-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
27-Jan-2023
ପଦ୍ମପୁର ( ପ୍ରେରଣା ଖବର)
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ସରସ୍ୱତୀ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ମୁଦିରଥ ପଣ୍ଡାଓ ଯଦୁମଣି ମିଶ୍ର ପୂଜକ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର ( ଯଜ୍ଞ ) ଓ ସାର୍ବଜନୀନ
ଖଡ଼ିଛୁଆ ଉତ୍ସବ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ କଳସ ଶୋଭାଯାତ୍ରା ରେ ଶିଶୁ ମାନେ ପାଳିଙ୍କି ଧରି ମୁଣ୍ଡରେ ମାଟି ସିଳଟ ଓ ଗୀତା ବହି କୁ ବୋହି ଶୋଭାଯାତ୍ରାରେ ବାହାରି ଥିଲେ ଫେରିବା ସମୟରେ ବିଦ୍ୟା ମନ୍ଦିର ମୁଖ୍ୟ ଗେଟ ରେ ସ୍ୱାଗତ କରାଯାଇ ଶିଶୁ ମାନଙ୍କୁ ଗୋଡ଼ଧୂଆ କରାଇ ଯଜ୍ଞ ମଣ୍ଡପ କୁ ପାଛୋଟି ନିଆଯାଇଥିଲା ପରେପରେ ଯଜ୍ଞଶାଳା ରେ ଅର୍ନ୍ତଯାମୀ ମେହେର ଓ ଗୁରୁକୂଳ ନବପ୍ରଭାତ ଆଶ୍ରମ ର ଦୁଇ ଜଣ ବ୍ରହ୍ମଚାରୀ ଙ୍କ ତତ୍ତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।୫ ଟି ହୋମକୁଣ୍ଡ ରେ ୧୦ ଯୋଡ଼ା ସପତ୍ନିକ ଯଜ୍ଞ କର୍ତ୍ତା ରୂପେ ଉପବିଶନ କରି ହୋମ ଆହୁତି ପ୍ରଦାନ କରିଥିଲେ ଓ ଉପସ୍ଥିତ ୧୧୦ ଶିଶୁ ମାନଙ୍କୁ ତାଙ୍କ ମାଆ ମାନଙ୍କ ଦ୍ୱାରା ମନ୍ତ୍ର ଉଚ୍ଚାରଣ ର ତାନେତାନେ ବିଦ୍ୟା ରମ୍ଭ ସଂସ୍କାର କରିଥିଲେ ।ଏହି ଅବସରରେ ସାର୍ବଜନୀନ ଖଡ଼ିଛୁଆ ଉତ୍ସବ ରେ ପ୍ରାୟ ୨୦୦ ରୁ ଅଧିକ ଶିଶୁ ମାନଙ୍କ ଖଡ଼ିଛୁଆ କରାଯାଇଥିଲା
ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ପୃଥିରାଜ ସାହୁ ସଭାପତି, ଶ୍ରୀଯୁକ୍ତ ଜନକଲାଲ ମେହେର ସମ୍ପାଦକ ଯୋଗ ଦେଇଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ସ୍ୱାଗତ ବାର୍ତ୍ତା ସହିତ ସୂଚନା ପ୍ରଦାନ କରିଥିଲେ ।ଶେଷରେ ସୁଜାତା ତ୍ରିପାଠୀ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।