-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
26-Jan-2023
ସୋନପୁର( ମନୋରଞ୍ଜନ ତ୍ରିପାଠୀ)
ସୋନପୁର ଲେପ୍ରା ସୋସାଇଟି ଠାରେ 74 ତମ ସାଧାରଣ ତନ୍ତ୍ର ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି l ଲେପ୍ରା ସୋସାଇଟି ଓ ରୋଟାରୀ ଜୁବୁଲି ହିଲ୍ସ ର ମିଳିତ ଆନୁକୂଲ୍ୟରେ ଦୀର୍ଘ ଛଅ ମାସ ଧରି ପ୍ରଶିକ୍ଷଣ ନେଇଥିବା 7 ଜଣ ଯୁବକ ଯୁବତୀ ଙ୍କୁ ଆଜି ର ଏଇ ପବିତ୍ର ଦିବସ ରେ ସାର୍ଟିଫିକେଟ ଓ ମୁଡୁଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି l ଫିଜିଓକେୟାର ପାଇଁ ପ୍ରଶିକ୍ଷଣ ନେଇଥିବା 3ଜଣ ଓ ରୋଗୀ ଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଚପଲ ତିଆରି ଲାଗି ପ୍ରଶିକ୍ଷଣ ନେଇଥିବା 4 ଜଣ ଙ୍କୁ ଆଜି ଏହି ଉତ୍ସବ ର ମୁଖ୍ୟ ଅତିଥି ଲେପ୍ରl ସୋସାଇଟି ର ସି ଇ ଓ ପ୍ରଶାନ୍ତ କୁମାର ନାଏକ ଓ ସମ୍ମାନିତ ଅତିଥି ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଛି l କୁଷ୍ଠ ରୋଗ କ୍ଯୁରୋବୁଲ ଡିଜିଜ ଅଟେ ଏହାକୁ ଭୟ ସଂକୋଚ ନ କରି ସମସ୍ତେ ନିଜ ଶରୀର କୁ ପରୀକ୍ଷା କରାଇ ନେବା ଉଚିତ ବୋଲି ସି ଇ ଓ ଶ୍ରୀ ନାଏକ ବୁଝାଇଥିଲେ l ଲେପ୍ରା ସୋସାଇଟି ର ଫିଲ୍ଡ କୋଡ଼ିନେଟର ତଥା ଫିଜିଓଟେକ୍ନିସିଆନ ଏହି ଯୁବକ ଯୁବତୀ ଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ଏହି ଉତ୍ସବ କୁ ମଧ୍ୟ ଶ୍ରୀ ମିଶ୍ର ସଂଯୋଜନା କରିଥିଲେ l