-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
27-Jan-2023
ପୁାଇଁନ୍ତଳା,- ଆସନ୍ତା ମାର୍ଚ୍ଚ ୩ଠ ଶ୍ରୀରାମ ନବମୀ ତିଥିରେ ପୁଇଁନ୍ତଳା ବ୍ଲକ ରଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ପାଇଁ ଆଜି ମନ୍ଦିର ଠାରେ ଶୁଭସ୍ତମ୍ଭ ସ୍ଥାପନ ହୋଇଛି । ମନ୍ଦିର ପରିଚାଳନା କମିଟିର ସଭ୍ୟ, କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗରେ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟ ସମାପନ ହୋଇଡଛି । ଜଗନ୍ନ୍ାଥ ମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ଉକ୍ତ ଦିନ ଗାଁ ରେ ରାମାୟଣ ପରାୟଣ, ଯଜ୍ଞ, ଭଜନକୀର୍ତ୍ତନ ଓ ପ୍ରବଚନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ । ପ୍ରତିଷ୍ଠା ଦିବସରେ ଯଜ୍ଞାଚାର୍ଯ୍ୟ ଭାବେ ଗୋକୁଳାନନ୍ଦ ମିଶ୍ରଙ୍କୁ ମନୋନୀତ କରାଯାଇଛି । ଯଜ୍ଞକର୍ତ୍ତା ଭାବେ ମନ୍ଦିରର ପ୍ରତିଷ୍ଠାତା ସଭାପତି କୃଷ୍ଣଚନ୍ଦ୍ର ସିଂହ ତାଙ୍କ ଧର୍ମପତ୍ନୀ ପ୍ରତିଭା ସିଂହ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ସଫଳ କରିବା ପାଇଁ ରଣ୍ଡା ପଂଚାୟତର ସମସ୍ତ ଅଧିବାସୀଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି ।