-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
27-Jan-2023
ବଲାଙ୍ଗିର : ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ୍ ୟୁନିଅନ୍ ଡାକରାରେ ସାରା ଦେଶରେ ବ୍ୟାଙ୍କର କର୍ମଚାରୀ ମାନେ ଆନ୍ଦୋଳନମୁହାଁ ହୋଇଛନ୍ତି l ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ମଧ୍ଯ ବ୍ୟାଙ୍କ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି l ନିଜର ବିଭିନ୍ନ୍ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି l ଏହି ଆନ୍ଦୋଳନ ଯୋଗୁଁ ଦୁଇ ଦିନ ଧରି ବ୍ୟାଙ୍କ୍ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡିଥିଲା l ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପେନସନ୍ ନିୟମର ସରଳୀକରଣ, ବ୍ୟାଙ୍କର ସପ୍ତାହକୁ ୫ଦିନ କାର୍ଯ୍ୟଦିବସ ଲାଗୁ କରିବା, ନୂତନ ପେନସନ୍ ନିୟମ ବଦଳରେ ପୁରୁଣା ପେନସନ୍ ନିୟମ ଲାଗୁ କରିବା ଏବଂ ବ୍ୟାଙ୍କ୍ ର ସୁପରିଚାଳନା ଓ ଗ୍ରାହକ ମାନଙ୍କ ସୁବିଧା ନିମନ୍ତେ ବିଭିନ୍ନ କ୍ୟାଡର୍ ର ଆବଶ୍ୟକୀୟ ନିଯୁକ୍ତି ସ୍ରୁଷ୍ଟି କରିବା ଆଦି ଦାବି ନେଇ ବ୍ୟାଙ୍କ୍ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ l ଏହି ଦାବି ସବୁ ପୂରଣ ନ ହେଲେ ଆାଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି l