-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
26-Jan-2023
ସମ୍ବଲପୁର ( ସଂଜୀବ ପାଣିଗ୍ରାହୀ) ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସ୍ଥାନୀୟ ବଡ଼ବଜାର ଠାରେ ଆମର ପ୍ରିୟ ମାତୃଭୂମି ଭାରତବର୍ଷର 74 ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି | ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ବବିତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ରାଷ୍ଟ୍ରୀୟ ଉତ୍ସବରେ ପୂର୍ବତନ ସେନା ଅଧିକାରୀ ଶ୍ରୀଯୁକ୍ତ ଜନାର୍ଦ୍ଦନ ମେହେର, ସମାଜସେବୀ ଶ୍ରୀଯୁକ୍ତ ହରି ଶଙ୍କର ମିଶ୍ର ଏବଂ ଶ୍ରୀଯୁକ୍ତ ଗଦାଧର ନିଆଲ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ | ଆମର ବର୍ତ୍ତମାନର ଛାତ୍ରଛାତ୍ରୀ ମାନେ ଆମ ଦେଶର ଭବିଷ୍ୟତର କର୍ଣ୍ଣଧାର ହୋଇଥିବାରୁ ସେମାନଙ୍କୁ ଉପଯୁକ୍ତ ବିଦ୍ୟାଶିକ୍ଷା, ନୈତିକ ଶିକ୍ଷା ଓ ତାଲିମ ଦେବା, ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ଆମ୍ଭ ମାନଙ୍କର ନୈତିକ କର୍ତ୍ତବ୍ୟ ବୋଲି ମୂଖ୍ୟ ଅତିଥି ଶ୍ରୀଯୁକ୍ତ ବହିଦାର ନିଜ ଉଦବୋଧନରେ କହିଥିଲେ | ଦେଶର ମୁକ୍ତି ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ସମସ୍ତଙ୍କୁ ସେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଶ୍ରୀଯୁକ୍ତ ଗଦାଧର ନିଆଲ ସୁନ୍ଦର ଦେଶଭକ୍ତି ଗୀତ ଗାନ କରିଥିଲେ | ଜାତୀୟ ପତାକା ଉତ୍ତୋଳନ ପରେ ସାମୁହିକ ଜାତୀୟ ସଂଗୀତ ଗାନ କରା ଯାଇଥିଲା ଏବଂ ପରେ ପରେ ମହାପୁରୁଷ ମାନଙ୍କ ଜୟ ଧ୍ୱନୀରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା |କାର୍ଯ୍ୟକ୍ରମକୁ ସୁଶ୍ରୀ ତୃପ୍ତି ମାଝୀ, ସୁଶ୍ରୀ ସୁଜ୍ଞାନୀ ମାହାଣା ସୁପରିଚାଳନା କରିଥିଲେ | ଶେଷରେ ଶ୍ରୀମତୀ ବବିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ଆଜି ପବିତ୍ର ଶ୍ରୀପଞ୍ଚମୀ ହୋଇଥିବାରୁ ଶିକ୍ଷାକେନ୍ଦ୍ରରେ ସୁସଜ୍ଜିତ ମେଢ଼ରେ, ଭକ୍ତିପୂତ ପରିବେଶରେ ବିଦ୍ୟାଦାତ୍ରୀ ମାଁ ସରସ୍ବତୀ ଙ୍କର ପୂଜାର୍ଚ୍ଚନା କରାଯାଇ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା |