ ତାରିଖରେ ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣିପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଲୟ ଠାରେ , ୨୦ ତାରିଖରେ ବେଲପଡା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ର ଧୂଙ୍ଗିଆମୁଣ୍ଡା ଠାରେ , ୨୭ ତାରିଖରେ ଗୁଡଭେଲା ବ୍ଲକ ଅନ୍ତର୍ଗତ ଦେଉଳଗୁଡି ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଲୟ ଠାରେ ପଞ୍ଚାୟତ ଲୋକ ସେବା ଶିବିର କାର୍ଯକ୍ରମ ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିର ରେ ଜିଲ୍ଲା ର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଜନହିତକର ଓ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀ ଙ୍କୁ ସଚେତନ କରିବାପାଇଁ ବିଭାଗୀୟ ଷ୍ଟଲ ସହ ଯୋଜନା ସମ୍ପର୍କିତ ସୂଚନା ସମ୍ବଳିତ ବ୍ୟାନର ଲଗାଯିବା । ଏତଦବ୍ୟତୀତ ପଞ୍ଚାୟତ ଲୋକ ସେବା ଶିବିରରେ ସ୍ୱାସ୍ଥ୍ୟ ବିଭାଗ , ପ୍ରାଣୀ ସମ୍ପଦ ବିଭାଗ ,ଶ୍ରମ ବିଭାଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଉଦ୍ୟାନ କୃଷି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ , ସାମାଜିକ ସୁରକ୍ଷା ବିଭାଗ , ମହିଳା ଓ ଶିଶୁ ବିକାଶ ବିଭାଗ ,ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ମିଶନ ଶକ୍ତି , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ତଥା ଅନ୍ୟାନ୍ୟ ବିଭାଗ ର ଯୋଜନା ସମ୍ପର୍କରେ ସଚେତନତା ସହ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବିଭାଗୀୟ ସହାୟତା ଓ ପରାମର୍ଶ ଦିଆଯିବ ।
ନିର୍ଦ୍ଧାରିତ ତାରିଖ ରେ ଉପରୋକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସର ଠାରେ ଅନୁଷ୍ଠିତ ହେବାକୁଥିବା ଏହି ପଞ୍ଚାୟତ ଲୋକ ସେବା ଶିବିର ରେ ଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ବିଭାଗ ର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ଅଧିକାରୀ ମାନେ ଯୋଗଦେବେ । ଶିବିରରେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ବିଭିନ୍ନ ଯୋଜନା ଗୁଡିକର ସୁଯୋଗ ନେବା ପାଇଁ ଅନୁରୋଧ କରାଯାଉଛି ।