-+91-9937148622 |

prerana_bgr@rediffmail.com |

  Wednesday 29th March 2023 |

| | | |

R.N.I. Regd No. ODIODI/2010/46693

Breaking News

ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   (29-Mar-2023)       ||      ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   (28-Mar-2023)       ||      ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    (28-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା    (28-Mar-2023)       ||      ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    (28-Mar-2023)       ||      ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   (28-Mar-2023)       ||      ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   (28-Mar-2023)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   (28-Mar-2023)       ||      ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   (28-Mar-2023)       ||      ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   (28-Mar-2023)       ||      ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   (28-Mar-2023)       ||      ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି    (28-Mar-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି   (28-Mar-2023)       ||      କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ   (28-Mar-2023)       ||      କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ   (28-Mar-2023)       ||      ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ   (28-Mar-2023)       ||      ଅଗ୍ରଣୀ ମହିଳା ଚାଷୀ ବିଜୟିନୀ    (28-Mar-2023)       ||      ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର   (27-Mar-2023)       ||      ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ  ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି    (27-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା, ପୁସ୍ତକ ପଠନର ଭାବ ଲୋକଙ୍କୁ ଜୀବନାନ୍ବେଷୀ କରୁ   (27-Mar-2023)       ||     

HOME   ରାଜ୍ୟ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ଜେଲ୍ ଗଲେ

31-Jan-2023



ଝାରସୁଗୁଡା(ପ୍ରେରଣା ଖବର) ଜେଲ ଗଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ। ଏଏସଆଇ ଚାକିରିରୁ ସୋମବାର ବରଖାସ୍ତ ହେବା ସହ ସେ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଗରେ କହିଥିବା ସୂଚନା ରହିଛି। ସୋମବାର ଗିରଫ କରାଯିବା ପରେ ଗୋପାଳଙ୍କୁ ଝାରସୁଗୁଡା ଜେଏମଏଫସିଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ପରେ ଗୋପାଳଙ୍କୁ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଛନ୍ତି। ଗୋପାଳଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି।


ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳକୁ ନିଜ ଟିମ୍ ଆସି ବିଭିନ୍ନ ଦିଗରୁ ତଦନ୍ତ କରିଛନ୍ତି। କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତଙ୍କ ମୋବାଇଲ, 9 ଏମଏମ ପିସ୍ତଲ ଜବତ କରିବା ସହିତ ତାଙ୍କର ହ୍ୟାଣ୍ଡ ସ୍ବାବ ନେଇଛି। ସେହିପରି ମନ୍ତ୍ରୀ ପିନ୍ଧିଥିବା ପ୍ଯାଣ୍ଟ ସାର୍ଟକୁ ଜବତ କରିଛି ତଦନ୍ତକାରୀ ଟିମ୍।


ତଦନ୍ତକାରୀ ଟିମ୍ ଘଟଣାସ୍ଥଳକୁ ଆସି କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିଥିବା ସୂଚନା ରହିଛି। ଏବେ ପୋଲିସ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମନ୍ତ୍ରୀଙ୍କର ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ବନ୍ଧୁକ ଏବଂ ରକ୍ତ ଭିଜା ସାର୍ଟର ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି। ସେହିପରି ମୋବାଇଲ କଲ୍ ରେକର୍ଡରୁ ଅନେକ କିଛି ତଥ୍ଯ ପଦାକୁ ଆସିବ ବୋଲି ସୂଚନା ରହିଛି।

ଏଡିଜି ଅରୁଣ ବୋଥ୍ରା କହିଛନ୍ତି, ସାଇଣ୍ଟିଫିକାଲି ତଦନ୍ତ ହେଉଛି। ପ୍ରତ୍ୟଶ୍ରଦର୍ଶୀଙ୍କୁ ପଚରାଉଚରା କରିବା ସହିତ ସମସ୍ତ ପ୍ରକାର ପ୍ରମାଣ ସଂଗ୍ରହ କରାଯାଉଛି। ଅଭିଯୁକ୍ତ ଗୁଳି ମାରିଥିବା କଥା ସ୍ୱୀକାର କରିଛି। କୋର୍ଟକୁ ରିମାଣ୍ଡରେ ନେବାକୁ ଅନୁମତି ମଗାଯିବ। ଏହି ସମୟରେ ଜେରା ବେଳେ ଅନେକ କିଛି ପ୍ରମାଣ ହସ୍ତଗତ ହେବ। ତଦନ୍ତକାରୀ ଟିମରେ ସାଇବର ଏକ୍ସପର୍ଟ, ବାଲାଷ୍ଟିକ ଏକ୍ସପର୍ଟ, ଫରେନସିକ୍ ଏକ୍ସପର୍ଟଙ୍କୁ ନେଇ ଗଠିତ ଏକ ବଡ ଟିମ୍ ରହିଛନ୍ତି। ଦୋଷୀ ଏହି ହତ୍ୟା ମାମଲାରେ କଠୋର ଦଣ୍ଡ ପାଇବ ବୋ୍ଲି ବୋଥ୍ରା କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   29-Mar-2023
  ଜିଲ୍ଲା  
ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   28-Mar-2023
  ଜିଲ୍ଲା  
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   28-Mar-2023
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    28-Mar-2023
  ଜିଲ୍ଲା  
ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   28-Mar-2023
  ଜିଲ୍ଲା  
ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   28-Mar-2023
ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   28-Mar-2023
  ଜିଲ୍ଲା  
ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   28-Mar-2023
  ଜିଲ୍ଲା  
ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   28-Mar-2023
  ଜିଲ୍ଲା  
ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି   28-Mar-2023

You Might Also Like