-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
25-Jan-2023
ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ମାଁ ଦ୍ୱାରସେହ୍ନି ମନ୍ଦିର ନିକଟ ପଲ୍ଲୀଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ବିରାଟ ଧନୁଯାତ୍ରା ଗତକାଲି ଷଷ୍ଠ ଦିବସରେ ପହଞ୍ଚିଥିଲା । ଷଷ୍ଠ ଦିବସରେ ଗୋପୀଙ୍କ ମଥୁରାରେ ଦଧିବିକା, ଷୋଳକୁଞ୍ଜ ଦର୍ଶନ, ବସ୍ତ୍ରହରଣ, ଅକ୍ରୁର ଗୋପରେ ପ୍ରବେଶ, ଅକ୍ରୁର ଗମନ, ସ୍ୱପ୍ନ ଦୃଶ୍ୟ, ଦଧିବିକା, କଂସ ଚିନ୍ତିତ ଓ ମର୍ମାହତ ଆଦି ପୌରାଣିକ ବସ୍ତୁ ଉପରେ ଆଧାରିତ ନାଟକ ଅଭିନୀତ ହୋଇଥିଲା । କଂସ ଦରବାରରେ ରାଜକୀୟ ଅତିଥିଭାବେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାନ, ଜିଲ୍ଲା ବିଜେଡି ଉପସଭାପତି ଉମାକାନ୍ତ ସାହୁ, ବିଜେଡି ବ୍ଲକ ସଭାପତି ରାଧେଶ୍ୟାମ କେତକୀ, ସିନ୍ଧେକେଲା ବଣିକ ସଂଘ ସଭାପତି ସୁବାଷ ଜୈନ, ସମ୍ପାଦକ ସନ୍ତୋଷ ଜୈନ, ବିଜେଡି ନେତା ବାବୁଲାଲ ଅଦା , ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ, ଭୁର୍ଷାଗୁଡା ସରପଞ୍ଚ ପୁଷ୍ପାଞ୍ଜଳି ଛୁରା, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜୟନ୍ତୀ ଲାଲ ସାହୁ, ଟିଟିଲାଗଡ଼ ଓମଭେଲି ସ୍କୁଲ ଅଧ୍ୟକ୍ଷ ମହେଶ୍ବର ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ମହାରାଜ କଂସଙ୍କ ଜୟଗାନ କରିବା ସହ ଧନୁଯାତ୍ରା ଆୟୋଜକଙ୍କ ବହୁ ପ୍ରଶଂସା କରିଥିଲେ ।
ସାଂସ୍କୃତିକ ସମ୍ପାଦକ ସୁଧାକର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ
କମିଟି ସଭାପତି ବିରେନ୍ଦ୍ର ନାରାୟଣ ସିଂଦେଓ, ଉପ ସଭାପତି ଉମାଶଙ୍କର ତ୍ରିପାଠୀ, ସୁରେନ୍ଦ୍ର ନାରାୟଣ ସିଂଦେଓ, ସାଧାରଣ ସମ୍ପାଦକ ଅନିଲ ନାଏକ, ସହ ସମ୍ପାଦକ ଫକୀର ତ୍ରିପାଠୀ, କୋଷାଧ୍ୟକ୍ଷ ଓମ ସାହୁ, ମିଡ଼ିଆ ଓ ପବ୍ଲିକ ରିଲେସନ ସମ୍ପାଦକ ଅନିଲ କୁମାର ତ୍ରିପାଠୀ,ଦିନେଶ ଜୈନ, ଅଭିମନ୍ୟୁ ବହିଦାର, ପ୍ରଚାରପ୍ରସାର ସମ୍ପାଦକ ଦିନେଶ ବଛା, ସଞ୍ଜୟ ସିଂଦେଓ, ଖଲି ସାହୁ, ବାବୁଲାଲ ସାହୁ, ସନ୍ତୋଷ ରଣା, ପରମା ସାହୁ, ଚକାଡୋଳା ସାହୁ, ପପୁ ବାଗ, ରୀଙ୍କୁ ଥପା, ଉଦିତ ନାରାୟଣ ପଣ୍ଡା, ଦୀପକ ନାଗ, ଗୋପାଳ ସାହୁ, ମନ ପ୍ରଧାନ, ପୂର୍ଣ୍ଣ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ ।