-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
01-Feb-2023
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ)- ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର ସକ୍ମା ପଞ୍ଚାୟତ ର ସମସ୍ତ ଗାଁ କୁ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଥିଲେ । ସକମା ପଞ୍ଚାୟତ ଅନ୍ତର୍ଗତ ସକମା, କୁଟୁରାପାଲି, ରାନିପାଲି ଓ ଫାସଡର ବିଭିନ୍ନ ସ୍ଥାନରେ ଗାଁ ଲୋକଙ୍କ ସହିତ ସଭା ଓ ଆଲୋଚନା ମାଧ୍ୟମରେ ସେଠାରେ ଥିବା ବିଭିନ୍ନ ସମସ୍ୟା ଶୁଣିଥିଲେ । ବିଶେଷ କରି ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ ଶ୍ରୀ ମିଶ୍ର ଲୋକଙ୍କ ଠାରୁ ମତ ଓ ସମସ୍ୟା ଶୁଣିଥାନ୍ତି । ଏହି କ୍ରମରେ ସେ ପ୍ରଥମେ ସକ୍ମା ଠାରେ ସେଠାକାର ବାସିନ୍ଦା ଠାରୁ ସମସ୍ୟା ଶୁଣିଥିଲେ । ସେଠାରେ ଥିବା ଏକ ଅର୍ଦ୍ଧ ନିର୍ମିତ ଚେକ୍ ଡ୍ୟାମକୁ ସମ୍ପୁର୍ଣ୍ଣ କରିବା, ଏକ ପୋଖରୀକୁ ସୌନ୍ଦର୍ଯିକରଣ କରବା ତଥା ଏକ ଗ୍ରାମ୍ୟ ରାସ୍ତା ପାଇଁ ଲୋକେ ଦାବି କରିଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ର ବିଭାଗୀୟ ଯନ୍ତ୍ରୀଙ୍କ ସହିତ କଥା ହୋଇ ନିଜ ଉନ୍ନୟନ ପାଣ୍ଠିରୁ ପୋଖରୀ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ ।
ପରେ କୁଟୁରାପାଲି ଠାରେ ମଧ୍ୟ ଅନୁରୁପ ଭାବରେ ଲୋକେ ବିକଳାଙ୍ଗ ଭତ୍ତା, ହରିଜନପଡାର କମ୍ୟୁନିଟି ସେଣ୍ଟର ଏବଂ ଘରକୁ ଘର ଟେପ୍ ଯୋଗେ ପିଇବା ପାଣି କେବେ ଲାଗିବ ବୋଲି ପ୍ରଶ୍ନ କରିଥିଲେ । ପିଇବା ପାଣି ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ବେଳେ ଜଣାଯାଇଥିଲା ପିଇବା ପାଣି ପହଞ୍ଚାଇବା ପାଇଁ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି । ମାସେ ଭିତରେ ତାର କାମ ଆରମ୍ଭ ହେବ ବୋଲି ବିଭାଗ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କ ଉତ୍ତର ରଖାଯାଇଥିଲା । ହରିଜନପଡାର ବାସୀନ୍ଦାମାନେ ଏକ କମ୍ୟୁନିଟି ସେଣ୍ଟର କରିଥିବା ଦାବି ଶ୍ରୀ ମିଶ୍ର ଶିଘ୍ର ପୁରଣ କରାଯିବ ବୋଲି କହିଥିଲେ ଏବଂ ଗାଁରେ ଥିବା ବିକଳାଙ୍ଗ ଓ ବିଧବାଙ୍କ ସହ ୩୫ ବର୍ଷରୁ ଉର୍ଦ୍ଧ୍ୱ ଅବିବାହିତା ଝିଅଙ୍କ ଏକ ତାଲିକା କରି ଶୀଘ୍ର ସରପଞ୍ଚ କିମ୍ବା ତାଙ୍କ ପାଖକୁ ଦରଖାସ୍ତ ସହ ପଠାଇଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଗାଁ କୁ ପଠାଇ ଯେତେ ଶିଘ୍ର ହେବ ଭତ୍ତା ପାଇବାର ବନ୍ଦୋବସ୍ତ କରିବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ । ପରେ ପରେ ରାନୀପାଲି ସଭାରେ ଗାଁ ଲୋକଙ୍କ ଦାବି ମୁତାବକ ଦୁଇଟି ହାଇମଷ୍ଟ ଲାଇଟ ମାସେ ଭିତରେ ଲଗାଯିବ ବୋଲି କହିବା ସହ ମୁଖ୍ୟ ରାସ୍ତାରୁ ଗାଁ ଭିତରକୁ ଏକ କଂକ୍ରିଟ ରାସ୍ତା ନିର୍ମାଣ ଶୀଘ୍ର ୍ର ହେବ ବୋଲି କହିଥିଲେ ।
ଅନୁରୂପ ଭାବେ ଫାସଡରେ ମଧ୍ୟ ବିଧାୟକ ଶ୍ରୀ ମିଶ୍ର ଲୋକଙ୍କ ସମସ୍ୟା ଶୁଣିଥିଲେ । ଏ ସମସ୍ତ ଗ୍ରାମରେ ଏକ ସାଧାରଣ ସମସ୍ୟା ହେଲା ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କଟିଯାଇଛି । ବିଭାଗ ତରଫରୁ ଅଭିଯୋଗ ପାଇଁ ତାରିଖ ତଥା ନୂତନ ଦରଖାସ୍ତ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲେ ହେଁ ବିଭାଗୀୟ ସଚେତନତା ର ଅଭାବରୁ ଗରିବ ଲୋକେ ନାଁ ଅଭିଯୋଗ କରିଛନ୍ତି ନାଁ ନୂତନ ଭାବରେ ଦରଖାସ୍ତ ପକାଇ ପାରିଛନ୍ତି ତେଣୁ ଏ ସବୁ ଉପରେ ସରକାର ସମ୍ବେଦନଶିଳତା ସହ ଗରିବଙ୍କ କଥା ଶୁଣୁ ନଚେତ ଆଗକୁ ଗରିବ ଲୋକ ତାତିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ । ତା ସହ ତାଲିକାରୁ କଟିଯାଇଥିବା ଲୋକଙ୍କୁ ନୂତନ ଭାବରେ ଏକ ଦରଖାସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ତାର ଏକ କପି ତାଙ୍କୁ ଶିଘ୍ର ପ୍ରଦାନ କରିବା ପାଇଁ କହିଥିଲେ । ଆଜି ବିଧାୟକଙ୍କ ସହି ଗ୍ରାମାଞ୍ଚଳ ଗସ୍ତ ସମୟରେ ସକମା ସରପଞ୍ଚ ଉଗ୍ରସେନ ବରାଡ, ସମିତି ସଭ୍ୟ ସଂଜିବ ପ୍ରଧାନ, ପ୍ରୀୟବ୍ରତ ପଣ୍ଡା, ପଛିନ୍ଦ୍ର ମହାକୁର, ଗୋପୀନାଥ ପଟେଲ, ଧନୁର୍ଯ୍ୟୟ ସିଂହ, ପ୍ରଶନ୍ନ ବେହେରା ଓ ରଘୁମଣି ସ୍ୱାଇଁ ଙ୍କ ସମେତ ଅନେକ ଲୋକ ସାମିଲ ଥିଲେ ।